ଭାରତୀୟ ମହିଳା ଏବେ ସବୁ କ୍ଷେତ୍ରରେ ଅଗ୍ରଣୀ। ସେ ଆକାଶରେ ବିମାନ ଉଡେଇବା ହେଉ କି ଯୁଦ୍ଧ କ୍ଷେତ୍ରରେ ଶତ୍ରୁଙ୍କ ସହିତ ଲଢ଼ିବା, ବ୍ୟବସାୟ, ମନୋରଞ୍ଜନ, ଚିକିତ୍ସା, ଚାକିରୀ ସବୁ କ୍ଷେତ୍ରରେ ଆମର ପୁରୁଷ ସମାଜ ସହିତ କାନ୍ଧରେ କାନ୍ଧ ମିଳେଇ ସେ ଆଗକୁ ବଢ଼ିଚାଲିଛି।ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ପ୍ରବେଶ ଦେଶକୁ ଉନ୍ନତି ଏବଂ ପ୍ରଗତି ପଥରେ ଆଗେଇ ନେଉଛି।ଅନ୍ୟ ସବୁ ବିଭାଗ ଭଳି ବିଜ୍ଞାନ କ୍ଷେତ୍ରରେ ମଧ୍ୟ ମହିଳାଙ୍କ ସଂଖ୍ୟାବୃଦ୍ଧି ହେଲେ ବିଶ୍ୱରେ ଆମ ଦେଶର ମହିଳା ମାନେ ଏକ ଉଦାହରଣ ସୃଷ୍ଟି କରିପାରନ୍ତେ।ଭାରତ ସରକାର " ଟେକ୍ନୋଲୋଜି ଓ ଇନୋଭେସନ ପଲିସି - ୨o୨o " ଅନୁଯାୟୀ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ମହିଳାମାନଙ୍କର ଯୋଗଦାନ ବୃଦ୍ଧିକୁ ପ୍ରାଧାନ୍ୟ ଦେଇଛନ୍ତି, ଯାହା ଖୁବ ଶୀଘ୍ର ଅନୁମୋଦିତ ହେବାକୁ ଯାଉଛି।ବୈଜ୍ଞାନିକ ଗବେଷଣା, ଅଧ୍ୟୟନ ଓ ଅଧ୍ୟାପନା ଆଦିରେ ମହିଳା ମାନଙ୍କର ଅଧିକରୁ ଅଧିକ ଯୋଗଦାନ ଏବଂ ଦକ୍ଷତା ପ୍ରଦର୍ଶନ ଏହାର ମୂଳ ଲକ୍ଷ୍ୟ।

ଦେଖାଯାଏ ଆମ ଦେଶରେ ମହିଳା ମାନେ ବିଜ୍ଞାନ ପାଠ୍ୟକ୍ରମରେ ପୁରୁଷ ମାନଙ୍କ ତୁଳନାରେ କମ ଅଧ୍ୟୟନ ପାଇଁ ଇଛୁକ ହୁଅନ୍ତି ।ଏହାକୁ ଅଧିକ ଜଟିଳ ମନେକରି ବିଜ୍ଞାନ ସମ୍ବନ୍ଧୀୟ ବିଷୟ ପଢ଼ିବା ପାଇଁ ଅମନଯୋଗୀ ହୁଅନ୍ତି । ତେଣୁ ମହିଳାଙ୍କ ପାଇଁ ଆରକ୍ଷଣ ହୋଇଥିବା ସ୍ଥାନ ମଧ୍ଯ ପୂରଣ କରିବା କଷ୍ଟକର ହୁଏ । ଫଳରେ ଏହି କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ପୁରୁଷଙ୍କ ତୁଳନାରେ କମିଯାଉଛି ।