ରେଳବାଇରେ ଚାକିରି କରିବାକୁ ଚାହୁଁଥିବା ଯୁବକଯୁବତୀଙ୍କ ପାଇଁ ଏକ ବଡ଼ ସୁଯୋଗ। ରେଳବାଇ ନିଯୁକ୍ତି ବୋର୍ଡ (RRB) ପକ୍ଷରୁ ୧,୨୧୫ ଷ୍ଟେସନ ମାଷ୍ଟର ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ନିଯୁକ୍ତି କେନ୍ଦ୍ରୀଭୂତ ନିଯୁକ୍ତି ସୂଚନା (CEN) ନମ୍ବର ୦୮/୨୦୨୬ ଅଧୀନରେ କରାଯାଉଛି। ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ rrbapply.gov.in ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଅକ୍ଟୋବର ୨୭ ରୁ ଆରମ୍ଭ ହୋଇଥିବା ବେଳେ ଏହା ନଭେମ୍ବର ୨୫ ପର୍ଯ୍ୟନ୍ତ ଚାଲିବ।
ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା
ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ (Graduation) ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଆବେଦନକାରୀଙ୍କ ବୟସ ସୀମା ୧୮ ରୁ ୩୩ ବର୍ଷ ମଧ୍ୟରେ ହୋଇଥିବା ଉଚିତ। ସରକାରୀ ନିୟମ ଅନୁସାରେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ କୋହଳ କରାଯିବ।
ଚୟନ ପ୍ରକ୍ରିୟା ଏବଂ ଆବେଦନ ଶୁଳ୍କ
ଏହି ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଚାରୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBT), ଏହା ପରେ କମ୍ପ୍ୟୁଟର ଆଧାରିତ ଆପ୍ଟିଚ୍ୟୁଡ୍ ଟେଷ୍ଟ (CBAT), ଡକ୍ୟୁମେଣ୍ଟ ଯାଞ୍ଚ (DV) ଏବଂ ଶେଷରେ ଡାକ୍ତରୀ ପରୀକ୍ଷା (Medical Examination) କରାଯିବ। ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଅନ୍ୟପଟେ ମହିଳା, ଟ୍ରାନ୍ସଜେଣ୍ଡର, ଏସସି, ଏସଟି, ସଂଖ୍ୟାଲଘୁ, ଇବିସି ଏବଂ ପ୍ରାକ୍ତନ ସୈନିକଙ୍କ ପାଇଁ ଏହି ଶୁଳ୍କ ୨୫୦ ଟଙ୍କା ରହିଛି।
କିପରି କରିବେ ଆବେଦନ
୧. ପ୍ରଥମେ RRBର ଅଫିସିଆଲ୍ ୱେବସାଇଟ୍ rrbapply.gov.in କୁ ଯାଆନ୍ତୁ।
୨. ହୋମପେଜରେ ଥିବା ଷ୍ଟେସନ ମାଷ୍ଟର ରେଜିଷ୍ଟ୍ରେସନ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।
୩. ନିଜର ବିବରଣୀ ଦେଇ ପଞ୍ଜୀକରଣ କରନ୍ତୁ।
୪. ପଞ୍ଜୀକରଣ ପରେ ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ଆବଶ୍ୟକୀୟ ଶୁଳ୍କ ପ୍ରଦାନ କରନ୍ତୁ।
୫. ଶେଷରେ ଫର୍ମ ସବମିଟ୍ କରି ଏହାର ଏକ ପ୍ରିଣ୍ଟଆଉଟ୍ ନିଜ ପାଖରେ ରଖନ୍ତୁ।