ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ବାତ୍ୟା ‘ଅକୱାନ’ । ଭୀଷଣ ବାତ୍ୟା ରୂପ ନେଇ ଉପକୂଳକୁ ମାଡି ଆସୁଛି ବାତ୍ୟା ଅକୱାନ’ । ଘଣ୍ଟାକୁ ୭କିମି ବେଗରେ ଆଗକୁ ବଢୁଛି ବାତ୍ୟା ଅକୱାନ । ଆନ୍ଧ୍ରପ୍ରଦେଶର ନରସାପୁର ଓ ପୁରୀ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ନେଇ ସମ୍ଭାବନା । ଭାରତୀୟ ପାଣିପାଗ ବିଭାଗର ସର୍ବଶେଷ ସୂଚନା ଅନୁଯାୟୀ, ଏହି ବାତ୍ୟାର ଗତିପଥରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଏହା ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ନରସାପୁର ଏବଂ ଓଡ଼ିଶାର ପୁରୀ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।
ପୂର୍ବରୁ ଏହି ବାତ୍ୟା ନେଲୋର ଏବଂ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଇଥିଲା। ମାତ୍ର ବର୍ତ୍ତମାନ ଏହା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅଭିମୁଖେ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି କରୁଛି। ସର୍ବଶେଷ ରିପୋର୍ଟ ଅନୁସାରେ, ଏହା ଗୋପାଳପୁରଠାରୁ ୭୧୦ କିମି, ପୁରୀଠାରୁ ୭୭୦ କିମି ଏବଂ ବିଶାଖାପାଟଣାଠାରୁ ୫୮୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି।
ବାତ୍ୟା ‘ଅକୱାନ’ ଏକ ଭୀଷଣ ସାମୁଦ୍ରିକ ଝଡ଼ ର ରୂପ ନେଇସାରିଛି। ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୦୦ ରୁ ୧୧୦ କିଲୋମିଟର ରହିପାରେ, ଯାହାକି ଝଟକା ପବନ ସହ ୧୨୦ କିଲୋମିଟର ପର୍ଯ୍ୟନ୍ତ ବୃଦଧି ପାଇବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି।