ଇତିହାସ ରଚିଲେ ସିଜେଆଇ ଚନ୍ଦ୍ରଚୁଡ

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଡି. ଓ୍ବାଇ. ଚନ୍ଦ୍ରଚୂଡ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ ନାମରେ ଏକ ରେକର୍ଡ କରିଛନ୍ତି ଯାହା ଏପର୍ଯ୍ୟନ୍ତ କେହି ସିଜେଆଇ କରିନାହାଁନ୍ତ। ଅବଶ୍ୟ, ଏଥର ଏହାର କାରଣ କୌଣସି ରାୟ ନୁହେଁ, ବରଂ ତାଙ୍କର ଏକ ଯାତ୍ରା । ଘଟଣାହେଲା ସିଜେଆଇ ତିନି ଦିନିଆ ସରକାରୀ ଗସ୍ତରେ ଶୁକ୍ରବାର (୩ ମଇ ୨୦୨୪) ନେପାଳରେ ପହଞ୍ଚିଥିଲେ

ଭାରତର କୌଣସି ସିଟିଂ ପ୍ରଧାନ ବିଚାରପତିଙ୍କ ଦ୍ୱାରା ଏହା ନେପାଳର ପ୍ରଥମ ଗସ୍ତ। ତାଙ୍କ ଗସ୍ତ ସମୟରେ ସେ ତାଙ୍କ ନେପାଳୀ ପ୍ରତିପକ୍ଷଙ୍କୁ ଭେଟିବେ ଏବଂ ଶିଶୁ ଅଧିକାର ଉପରେ ଏକ ସେମିନାରରେ ମଧ୍ୟ ସମ୍ବୋଧିତ କରିବେ। ନେପାଳର ପ୍ରଧାନ ବିଚାରପତି ବିଶ୍ୱଭାସ ପ୍ରସାଦ ଶ୍ରେଷ୍ଟାଙ୍କ ନିମନ୍ତ୍ରଣ କ୍ରମେ ଏଠାକୁ ଆସିଥିବା ଜଷ୍ଟିସ ଚନ୍ଦ୍ରଚୁଡଙ୍କୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ନେପାଳ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଡକ୍ଟର ଆନନ୍ଦ ମୋହନ ଭଟ୍ଟରାଇ ସ୍ବାଗତ କରିଥିଲେ।