କରୋନା ଭାୟରସ ରୁ ବଞ୍ଚିବା ପାଇଁ ଆୟୁର୍ବେଦ ର ଡକ୍ଟର ଗିରିଧର କାଜେଙ୍କ ଦ୍ୱାରା କୁହାଯାଇଥିବା ଏପରି ପାଞ୍ଚଟି ଇମ୍ୟୁନିଟି ବୁଷ୍ଟର ଟିପ୍ସ ବିଷୟରେ ଏହି ଲେଖାରେ ସୂଚିତ କରାଯାଇଛି ଯାହାଦ୍ୱାରା କରୋନାର ସଙ୍କ୍ରମଣକୁ ବ୍ୟାପିବା ରୋକିବାକୁ ସହାୟକ ହୋଇପାରିବ ।ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଆପଣଙ୍କୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି । କରୋନା ଭାୟରସ୍ ର ସଙ୍କ୍ରମଣ କୁ ପ୍ରତିରୋଧ କରିବା ପାଇଁ ଘରୋଇ ଉପଚାର ସମ୍ପୂର୍ଣ୍ଣ ଭାବେ ଫଳପ୍ରଦ ହୋଇପାରିବ । କରୋନା ଭାୟରସ୍ ର ପ୍ରକୋପ ବର୍ତ୍ତମାନ ଯାଏଁ କମିନି କିମ୍ବା ଏହାର ସଙ୍କ୍ରମଣ ନିକଟ ଭବିଷ୍ୟତରେ କମିବାର ସମ୍ଭାବନା ଦେଖାଯାଉନାହିଁ । ଆଜି ଭାରତବର୍ଷରେ ସତୁରି ଲକ୍ଷରୁ ଉର୍ଦ୍ଧ୍ୱ କରୋନାରେ ସଙ୍କ୍ରମିତ ହୋଇଛନ୍ତି ଏବଂ ଏହା ଭବିଷ୍ୟତରେ ଆହୁରି ବଢିବାର ସମ୍ଭାବନା ରହିଛି । କରୋନା ପ୍ରତିଷେଧକ ଟିକା ପରିକ୍ଷଣ ସ୍ଥରରେ ଅଛି ଏବଂ ନିକଟ ଭବିଷ୍ୟତରେ ଆସିବାର ସମ୍ଭାବନା ନାହିଁ । ଏହାଠାରୁ ରକ୍ଷାପାଇବା ପାଇଁ ଡାକ୍ତରଙ୍କ ଦ୍ୱାରା ବିଭିନ୍ନ ଚିକିତ୍ସା ପଦ୍ଧତି ସଫଳତାର ସହ ପ୍ରୟୋଗ କରାଯାଉଛି । କରୋନାରୁ ବଞ୍ଚିବା ପାଇଁ ରୋଗ ପ୍ରତିରୋଧକ କ୍ଷମତାକୁ ଦୃଢ କରିବା ଦିଗରେ ଆର୍ୟୁବେଦ ଅନେକାଂଶରେ ସହାୟକ ଭାବେ ପ୍ରମାଣିତ ହୋଇଛି । ଡାକ୍ତର ଗିରିଧର କାଜେଙ୍କ ଅନୁଭବ ଆଧାରରେ ଅପଣଙ୍କୁ ବିଶେଷ ଲାଭଦାୟକ ଘରୋଇ ଚିକିତ୍ସାର ଜ୍ଞାନ ପ୍ରଦାନ କରାଯାଉଛି ।

- କୋଭିଡ ରୁ ବଞ୍ଚିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଥମ ପଦକ୍ଷେପ ହେଲା ଗରମ ପାଣି ର ସେବନ ର ଅଭ୍ୟାସ କରିବା ।
