ମୋନଜ କୁମାର ନଥିଲେ ଆଜି ଅମିତାଭ ବଚନଙ୍କୁ ଆମେମାନେ ପରଦାରେ ପାଇନଥାନ୍ତୁ

ବଲିଉଡ୍‌ ଅଭିନେତା ମନୋଜ କୁମାରଙ୍କ ପରଲୋକ। ମନୋଜ କୁମାର ତଥା ଭରତ କୁମାରଙ୍କ ଅନୁପସ୍ଥିତି ଏବେ ସାରା ସିନେଜଗତକୁ ଅନୁଭବ ହେଉଛି। ୮୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ୧୯୩୭ ମସିହା ଜୁଲାଇ ୨୪ ତାରିଖରେ ଜନ୍ମ ହୋଇଥିବା ମନୋଜ କୁମାର ଆଜି ଆଉ ଆମ ଗହଣରେ ନାହାନ୍ତି।କିନ୍ତୁ ସେ ମହାନ କଳାକାର ନିଜେ ଯେତେ ବଡ଼ ହେଇଛନ୍ତି ତାଙ୍କ ସହ ଅନେକ କଳାକାରଙ୍କୁ ବଡ଼ କରିଛନ୍ତି। ଏଇ ଯେମିତି ହୁଏତ ମୋନଜ କୁମାର ନଥିଲେ ଆଜି ଅମିତାଭ ବଚନଙ୍କୁ ଆମେମାନେ ପରଦାରେ ପାଇନଥାନ୍ତୁ। ଚାଲନ୍ତୁ ଜାଣିବା କେମିତି ଆଉ କଣ ପାଇଁ ଅମିତାଭଙ୍କୁ ମୋନଜ କୁମାର ଦେଇଥିଲେ ବଡ଼ ସୁଯୋଗ।

ମନୋଜ କୁମାରଙ୍କ ଅଧିକଂଶ ସିନେମ‌ା ଥିଲା ମ୍ୟୁଜିକାଲ୍ ହିଟ୍। ତାଙ୍କ ଅଭିନୀତ/ନିର୍ଦ୍ଦେଶିତ କେତୋଟି ଲୋକପ୍ରିୟ ଗୀତ ହେଲା ଏକ୍ ପ୍ୟାର୍ କା ନଗମା ହେ (ଶୋର୍), ଜିନ୍ଦେଗିକି ନା ଟୁଟେ ଲଡି (କ୍ରାନ୍ତି), ମେରେ ଦେଶ୍ କୀ ଧରତୀ (ଉପକାର୍), ମେଁ ନା ଭୁଲୁଙ୍ଗା (ରୋଟି କପଡ଼ା ଔର୍ ମକାନ୍), ହେ ପ୍ରୀତ୍ ଯାହାଁକି ରୀତ୍ ସଦା..(ପୂରବ୍ ଔର୍ ପଶ୍ଚିମ) ଓ ମେହେବୁବ୍ ମେରେ ମେହେବୁବ୍..(ପଥର କେ ସନମ୍)।ଭାରତୀୟ ସିନେମାରେ ଅବଦାନ ଲାଗି ମନୋଜ କୁମାରଙ୍କୁ ଭାରତ ସରକାର ୧୯୯୨ ମସିହାରେ ପଦ୍ମଶ୍ରୀ ସମ୍ମାନ ଓ ୨୦୧୫ରେ ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହାପୂର୍ବରୁ ସେ ଗୋଟିଏ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ବିଭିନ୍ନ ବର୍ଗରେ ସାତଟି ଫିଲ୍ମଫେୟାର ପୁରସ୍କାର ମଧ୍ୟ ଲାଭ କରିଥିଲେ।

କ୍ରମାଗତ ବିଫଳତା ପରେ ନିରାଶ ହୋଇ ଯେତେବେଳେ ଅମିତାଭ ବଚ୍ଚନ ମୁମ୍ବାଇ ଛାଡି ଦିଲ୍ଲୀ ତାଙ୍କ ମା’ ବାପାଙ୍କ ନିକଟକୁ ଫେରୁଥିଲେ ସେହି ସମୟରେ ସେ ଅମିତାଭଙ୍କୁ ଅଟକାଇ ତାଙ୍କ ଫିଲ୍ମ ‘ରୋଟି, କପଡା ଅର ମାକାନ’ରେ ସୁଯୋଗ ଦେଇଥିଲେ।ଯେତେବେଳେ ଲୋକମାନେ ଅମିତାଭଙ୍କୁ ବିଫଳତା ପାଇଁ ଥଟ୍ଟା କରୁଥିଲେ, ତଥାପି ତାଙ୍କ ଉପରେ ସେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଥିଲେ ଯେ ସେ ଦିନେ ବହୁତ ବଡ ତାରକା ହେବେ। ସେ ମଧ୍ୟ ସେହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ମନୋଜ ଦିଲୀପ କୁମାରଙ୍କ ଜୀବନରେ ବି ସୁଯୋଗ ହେଇ ଆସିଥିଲେ , ଦିଲୀପ କୁମାର ତାଙ୍କ ପତ୍ନୀ ସାଇରା ବାନୁଙ୍କୁ ତାଙ୍କ ଚଳଚ୍ଚିତ୍ର ‘ପୁରବ ଔର ପଶ୍ଚିମ’ରେ କାମ କରିବାକୁ ପ୍ରବର୍ତ୍ତାଇଥିଲେ। ଏହା ପରେ ସେ ଦିଲୀପ କୁମାରଙ୍କୁ ତାଙ୍କ ଫିଲ୍ମ ‘କ୍ରାନ୍ତି’ରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ।
ମନୋଜ କୁମାର ଙ୍କ ଏହି ଚଳଚ୍ଚିତ୍ରର ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କଠାରୁ ପ୍ରେରଣା ମିଳିଥିଲା। ଯିଏ ‘ଜୟ ଯବାନ-ଜୟ କିଶାନ’ ସ୍ଲୋଗାନ ଦେଇଥିଲେ। ସେ କହୁଥିଲେ ଯେ ସମସ୍ତ ନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା। ଶାସ୍ତ୍ରୀଙ୍କ ବ୍ୟତୀତ ଇନ୍ଦିରା ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀ ମଧ୍ୟ ତାଙ୍କ ଚଳଚ୍ଚିତ୍ରକୁ ଭଲ ପାଉଥିଲେ। ମନୋଜ କୁମାର ରାଜ କପୁରଙ୍କ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ମେରା ନାମ ଜୋକର’ରେ ମଧ୍ୟ କାମ କରିଥିଲେ। ସତରେ କଳାକାର ଯେ କେବଳ ପରଦାରେ ହିରୋ ହେବା କାମ କରେ ତାହା ନୁହେଁ ଲୋକଙ୍କ ଅସଲି ଜୀବନର ବି ହିରୋ ର କାମ କରେ ତାହା ମୋନଜ କୁମାର ଜଣେଇଦେଇଗଲେ।