ଭୁବନେଶ୍ୱର: ଆସନ୍ତା ସୋମବାର ରାଜ୍ୟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ। ୫ଟି ସଂସଦୀୟ କ୍ଷେତ୍ର ସହ ୩୫ ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ । ହେଲେ ଏଯାବତ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୭ କୋଟି ୧୮ ଲକ୍ଷ ଟଙ୍କା ଜବତ ହୋଇ ସାରିଲାଣି। ସେହିପରି ୭୩ କୋଟି ଟଙ୍କାର ଗଞ୍ଜେଇ, ବ୍ରାଉନସୁଗର ଆଦି ଡ୍ରଗସ୍ ଜବତ ହୋଇଥିବା ବେଳେ ୧୪ କୋଟି ୩୫ ଲକ୍ଷ ଟଙ୍କାର ସୁନା ଗହଣା ଜବତ ହୋଇଛି। ସମୁଦାୟ ଜବତ ଜନିଷର ମୂଲ୍ୟ ୨୫୪ କୋଟି ଟଙ୍କା।
ସବୁଠାରୁ ଅଧିକ ବରଗଡ଼ରେ ୧ କୋଟି ୨୬ ଲକ୍ଷ ଟଙ୍କା, ସୁନ୍ଦରଗଡ଼ରେ ୪୦ ଲକ୍ଷ, ବଲାଙ୍ଗୀରରେ ୩୫ ଲକ୍ଷ, କନ୍ଧମାଳ ୩୬ ଲକ୍ଷ ଓ ଆସ୍କାରୁ ୧୩ ଲକ୍ଷ ଟଙ୍କାର କ୍ୟାସ ଜବତ ହୋଇଛି । ବରଗଡ଼ରୁ କେବଳ ୮୦ ଲକ୍ଷ ଟଙ୍କାର ମଦ ଜବତ ହୋଇଛି। ରାଜ୍ୟର ୯,୧୬୯ ମତଦାନ କେନ୍ଦ୍ରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ।