ଭୁବନେଶ୍ୱର: କାଳବୈଶାଖୀ ବର୍ଷା ଯୋଗୁଁ ଭୁବନେଶ୍ବରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଆକାଶରେ ପାଖାପାଖି ୨୦ ମିନିଟ୍ ଅପେକ୍ଷା ପରେ ଝାରସୁଗୁଡ଼ା ଫେରିଗଲେ । ଝାରସୁଗୁଡ଼ାରେ ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରର । ଖଡ଼ିଆଳରେ ପ୍ରଚାର ସାରି ଭୁବନେଶ୍ବର ଫେରୁଥିଲେ ମୁଖ୍ୟମନ୍ତ୍ରୀ ।
କାଳବୈଶାଖୀ ଯୋଗୁଁ ଭୁବନେଶ୍ୱରରେ ଓହ୍ଲାଇ ନପାରି ମଝି ଆକାଶରେ ଚକ୍କର କାଟିଲା ନବୀନଙ୍କ ହେଲିକପ୍ଟର । ପ୍ରାୟ ୧ ଘଣ୍ଟା ମଝି ଆକାଶରେ ଚକ୍କର କାଟିଲା । ପରେ ଝାରସୁଗୁଡ଼ାରେ ସୁରକ୍ଷିତ ଭାବେ ଜରୁରୀ ଅବତରଣ କଲା ହେଲିକପ୍ଟର । ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ସୁରକ୍ଷିତ ଥିବା 5T ଅଧ୍ୟକ୍ଷଙ୍କ ସୂଚନା ଦେଇଛନ୍ତି ।
ଆଜି ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଯାଇଥିଲେ। ନିର୍ବାଚନୀ ସଭାରେ ପ୍ରଚାର ପରେ ନିର୍ଦ୍ଧାରିତ ସମୟରେ ଖଡ଼ିଆଳରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ ମୁଖ୍ୟମନ୍ତ୍ରୀ। ଅପରାହ୍ନ ପ୍ରାୟ ୩ଟାରୁ ସାଢ଼େ ୩ଟା ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାପୋର୍ଟର ଆକାଶ ମାର୍ଗରେ ପହଞ୍ଚିଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ଠିକ୍ ସେହି ସମୟରେ କାଳବୈଶାଖୀ ପବନ ହୋଇଥିଲା। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଓହ୍ଲାଇ ପାରିନଥିଲା। ଘଣ୍ଟାଏରୁ ଅଧିକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଭୁବନେଶ୍ୱରର ଆକାଶ ମାର୍ଗରେ ଚକ୍କର କାଟିଥିଲା। ପରେ ହେଲିକପ୍ଟରଟି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରେ ଅବତରଣ କରିଥିଲା।