ବିଜେପିର ଫୋକସରେ ଓଡ଼ିଶା। ଓଡ଼ିଶା ଦଖଲ ଲକ୍ଷ୍ୟ ନେଇ ଘନଘନ ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତୃତ୍ୱ।ଏହିକ୍ରମରେ ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ। ମେ’ ୧୭ ତାରିଖରେ ସେ ଓଡ଼ିଶା ଆସିବେ ଓ ୩ଟି ସ୍ଥାନରେ ପ୍ରଚାର କରିବେ। ହେମାମାଳିନୀ ଉତ୍ତର ଭୁବନେଶ୍ୱର ଓ କଟକ କିଶନ ନଗରରେ ସଭା କରିବେ। ପିପିଲିରେ ସେ ରୋଡ୍ ଶୋ’ କରିବେ। ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ଆସନ୍ତାକାଲି ସକାଳେ ଭୁବନେଶ୍ୱରରେ ରୋଡ୍ ଶୋ’ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ମାଉସୀ ମା’ ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ସେ ରୋଡ୍ ଶୋ’ କରିବେ। ପରେ ଅପରାହ୍ନରେ ପଦ୍ମପୁର ଓ ସୁନ୍ଦରଗଡ଼ରେ ସଭା କରିବେ ନଡ୍ଡା।