ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ସଂଧ୍ୟା ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ସୋମବାର ସକାଳ ୭ଟାରୁ ମତଦାନ ଜାରି ରହିଛି। ଏପର୍ଯ୍ୟନ୍ତ ନବରଂଗପୁରରେ ସର୍ବାଧିକ ଓ ବ୍ରହ୍ମପୁରରେ ସବୁଠାରୁ କମ ୫୮ ପ୍ରତିଶତ ମତଦାନ ହୋଇଛି।
ନବରଂଗପୁର ଲୋକସଭା ଆସନରେ ସନ୍ଧ୍ୟା ୫ଟା ସୁଦ୍ଧା ନବରଂଗପୁରରେ ୬୮.୮୪ ପ୍ରତିଶତ, କଳାହାଣ୍ଡିରେ ୬୭.୩୭ ୯%, କେରାପୁଟରେ ୬୧.୨୨% ମତଦାନ ହୋଇଛି। ସେହିପରି ନୂଆପଡ଼ାରେ ୬୬.୩୫, ଗଜପତିରେ ୬୩.୭୧ ରାୟଗଡ଼ାରେ ୬୨.୯୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।