ମାହାମାୟାଙ୍କ ବିଜୟା ଦଶମୀ ଉପଲକ୍ଷେ ରାଜଧାନୀରେ ଅନୁଷ୍ଠିତ ହେବ ରାବଣ ପୋଡ଼ି, ୯ଟି ସ୍ଥାନକୁ ଅନୁମତି

ଭୁବନେଶ୍ୱର : ଆଜି  ମାହାମାୟାଙ୍କ ପବିତ୍ର ବିଜୟା ଦଶମୀ । ସତ୍ୟ ଉପରେ ଅସତ୍ୟ, ଅଧର୍ମ ଉପରେ ଧର୍ମର ଜୟ । ସବୁଠି ଭକ୍ତିମୟ ପରିବେଶ । ମାଆଙ୍କ ଆଶିଷ ଲାଭ ପାଇଁ ବିଭିନ୍ନ ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼। ପବିତ୍ର ବିଜୟା ଦଶମୀରେ ସ୍ବତନ୍ତ୍ର ରୀତିନୀତିରେ ଚାଲିଛି ପୂଜାର୍ଚ୍ଚନା । ରାଜଧାନୀର ବିଭିନ୍ନ ମଣ୍ଡପରେ ଚାନ୍ଦିର ଚମକ ଓ ସୁନାର ଓଜଲ୍ୟରେ ଝଟକୁଛନ୍ତି ମାଆ । ଜଗତଜନନୀ ମା ଦୁର୍ଗାଙ୍କ ଦର୍ଶନ କରି ପୁଣ୍ୟ ଅର୍ଜନ କରୁଛନ୍ତି ଭକ୍ତ ।

ବିଜୟା ଦଶମୀ ଉପଲକ୍ଷେ ରାଜଧାନୀରେ ଅନୁଷ୍ଠିତ ହେବ ରାବଣ ପୋଡ଼ି । ରାବଣପୋଡ଼ି ପାଇଁ ଭୁବନେଶ୍ୱରର ୯ଟି ସ୍ଥାନକୁ ମିଳିଛି ଅନୁମତି । ରାବଣପୋଡ଼ି କାର୍ଯ୍ୟକ୍ରମ ସମୟରେ ଯେପରି କୌଣସି ଅଘଟଣ ନ ଘଟେ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଛି । ଆସନ୍ତାକାଲି ରାଜଧାନୀରେ ହେବ ସାମୂହିକ ବିସର୍ଜନ ।