ମା ଦୁର୍ଗାଙ୍କ ନବମ ରୂପ ଦେଉଛି ମା ସିଦ୍ଧିଦାତ୍ରୀ । ନବରାତ୍ରର ଶେଷ ଦିନରେ ମା’ଙ୍କୁ ପୂଜା କରାଯ଼ାଏ । ମା’ଙ୍କ କରୁଣାରୁ ଭକ୍ତଙ୍କ ସକଳ ମନୋରଥ ପୂରଣ ହୁଏ ।
ନାମରୁ ହିଁ ଜଣାପଡେ ଯେ ମା’ଙ୍କ ଉପାସନା କଲେ ସକଳ ସିଦ୍ଧିପ୍ରାପ୍ତ ହୁଏ ଓ ମନୋରଥ ପୂରଣ ହୁଏ । ମାତାଙ୍କ କୃପାରୁ ହିଁ ଭଗବାନ ଶିବ ସିଦ୍ଧି ପ୍ରାପ୍ତ ହୋଇଛନ୍ତି ଓ ଅର୍ଦ୍ଧନାରୀଶ୍ୱର ରୂପ ଧାରଣ କରିଛନ୍ତି । ମା ହେଉଛନ୍ତି ଚତୁର୍ଭୁଜା, ହାତରେ ଶଙ୍ଖଚକ୍ର ଗଦା ଓ ପଦ୍ମ ଧରିଛନ୍ତି । ମାଙ୍କର ବାହାନ ହେଉଛି ସିଂହ । ମାଙ୍କ କୃପାରୁ ସାଧକ ଅଣିମା,ଲଂଘିମା ଆଦି ଆଠ ପ୍ରକାରର ସିଦ୍ଧି ପ୍ରାପ୍ତ କରିଥାଏ । ମା କେବଳ ସିଦ୍ଧି ପ୍ରଦାନ କରନ୍ତି ନାହିଁ, ବରଂ ମୋକ୍ଷ ପ୍ରଦାନ ମଧ୍ୟ କରନ୍ତି ଓସମସ୍ତ ପାପ ମୋଚନ କରନ୍ତି ।
ଧ୍ୟାନ
ସିଦ୍ଧଗନ୍ଧର୍ବ ଯକ୍ଷାଦୈରସୁରୈରମରୈରପି ।
ସେବମାନ୍ୟା ସହ ଭୁତାମ ସିଦ୍ଧିଦା ସିଦ୍ଧଦାୟିନୀ । ।