ଜାଣିଛନ୍ତି କି ! ଭଗବାନ୍ ଗଣେଶଙ୍କୁ ଦୂବ ଘାସ କାହିଁକି ଚଢାଯାଏ ? ଜାଣନ୍ତୁ କାରଣ ଏବଂ ନିୟମ

ଓଡିଆ ଘରର ପରମ୍ପରା ଅନୁଯାୟୀ ଦୂବ ଘାସ ଓ ବରକୋଳି ପତ୍ର ସମସ୍ତ ପୂଜାରେ ନିତ୍ୟାନ୍ତ ଆବଶ୍ୟକ। କିନ୍ତୁ ଗଣେଶଙ୍କ କଥା ଟିକେ ନିଆରା। ଅନ୍ୟ ପୂଜାରେ ଦୂବଘାସ ନ ହେଲେ ଚଳିଯାଇପାରେ କିନ୍ତୁ ଗଣେଶ ପୂଜାରେ ଦୂବ ଘାସ ବିନା ପୂଜା ଏକ ପ୍ରକାରର ଅସମ୍ଭବ। ଗଣେଶଙ୍କ ପ୍ରିୟ ହେଉଛି ଦୂବ ଘାସ। କାରଣ ଭଗବାନ୍ ଗଣେଶ ଦୂବ ଘାସରେ ହିଁ ସନ୍ତୁଷ୍ଟି ଅନୁଭବ କରନ୍ତି। ଦୂବ ଘାସ ବ୍ୟବତୀତ ମୋଦକ ମଧ୍ୟ ଭଗବାନ ଗଣେଶଙ୍କ ଅତି ପ୍ରିୟ।

ତେବେ ଆସନ୍ତୁ ଜାଣିବା କାହିଁକି ଭଗବାନ ଗଣେଶ ଦୂବ ଘାସ ଅତି ଭଲପାଆନ୍ତି ବା କାହିଁକି ଦୂବ ଘାସ ବିନା ଭଗବାନ ଗଣେଶଙ୍କ ପୂଜା ଅଧୁରା ବୋଲି ବିବେଚନା କରାଯାଏ। ଏହା ପଛରେ କ’ଣ ରହିଛି କାରଣ ଓ ନିୟମ..।

गणेशजी को दूर्वा क्यों चढ़ाते हैं? दिलचस्प है इसके पीछे की कहानी, एक दुष्ट  राक्षस से है संबंध

ଏକ ପୌରାଣିକ କାହାଣୀ ଅନୁଯାୟୀ, ପ୍ରାଚୀନ କାଳରେ ଆନଲାସୁର ନାମକ ଏକ ଅସୁର ଥିଲା। ଯାହା ଯୋଗୁଁ ସ୍ୱର୍ଗ ଓ ଧରିତ୍ରୀ ପୃଷ୍ଠରେ ହା ହା କାର ପଡିଥିଲା। ସମସ୍ତେ ତ୍ରାହି ତ୍ରାହି ଚିତ୍କାର କରୁଥିଲେ। ଆନଲାସୁର ଏପରି ଏକ ଅସୁର ଥିଲା, ଯିଏ ଋଷୀ ଏବଂ ମଣିଷମାନଙ୍କୁ ଜୀବନ୍ତ ଗିଳି ଦେଉଥିଲେ।  ଆନଲାସୁର କବଳରୁ ମୁକ୍ତି ପାଇବା ପାଇଁ ସମସ୍ତେ ମହାଦେବଙ୍କ ନିକଟରେ ପହଞ୍ଚିଲେ। ଆନଲାସୁରକୁ ଧ୍ୱଂସ କରିବାକୁ ପ୍ରାର୍ଥନା କଲେ। ସମସ୍ତ ଦେବତା, ଦେବୀ ଓ ସାଧୁଙ୍କ ପ୍ରାର୍ଥନା ଶୁଣିବା ଭୋଳାନାଥ ସେମାନଙ୍କୁ କହିଥିଲେ ଯେ, କେବଳ ଶ୍ରୀ ଗଣେଶ ହିଁ ଆନାଲାସୁରକୁ ବିନାଶ କରିପାରିବେ। ତା’ପରେ ସମସ୍ତଙ୍କ ଅନୁରୋଧ କ୍ରମେ ଭଗବାନ୍ ଶ୍ରୀ ଗଣେଶ ଆନଲାସୁରଙ୍କୁ ଗିଳି ଦେଇଥିଲେ। ତା’ପରେ ତାଙ୍କ ପେଟରେ ଜଳାପୋଡା ଆରମ୍ଭ ହୋଇଥିଲା। ଏଥିରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ପ୍ରତିକାର କରିଥିଲେ କିନ୍ତୁ ପେଟରେ ଜଳାପୋଡା କମି ନଥିଲା। ପରେ ଋଷି କଶ୍ୟପ ଭଗବାନ ଗଣେଶଙ୍କୁ ୨୧ଟି ଦୂବ ବିଡା କରି ଖାଇବାକୁ ଦେଇଥିଲେ। ଦୂବ ଘାସ ଖାଇବା ପରେ ଭଗବାନ ଗଣେଶଙ୍କ ଏହି ଯନ୍ତ୍ରଣା ଦୂର ହୋଇଥିଲା। ପେଟ ବ୍ୟଥା କମିବା ସହ ଗଣେଶ ଅସ୍ବସ୍ତି ଲାଭ କରିଥିଲେ। ସେହି ଦିନ ଠାରୁ ଭଗବାନ ଗଣେଶଙ୍କୁ ଦୂବ ଘାସ ଅର୍ପଣ କରାଯାଉଛି।

ଭଗବାନ ଗଣେଶଙ୍କୁ ଦୂବ ଅର୍ପଣ କରିବାର ନିୟମ

गणेशजी को दूर्वा क्यों चढ़ाते हैं? दिलचस्प है इसके पीछे की कहानी, एक दुष्ट  राक्षस से है संबंध

-ଭଗବାନ ଗଣେଶଙ୍କୁ ଦୂବ ଅର୍ପଣ କରିବା ପୂର୍ବରୁ ଏହାକୁ ବିଶୁଦ୍ଧ ପାଣିରେ ଧୋଇ ଦିଅନ୍ତୁ ।

– ମନେରଖନ୍ତୁ ଯେ ଦୂବ କୌଣସି ମନ୍ଦିର, ବଗିଚା କିମ୍ବା ପରିଷ୍କାର ସ୍ଥାନରେ ବଢିଥିବା ଉଚିତ୍ ।

– ଅପରିଷ୍କାର ସ୍ଥାନରୁ ବା ମଇଳା ପାଣି ବହୁଥିବା ସ୍ଥାନରୁ ଭଗବାନ ଗଣେଶଙ୍କୁ ଦୂବ ଅର୍ପଣ କରନ୍ତୁ ନାହିଁ ।

– ପୂଜାରେ ସର୍ବଦା ଦୂବକୁ ବିଡା କରି ଭଗବାନଙ୍କୁ ଅର୍ପଣ କରନ୍ତୁ।

– ଭଗବାନ ଗଣେଶଙ୍କୁ ଦୂବ ଘାସର ୧୧ଟି ବିଡା ଅର୍ପଣ କରାଯିବା ଉଚିତ୍।

– ଦୂବ ଅର୍ପଣ କରିବା ସମୟରେ ଭଗବାନ ଗଣେଶଙ୍କର ମନ୍ତ୍ର ଜପ କରାଯିବା ଉଚିତ୍।