ସ୍ୱାସ୍ଥ୍ୟ ବୀମା : ଜାଣନ୍ତୁ ଏହାର ଫାଇଦା

ଯଦି ଆପଣ ହଠାତ ରୋଗରେ ପଡ଼ୁଛନ୍ତି ଓ ତୁରନ୍ତ ଉପଚାର ପାଇଁ ମାଧ୍ୟମ ଶ୍ରେଣୀ ଲୋକଙ୍କୁ ବହୁତ କଷ୍ଟ ହୋଇଥାଏ। ଏପରି ସ୍ଥଳେ ଆମକୁ ହୋଇଥାଏ କାସ ! ଏପରି କୌଣସି ରାସ୍ତା ଥାଆନ୍ତା ଯଦ୍ୱାରା ଆର୍ଥିକ ସହାୟତା ହୋଇଯାଇଥାନ୍ତା । ଏପରି କଠିନ ସ୍ଥଳେ କେବଳ ସ୍ୱାସ୍ଥ୍ୟ ବୀମା ଆପଣଙ୍କୁ ସାହାଯ୍ୟ କରିପାରିବ। ଆସନ୍ତୁ ଜାଣିବା ।

ସ୍ୱାସ୍ଥ୍ୟ ବୀମାର ଫାଇଦା-: ବର୍ତମାନ ଅନେକଙ୍କର ସ୍ଵାସ୍ଥ୍ୟଗତ ସମସ୍ୟା ଅଧିକ ହେବାରୁ ମିଳୁଛି । ଚିକିସ୍ଥା ସେବାକୁ ଦେଖି ସ୍ୱାସ୍ଥ୍ୟ ବୀମା ନେବା ଅତ୍ୟନ୍ତ ଜରୁରୀ । ନେଇଥିବା ବୀମା ଅନୁସାରେ ଆପଣଙ୍କୁ କେବଳ ପ୍ରିମିୟମ କରିବାକୁ ପଡିବା ଯଦ୍ୱାରା ଆବଶ୍ୟକ ସମୟରେ ଆର୍ଥିକ ସମସ୍ୟାରୁ ବର୍ତ୍ଥିଯାଇ ପାରିବେ ।

ସ୍ୱାସ୍ଥ୍ୟ ବୀମାର ସୁବିଧା-: ଯଦି ଆପଣଙ୍କର ସ୍ୱାସ୍ଥ୍ୟ ବୀମା ଅଛି ତେବେ ଚିକିସ୍ଥା କରାଇବା ସମୟରେ ପଇସାର ଚିନ୍ତା କରିବା ଦରକାର ନାହି । କାରଣ ବୀମା କମ୍ପାନୀର ବିଭିନ୍ନ ହସ୍ପିଟଲ ସହ ଟାଏଅପ ଥାଏ । ଚିକିସ୍ଥା ସମୟରେ କ୍ୟାସଲେସ ସୁବିଧା ଆପଣଙ୍କୁ ମିଳିଯିବା । ଆପଣଙ୍କ ବୀମାର ସମସ୍ତ ବିବରଣୀ ହସ୍ପିଟାଲକୁ ଏବଂ ଚିକିସ୍ଥା କରନ୍ତୁ ।

ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଓ ପରେ:- ହସ୍ପିଟାଲରେ ଭର୍ତ୍ତିହେବା ପୂର୍ବରୁ ଏବଂ ହସ୍ପିଟାଲରୁ ବାହାରିବା ପରେ ୭୦ଦିନ ପର୍ଯ୍ୟନ୍ତ ଅବଧିକୁ ବୀମାରେ କଭର କରିପାରିବେ । ଏହା ନିର୍ଭର କରୁଛି ଆପଣ କେଉଁ ବୀମା କରିଛନ୍ତି । ଅର୍ଥାତ ବିମାର ପ୍ଳାନ ଅନୁଯାୟୀ ଏହା ସ୍ଥିର ହୋଇଥାଏ।

ଟ୍ରାସ୍ପୋଟେସନ ଖର୍ଚ୍ଚ -: ବୀମାରେ ରୋଗୀକୁ ହସ୍ପିଟାଲ ପର୍ଯ୍ୟନ୍ତ ଆମ୍ବୁଲାନ୍ସରେ ନେବାର ଖର୍ଚ୍ଚ ମଧ୍ୟ ବିମାରେ କଭର ହୋଇଥାଏ ।

ନୋକ୍ଲେମ୍ ବୋନସ୍:- ଯେଉ ବ୍ୟକ୍ତିର ବୀମା ଅଛି ଯଦି ସେ ପୂର୍ବ ବର୍ଷ କୌଣସି କ୍ଳେମ ଫାଇଲ କରିନାହାନ୍ତି ତେବେ ତାକୁ ବୋନସ ମିଳିଥାଏ।

