କନ୍ୟା ରତ୍ନ କର ଯତନ

ଭାଗ୍ୟ ରେ ଥିଲେ ଝିଅ ଟିଏ କୁଳ କୁ ଆସେ ବୋଲି ଆମେ ବହୁ ପୁରୁଣା କାଳ ରୁ ଶୁଣି ଆସିଛେ। ପୁରୁଣା କଣ ଏଵେ ବି ଏଈ କଥା ରେ ଆମେ ବିଶ୍ୱାସ କରୁଛେ।ପିଲା ବେଳୁ ଶୁଣି ଆସିଛେ ଦୁହିତା ଦୁଇ କୁଳ କୁ ହିତ।ବଂଶ ରେ ଝିଅ ଜନ୍ମ ହେଲେ ବଂଶ ର କୁଆଡ଼େ ଶ୍ରୀ ବୃଦ୍ଧି ହୁଏ ତା ବି ପ୍ରମାଣିତ ବହୁତ ଜାଗା ରେ। କିନ୍ତୁ ଆଜି ଆମେ ଏମିତି ଗୋଟିଏ ପରିସ୍ଥିତି ରେ ଆସି ପହଂଚିଯାଇଛେ ଯେ ଶିଶୁ କନ୍ୟା ମାନ ଙ୍କ ପରିସ୍ଥିତି ବହୁତ ଖରାପ ଅବସ୍ଥା ଦେଇ ଗତି କରୁଛି। ତାର କାରଣ ଆଉ ନିରାକାରଣ ପାଇଁ ଆମେ କେବଳ ଦୋଷ ଲଦାଲଦି ହେଉଛେ କିନ୍ତୁ କୌଣସି ପ୍ରକାର ପରିଷ୍କାର ବାଟ ଆମେ ପାଇପାରୁନେ। ତଥାପି ସଚେତନତା ର ସ୍ୱର ସମସ୍ତ ଙ୍କ ପାଖରେ ବାଣ୍ଟିବାର ପ୍ରୟାସ ରେ ଅଛନ୍ତି ସମସ୍ତେ।କନ୍ୟା ଭୃଣ ହତ୍ୟା ରୋକିବା ପାଇଁ କେନ୍ଦ୍ର ସରକାର ଙ୍କ “ବେଟି ବଚାଓ ବେଟି ପଢ଼ାଓ ” ଅଭିଯାନ।

ସେଇଭଳି ଆମ ରାଜ୍ୟ ସରକାର ଙ୍କ ପକ୍ଷ ରୁ ‘ବିଜୁ କନ୍ୟା ରତ୍ନ ‘ ଯୋଜନା ମଧ୍ୟ ଚାଲୁ ରହିଛି।ଏ ସତ୍ୱେ ମଧ୍ୟ ଅନେକ ସମୟ ରେ ରାସ୍ତା କଡ଼ ରୁ ପରିତ୍ୟକ୍ତ ଅବସ୍ଥା ରେ କନ୍ୟା ଭୃଣ ମିଳୁଛି. ଆମ ରାଜ୍ୟ ରେ ଚାରି ଶହ ରୁ ଉର୍ଦ୍ଧ ଶିଶୁ କନ୍ୟା ଙ୍କୁ ଅବହେଳିତ ଅବସ୍ଥା ରେ ଉଦ୍ଧାର କରାଯାଇଛି।ଏଵେ ବି ଅନେକ ଶିଶୁ କନ୍ୟା ପ୍ରାଥମିକ ଶିକ୍ଷା ରୁ ବଂଚିତ। ସଚେତନତା ର ଅଭାବ ଓ ସରକାରୀ ଯୋଜନା ବିଫଳତା ଯୋଗୁ ଏଵେ ବି କନ୍ୟା ସନ୍ତାନ ଭେଦ ଭାବ ର ଶିକାର ଗ୍ରାମାଞ୍ଚଳ ରେ ହେଉଛନ୍ତି।କନ୍ୟା ସନ୍ତାନ କୁ ପ୍ରତି ସ୍ତରରେ ଉତ୍ସl ହିତ ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା,ରୋଜଗାର ସମେତ ଅନ୍ୟାନ କ୍ଷେତ୍ର ରେ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ଓ ସୁବିଧା ସୁଯୋଗ ଦେବା ଲକ୍ଷ୍ୟ ରେ କେନ୍ଦ୍ର ସରକାର ଙ୍କ ଦ୍ୱାରା 2017-18 ଆର୍ଥିକ ବର୍ଷ ରୁ ବେଟି ବଚାଓ ବେଟି ପଢ଼ାଓ ଯୋଜନା କାର୍ଯ୍ୟକାରୀ ହେଉଛି।ଓଡ଼ିଶାରେ ପୁଅ ଙ୍କ ଅନୁପାତ ରେ ଝିଅ ଙ୍କ ଜନ୍ମହାର ହ୍ରାସ ପାଉଥିବା ପନ୍ଦର ଟି ଜିଲ୍ଲା ରେ ଆମ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିଛନ୍ତି।କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ କାଯ୍ୟକାରୀ ହେଇ ଅନୁଦାନ ଖର୍ଚ୍ଚ ହୋଇପାରିନାହିଁ।

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷ ରୁ ଏ ନେଇ ତଥ୍ୟ ପ୍ରକାଶ ପାଇଥିଲା।ଦୁଃଖ ର କଥା ଏହା ଯେ ଆମେ ଖାଲି ତଥ୍ୟ ଦେବା ରେ ବ୍ୟସ୍ତ କିନ୍ତୁ ପ୍ରକୃତ ନିରାକଅରଣ ପାଇଁ ଆମେ ଜମା ବି ଚେଷ୍ଟାରତ ନୁହେଁ।ଖାଲି ସରକାରୀ କଳ କୁ ଦୋଷ ଦେଲେ ହେବ ନାହିଁ ଆମେ ସମସ୍ତେ ଏ ଦିଗରେ ସଚେତନ ରହିବା ଆବଶ୍ୟକ। ତାହେଲେ ଆମେ ଆମ ର କନ୍ୟା ସନ୍ତାନ ମାନ ଙ୍କ ପାଇଁ ସୁନ୍ଦର ଭବିଷ୍ୟତ କରିବା ରେ ସକ୍ଷମ ହୋଇପାରିବ। ଆଉ ଏ ଯେଉଁ ଜାତୀୟ କନ୍ୟା ଦିବସ ପାଳନ କରାଯାଉଛି ତା ର ମଧ୍ୟ ପ୍ରକୃତ ଅର୍ଥ କୁ ବୁଝିପାରିବା।ମୋ ଝିଅ ମୋ ଘରେ ସୁରକ୍ଷିତ, ମୋ ଝିଅ ର ସୁରକ୍ଷା ଦାୟୀତ୍ୱ ମୋର ଏଈ ଭଳି ସଚେତନତା ବାର୍ତ୍ତା ର ଅର୍ଥ ଯଦି ଆମେ ସମସ୍ତେ ବୁଝିପାରିବା ତାହେଲେ କନ୍ୟା ଦିବସ ର ମହତ ଉଦେଶ୍ୟ ସଫଳ ହେବ।

ପ୍ରିତିଛନ୍ଦା ଧଳ ଫୋନ୍ ୯୯୩୭୭୩୪୪୬୧