ଭୁବନେଶ୍ବର : ଚଳିତ ନିର୍ବାଚନ ଜିତିଲେ ବିଜେଡ଼ି ମାଗଣା ବିଦ୍ୟୁତ୍ ସୁବିଧା ଯୋଗାଇ ଦେବ ବୋଲି ଘୋଷଣା କରିଛି। ଏହି ଘୋଷଣାକୁ ନେଇ ବିଜେଡି କର୍ମୀ ଉତ୍ସାହିତ ଥିବା ବେଳେ ବିଜେପିକୁ କରେଣ୍ଟ ଲାଗିଛି । କରେଣ୍ଟ ଝଟକା ଲାଗିଲା ପରେ ଏବେ ବିଜେପି ସୋଲାର ବ୍ୟବସ୍ଥାରେ ବିଦ୍ୟୁତ୍ ଯୋଗାଇ ଦେବ ବୋଲି କହି ବୁଲୁଛି । ଯାହାକୁ ସାଧାରଣରେ ଭେଳିକି ବୋଲି କହି ଚର୍ଚ୍ଚା କରୁଛନ୍ତି। ପୂର୍ବ ନିର୍ବାଚନରେ ବିଜେପି ରନ୍ଧନ ଗ୍ୟାସ ମାଗଣାରେ ଯୋଗାଇ ଦେବା ପ୍ରତିଶ୍ରୁତି ଦେଇ ବାରମ୍ବାର ଦର ବଢାଇ ଚାଲିଛି । LPG ଗ୍ୟାସ ପରି ସୋଲାର ବିଦ୍ୟୁତ୍ ଘୋଷଣା ମଧ୍ୟ ଏକ ଭେଳିକି ବୋଲି ଲୋକମାପେ ଚର୍ଚ୍ଚା କରୁଛନ୍ତି।
ସେହିପରି ଚାଷୀଙ୍କ ପାଇଁ ୩୧୦୦ ଟଙ୍କା MSP ବଡ ଜୁମଲା। MSP ବୃଦ୍ଧି କେନ୍ଦ୍ର ବିଚାରାଧୀନ ହୋଇଥିଲେ ବି ୧୦ ବର୍ଷ ଧରି ଚାଷୀଙ୍କ କଥା ଚିନ୍ତା କରିନଥିଲା ବିଜେପି। ଏବେ ନିର୍ବାଚନ ପାଇଁ ଚାଷୀଙ୍କ କଥା ମନେ ପଡୁଛି। ଓଡିଶା ବାସୀ ଜାଣିଛନ୍ତି ଓଡିଶାରେ ବିଜେପିର ସ୍ଥିତି କିଛି ନାହିଁ। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ବହୁ ମତ ପାଇ ସାରିଛି। ଏଥର ବିଜେଡି ସରକାର ଆସିଲେ ଓଡିଶାବାସୀଙ୍କ ସବୁ ସ୍ବପ୍ନ ପୂରଣ ହେବ ବୋଲି ବିଜେଡି ନେତା ପାଣ୍ଡିଆନ୍ କହିଛନ୍ତି।