ନିଶୁଳ୍କ ମେଡିକାଲ ଚେକ୍-ଅପ:- ବୀମା ରେ ସ୍ୱାସ୍ଥ୍ୟ ଚେକ୍-ଅପ ର ସୁବିଧା ମଧ୍ୟ ରହିଛି। ଅନେକ ବୀମା କମ୍ପାନୀ ଆପଣଙ୍କ ପୂର୍ବ ଏନସିବି ଦେଖି ସ୍ୱାସ୍ଥ୍ୟ ଚେକ୍-ଅପ ଲାଭର ଫେଡା ଉଠାଇପାରିବେ। କୌଣସି ଗମ୍ଭୀର ରୋଗରୁ ସୁରକ୍ଷିତ ରହିପାରିବେ ।

ଟାକ୍ସରୁ ମୁକ୍ତି:- ସ୍ୱାସ୍ଥ୍ୟ ବୀମାର ପ୍ରିମିୟମ ଯେଉଠି ଭରଜାଏ ତା’ଉପରେ ଅଧିନିୟମ ଧାରା ୮୦ ରେ ଆପଣଙ୍କୁ ଟାକ୍ସରୁ ମୁକ୍ତି ମିଳିଥାଏ । ଏହାଉପରେ ବୀମା କମ୍ପାନୀରୁ ବିବରଣୀ ପାଇପରିବେ।

ସ୍ୱାସ୍ଥ୍ୟ ବୀମାର ପ୍ରକାର :-

୧- ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବୀମା :- ଏହି ବୀମାରେ ବ୍ୟକ୍ତି ସ୍ୱାସ୍ଥ୍ୟ ବୀମା ନେଇଥିବ, କେବଳ ତା’ର ରୋଗହେଲେ ତା’ର ସନଷ୍ଟ ଖର୍ଚ ଏହି ବୀମାରେ କଭାର ହୋଇପାରିବ । ଏହା ତାହାର ଆୟୁ ଅନୁସାରେ ବୀମାର ପ୍ରିମିୟମ ଦେବାକୁ ହେବ ।

୨- ପରିବାର ସ୍ୱାସ୍ଥ୍ୟ ବୀମା :- ଏହି ବୀମାରେ ପରିବାରର ସମସ୍ତ ସଦସ୍ୟଙ୍କ ବିଭିର୍ନ ରୋଗ ଉପରେ ବୀମା ହୋଇଥାଏ । ଏଥିରେ ବୀମା କମ୍ପାନୀ ଦ୍ଵାରା ଏକ ନିର୍ଦ୍ଧିଷ୍ଟ ଅର୍ଥ ରାସୀ ନିର୍ଦ୍ଧାରିତ ହୋଇଥାଏ । ଯାହା ପରିବାରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ଲାଗିଥାଏ ।

୩- ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ବୀମା :- ଏହି ପଲିଶି ବ ବୀମା ବୃଦ୍ଧ ଅର୍ଥାତ ଯାହାଙ୍କ ବୟସ ୬୦ରୁ ଅଧିକ ତାଙ୍କପାଇ ହୋଇଥାଏ । ବିଭିର୍ନ ସ୍ୱାସ୍ଥ୍ୟ ସମସ୍ୟା ହେଲେ ସେମାନଙ୍କୁ ଏହି ବୀମା ସୁରକ୍ଷା ଦେଇଥାଏ ।

୪- ସର୍ଜରୀ ଏବଂ କ୍ରିଟିକାଲ ରୋଗପାଇ ସ୍ୱାସ୍ଥ୍ୟ ବୀମା -: ଏହି ବୀମା ଯେଉ ବ୍ୟକ୍ତିର କିଡିନୀ ଫେଲିୟର, ପରାଲିସିସ, କର୍କଟ, ହାର୍ଟ ଏବଂ ଅଧିକ ଗମ୍ଭୀର ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ବ୍ୟକ୍ତି ଉପଚାର ପାଏ ହୋଇଥାଏ । କାରଣ ଏହି ସ୍ୱାସ୍ଥ୍ୟଗତ ସମସ୍ୟା ଅଧିକ ମହଙ୍ଗା ହୋଇଥାଏ । ଏହିପାଇ ଏଥିରେ ପ୍ରିମିୟମ ମଧ୍ୟ ଅଧିକ ଆସିଥାଏ ।

ଦୁର୍ଘଟଣା ବୀମା :- ଏହି ବୀମା ଦୁର୍ଘଟଣା ହେବପରେ ସୁରକ୍ଷା ପ୍ରଦାନ କରିଥାଏ । ଆପଣ କଭର ସମୟରେ କେତେ ଅର୍ଥରାଶୀ କହୁଛନ୍ତି ଏହା ପ୍ରିମିୟମ ଉପରେ ନଜର ଆସିଥାଏ । ତେବେ ଏଥର ଆପଣ ଚିନ୍ତା କରନ୍ତୁ କେବେଠୁ କେଉ ବୀମା କେଉ କମ୍ପାନୀର କରିବେ ।

-ସୁରଜୀତ ଦାସ,ଫାଇନସ ଏକ୍ସପର୍ଟ