ସେଥିପାଇଁ ବେଶୀ ରୁ ବେଶୀ ମହିଳା ବିଜ୍ଞାନ ପ୍ରତି ଆଗ୍ରହୀ ହେବାପାଇଁ ପ୍ରୋତ୍ସାହନ ଏବଂ ସଚେତନତା ର ଆବଶ୍ୟକତା ରହିଛି । ଝିଅ ମାନଙ୍କୁ ବିଦ୍ୟାଳୟ ସ୍ତରରୁ ବିଜ୍ଞାନ ଶିକ୍ଷା ପ୍ରତି ଆକୃଷ୍ଟ କରିବାର ଦାୟିତ୍ୱ ରହିଛି ବାପା ମାଆ ଏବଂ ଶିକ୍ଷକ / ଶିକ୍ଷୟତ୍ରୀ ମାନଙ୍କର । ବିଜ୍ଞାନ ଶିକ୍ଷାର ଉପଯୋଗୀତା, ଭବିଷ୍ୟତରେ ନିଜ କ୍ୟାରିଅର ଗଢ଼ିବା ପାଇଁ ଏହାର ଉପକାରିତା ବିଷୟରେ ସେମାନଙ୍କୁ ଜଣେଇବାର ଆବଶ୍ୟକତା ରହିଛି । ବିଜ୍ଞାନ ପ୍ରତି ସେମାନଙ୍କୁ ରୁଚି କୁ ବଢେଇବା ପାଇଁ ବିଜ୍ଞାନ ସମ୍ବନ୍ଧୀୟ ପୁସ୍ତକ, ଭିଡିଓ, ପରୀକ୍ଷଣ ର ସମସ୍ତ ସୁବିଧା ଯୋଗେଇବାର ବ୍ୟବସ୍ଥା କରିବା ଦାୟିତ୍ୱ ଆମର ।ପ୍ରାଥମିକ ସ୍ତରରୁ ଶିକ୍ଷା ଏବଂ ପଥ ପ୍ରଦର୍ଶନ ମହିଳା ମାନଙ୍କୁ ବିଜ୍ଞାନ ପ୍ରତି ନିଶ୍ଚୟ ଆକର୍ଷିତ କରିବ ବୋଲି ଆଶା କରାଯାଏ ।
ୟୁରୋପୀୟ ଦେଶ ଗୁଡ଼ିକ ତୁଳନାରେ ଆମ ଦେଶରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ମହିଳାମାନଙ୍କ ଉପସ୍ଥିତି କମ ।ଏବଂ ଏହା ପାଇଁ ଆମର ସାମାଜିକ ବ୍ୟବସ୍ଥା ଅନେକାଂଶରେ ଦାୟୀ l ପରିବାର ରେ ପୁଅ ଝିଅଙ୍କ ଭିତରେ ଅସମାନତା, ଝିଅଙ୍କ ପାଇଁ ନାନାଦି କଟକଣା ଯୋଗୁଁ ମହିଳାମାନେ ପରବର୍ତ୍ତୀ ସମୟରେ ବିଶେଷ ସଫଳ ହୋଇ ପାରୁନାହାନ୍ତି । ସୁତରାଂ ଏସବୁ ରେ ପରିବର୍ତ୍ତନ ଆଣିବା ପାଇଁ ଦରକାର ସୁସ୍ଥ ମାନସିକତା ।
ପୁଣିଥରେ ମନେପକେଇବାର ସମୟ ଆସିଯାଇଛି ଯେ ଭାରତର ମହାକାଶ ସଂସ୍ଥା ଇସ୍ରୋର ଉପଗ୍ରହ – ଜିସ୍ୟାଟ୍ ର ନିର୍ଦ୍ଦେଶିକା ଥିଲେ ମହିଳା ବୈଜ୍ଞାନିକ ଟି. ଅନୁରାଧା ।ଚନ୍ଦ୍ରୟାନ -୨ ର ପ୍ରୋଜେକ୍ଟ ନିର୍ଦ୍ଦେଶିକା ଶ୍ରୀମତୀ ବନିତା ମୁଥେୟା ଏବଂ ଏଥିରେ କାର୍ଯ୍ୟରତ ୩o {565af5950bfbe33dad4b01703c8df0ef40291bef89414603afa677bda413ab97} କର୍ମଚାରୀ ମଧ୍ୟ ମହିଳା ଥିଲେ ।ତେଣୁ ମହିଳାଙ୍କ ସହଭାଗିତା ଏହି କ୍ଷେତ୍ରରେ କିଛି ନୂଆଁ ନୁହେଁ ।କହିବା ବାହୁଲ୍ୟ ଆମର ଦେଶର ଝିଅ /ମହିଳା ମାନେ ଅନ୍ୟ ସବୁ ଭଳି ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବାରେ ମଧ୍ୟ ସକ୍ଷମ ଅଟନ୍ତି ।

ଫୋନ – 6370516478