କେବଳ ଭାରତରେ ନୁହେଁ, ଏହି ଦିନ ଅନ୍ୟ ଦେଶରେ ବି ପାଳନ ହୁଏ ସ୍ୱାଧୀନତା ଦିବସ

ପ୍ରତିବର୍ଷ ୧୫ ଅଗଷ୍ଟରେ ଭାରତୀୟମାନେ ସ୍ୱାଧୀନତା ଦିବସ ପାଳନ କରିଆସୁଛନ୍ତି | ଏହି ଦିନ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରାଯାଏ | ବ୍ରିଟିଶମାନଙ୍କ କବଳରରୁ ମୁକ୍ତି ପାଇବା ପାଇଁ ଭାରତୀୟମାନେ ଦୀର୍ଘ ସଂଘର୍ଷ ପରେ ୧୫ ଅଗଷ୍ଟରେ ସ୍ବାଧୀନତା ଲାଭ ହୋଇଥିଲେ। ସେବେଠାରୁ ଭାରତରେ ସ୍ୱାଧୀନତା ଦିବସର ପର୍ବ ପାଳନ କରାଯାଏ | କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ଯେ ଭାରତ ବ୍ୟତୀତ ଅନ୍ୟ ୪ଟି ଦେଶ ଅଛି ଯେଉଁମାନେ ଅଗଷ୍ଟ ୧୫ରେ ସ୍ୱାଧୀନତାର ପର୍ବ ପାଳନ କରନ୍ତି। ତେବେ ଆସନ୍ତୁ ଜାଣିବା ସେହି ୪ଟି ଦେଶ ବିଷୟରେ …

ବାହରେନ

ଅଗଷ୍ଟ ୧୫ରେ ବାହରେନରେ ମଧ୍ୟ ସ୍ୱାଧୀନତା ଦିବସ ପାଳନ କରିଯାଏ | ୧୯୭୧ ମସିହା ଅଗଷ୍ଟ ୧୫ରେ ଏହି ଦେଶ ବ୍ରିଟିଶ ଶାସନରୁ ସ୍ବାଧୀନତା ହାସଲ କରିଥିଲା। ସ୍ବାଧୀନତା ଦିବସ ଘୋଷଣା ପରେ ଉଭୟଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିନାମା ପରେ ପୂର୍ବର ସମସ୍ତ ଚୁକ୍ତିନାମା ସମାପ୍ତ ହୋଇଥିଲା| ଉଲ୍ଲେଖଥାଉ କି, ୧୪ ଅଗଷ୍ଟ ହେଉଛି ବାହରେନର ସ୍ୱାଧୀନତା ଦିବସର ପ୍ରକୃତ ତାରିଖ | କିନ୍ତୁ ଏହି ୧୫ ଅଗଷ୍ଟରେ ଏହି ଦେଶ ସ୍ୱାଧୀନତା ଦିବସ ପାଳନ କରିଥାଏ | ବାହରେନ ଏକ ବହୁତ ଭଲ ପର୍ଯ୍ୟଟନ ସ୍ଥଳ |

ରିପବ୍ଲିକ୍  ଅଫ୍ କଙ୍ଗୋ

ଏହି ଦିନ ରିପବ୍ଲିକ୍  ଅଫ୍ କଙ୍ଗୋ ମଧ୍ୟ ଫରାସୀ ଶାସନରୁ ମୁକ୍ତି ପାଇଥିଲା। ଫ୍ରାନ୍ସ ରାଜ୍ୟ ଅଧୀନରେ ଆସିବାର ୮୦ ବର୍ଷ ପରେ ୧୯୬୦ ମସିହାରେ ଏହା ଫ୍ରାନ୍ସଠାରୁ ସମ୍ପୂର୍ଣ୍ଣ ସ୍ବାଧୀନତା ହାସଲ କରିଥିଲା। ସେଥିପାଇଁ ଏହି ଦିନକୁ ‘କଙ୍ଗୋ ଜାତୀୟ ଦିବସ’ ଭାବରେ ପାଳନ କରାଯାଏ।

କୋରିଆ

ଅଗଷ୍ଟ ୧୫କୁ କୋରିଆର ଜାତୀୟ ମୁକ୍ତି ଦିବସ ଭାବରେ ପାଳନ କରାଯାଏ | ଏହି ଦିନ ଉତ୍ତର ଏବଂ ଦକ୍ଷିଣ କୋରିଆରେ ଜାତୀୟ ଛୁଟି ଦିନ ଭାବରେ କରାଯାଏ | ଏହି ଦିନକୁ କୋରିଆର ଜାତୀୟ ମୁକ୍ତି ଦିବସ କୁହାଯାଏ । କାରଣ ଏହି ଦିନ ଆମେରିକ ଏବଂ ସୋଭିଏତ୍‌ ର ସୈନ୍ୟବାହିନୀ କୋରିଆ ଉପଦ୍ୱୀପରେ ଜାପାନୀ ଦଖଲକୁ ସମ୍ପୂର୍ଣ୍ଣ ରୂପେ ସମାପ୍ତ କରିଥିଲେ। ଏହାର ତିନି ବର୍ଷ ପରେ କୋରିଆ ଉତ୍ତର ଏବଂ ଦକ୍ଷିଣ କୋରିଆରେ ବିଭକ୍ତ ହେଲା |

ଲିଚଟେଷ୍ଟାଇନ୍

ଏହି ଦେଶ ବିଶ୍ୱର ଷଷ୍ଠ ଛୋଟ ରାଷ୍ଟ୍ର ଭାବେ ପରିଗଣିତ | ୧୯୪୦ ରୁ ଏହି ପର୍ବକୁ ଜାତୀୟ ଦିବସ ଭାବରେ ପାଳନ କରାଯାଏ | ଏହି ଦିନ ହେଉଛି ସେଠାକାର ପ୍ରିନ୍ସ ବା ରାଜକୁମାର ଫ୍ରାଞ୍ଜ-ଜୋସେଫଙ୍କ ଜନ୍ମଦିବସ | ତେଣୁ ଅଗଷ୍ଟ ୧୫ ତାରିଖ ରାତି ୧୦ଟା ପରେ ସେଠାରେ ଏକ ପ୍ରକାର ଆତସବାଜି ସମାରୋହ ଆୟୋଜିତ ହୁଏ। ରାତି ୧୦ଟା ପରେ ଅନୁଷ୍ଠିତ ଏହି ସମାରୋହରେ ଲିଚଟେଷ୍ଟାଇନ୍ ର ହଜାର ହଜାର ନାଗରିକ ଅଂଶଗ୍ରହଣ କରନ୍ତି | ୧୯୯୦ ରେ ଅଗଷ୍ଟ ୧୫କୁ ଆଇନଗତ ଭାବରେ ଜାତୀୟ ଛୁଟି ଘୋଷଣା କରିଥିଲା ​​|