ବର୍ତ୍ତମାନ ଯୁଗରେ ନିଜକୁ ଫିଟ୍ ରଖିବାକୁ କିଏ ବା ନଚାହେଁ । ସୁନ୍ଦର ଦିଶିବା ପାଇଁ ସମସ୍ତେ ନିଜର ଓଜନ କମାଇବାରେ ଲାଗିଛନ୍ତି । ଓଜନ କମାଇବାର ନିଶା ଏବେ ସମସ୍ତଙ୍କୁ ଘାରିଛି । ଓଜନ କମାଇବାକୁ କିଏ ଡାଏଟ କରୁଛନ୍ତି ତ ପୁଣି ଆଉ କେହି କେହି ଜିମର ସାହାରା ନେଉଛନ୍ତି । ବେଳେବେଳେ ସଚେତନ ରହିବା ସତ୍ତ୍ବେ କିଛି ଭୁଲ ରହିଯାଇଥାଏ । ଯାହା ଫଳପ୍ରଦ ହୋଇନଥାଏ । ବର୍ତ୍ତମାନର ଅପଡେଟ ସମୟରେ ଓଜନ ବୃଦ୍ଧି ସମସ୍ୟାର ବିଷୟବସ୍ତୁ ପାଲଟିଛି । ଓଜନ କମାଇବାକୁ ଯାଇ ଅନେକ ଜଣ ଡେରିରେ ଲଞ୍ଚ ଏବଂ ଡିନର କରିଥାନ୍ତି ।
କିନ୍ତୁ ଆପଣ ଜାଣନ୍ତି କି? ଏହା କରିବା ଦ୍ବାରା ଶରୀରରେ ଅନେକ ରୋଗ ସୃଷ୍ଟି କରିବା ସହିତ ଓଜନକୁ କମାଇବା ବଦଳରେ ବଢ଼ାଇଦେଇଥାଏ । ଓଜନ କମାଇବାକୁ ହେଲେ ହେଲଦି ଖାଦ୍ୟ ଖାଇବା ଉଚିତ୍ । ଯାହା ଆପଣଙ୍କ ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଯିଏ କି ବ୍ଲଡ ସୁଗାରକୁ ନିୟନ୍ତ୍ରିତ କରି ରଖିବା ସହ ପେଟକୁ ଫୁଲ୍ ରଖିଥାଏ । ଯାହାଦ୍ବାରା ଓଜନରେ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଖାଦ୍ୟରେ କମ୍ କ୍ୟାଲୋରୀ ଏବଂ ଅଧିକ ପୋଷଣ ଜିନିଷକୁ ସାମିଲ କରିବା ଗୁରୁତ୍ବପୂର୍ଣ୍ଣ । ତେବେ ଆସନ୍ତୁ ସେହି ୫ଟି ଖାଦ୍ୟ ସମ୍ପର୍କରେ ଜାଣିବା ।