- ଗୋଟିଏ ବଡ ପାତ୍ରରେ ପାଣି କୁ ଭଲଭାବରେ ଫୁଟାଇବେ ଏବଂ ସେଥିରେ ପାଞ୍ଚଟି ପିପେରମିଣ୍ଟର ପତ୍ର, ଗୋଟିଏ ଛୋଟ ଅଦାଖଣ୍ଡ ଏବଂ ଲବଙ୍ଗ ପକେଇେବେ ।
- ସକାଳୁ ଥରେ ଏପରି ପାଣିର ମିଶ୍ରଣ କରି ଦିନ ସାରା ପିଇବେ ।
ଆର୍ୟୁବେଦରେ ତୁଳସି ଗଛର ପ୍ରତ୍ୟେକ ଭାଗକୁ ଶରୀରିକ ସୁସ୍ଥତା ପାଇଁ ଉପଯୋଗ କରାଯାଏ । ରୋଗ ପ୍ରତିରୋଧକ ଶକ୍ତି କୁ ସୁଦୃଢ କରିବା ଦିଗରେ ତୁଳସିର ଉପଯୋଗିତା କିପରି କରାଯାଇପାରିବ ନିମ୍ନରେ ଦିଆଯାଇଛି ।
-ପ୍ରାୟ ଏକ ଲିଟର ପାଣିରେ ତୁଳସି ପତ୍ରକୁ ପକାଇ ଭଲ ଭାବରେ ଫୁଟେଇ ଦେବେ । ପାଣିକୁ ସେଇ ପର୍ଯ୍ୟନ୍ତ ଫୁଟେଇବେ ଯେଉଁ ପର୍ଯ୍ୟନ୍ତ ଏହା ଶୁଖି ଏକ ଲିଟର ପାଣିର ମାତ୍ର ଚାରି ଭାଗ ରହିଯିବ । - ଚାରି ଭାଗ ପାଣିରେ ଚାରି ଛଟି ଗୋଲ ମରିଚ ଦାନା , ଅଳ୍ପ ଗୁଡଏବଂ ଏକ ଚାମଚ ଲେମ୍ବୁରସ ପକେଇ ମିଶ୍ରଣ ପ୍ରସ୍ତୁତ କରିବେ ।
- ଏହାକୁ ଚାହା ଭାବରେ ଦିନକୁ ଏକ ରୁ ଦୁଇ ଥର ସେବନ କରିପାରିବେ । ଜରର ଲକ୍ଷଣ ଥିଲେ କିଛି ଦିନ ପାଇଁ ଏହାକୁ ସେବନ କରିପାରିବେ ।
- ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ ଏହି ମିଶ୍ରଣକୁ ନିରନ୍ତର ସେବନ କରିବା ଅନୁଚିତ । ତେଣୁ ୫ ରୁ ୬ ଦିନ ଅନ୍ତରରେ ଏହାକୁ ପୁଣି ଥରେ ସେବନ କରିପାରିବେ ।
- କରୋନା ଭାୟରସ ରେ ପ୍ରମୁଖ ଲକ୍ଷଣରେ ଥଣ୍ଡା,ଖାସ ଅର୍ନ୍ତଭୁକ୍ତ । ଏପରି ସ୍ଥିତିରେ ଆୟୁର୍ବେଦିକ୍ ଟିପ୍ସ ପ୍ରୟୋଗ କରିବା ବହୁତ ଲାଭପ୍ରଦ ହୋଇପାରେ । ଏହା ପାଇଁ ଅଦାକୁ କାଟି ଛୋଟ ଛୋଟ ଖଣ୍ଡ କରିବେ, ଅଧା ଚାମଚ ଜିରା, ଅଧା ଚାମଚ ହଳଦି, ଏକ ଚାମଚ ଲେମ୍ବ୍ୁ ରସକୁ ଏକ କପ ପାଣିରେ ମିଶାଇ ଏହାର ସେବନ ଆରମ୍ଭ କରିବେ । ଥଣ୍ଡା,ଖାସରେ ପୀଡିତ ବ୍ୟକ୍ତିଙ୍କ ଉପରେ ଏହି ଆର୍ୟୁବେଦିକ୍ ପାନୀୟର ପ୍ରଭାବ ବହୁତ ଅଧିକ।