ଭୁବନେଶ୍ୱର: ଭାରତୀୟ ସିନେମା ଜଗତର ଲୋକପ୍ରିୟ ତଥା ବର୍ଷୀୟାନ ଅଭିନେତା ପଦ୍ମଶ୍ରୀ ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ଗୋଆ ସ୍ଥିତ ନିଜ ବାସଭବନରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି ।
ଗୁରୁବାର ଭୋର ସମୟରେ ଗୋଆର ଡୋନା ପାଓଲା ସ୍ଥିତ ନିଜ ବାସଭବନରେ ନାନା ପାଟେକର ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ତାଙ୍କୁ ତୁରନ୍ତ ମଣିପାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଦୀର୍ଘ ୪୫ ମିନିଟ୍ ଧରି ସିପିଆର (CPR) ଦିଆଯାଇଥିଲେ ସୁଦ୍ଧା ଭୋର ୫:୨୦ ମିନିଟ୍ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି।
ନିଜର ଶକ୍ତିଶାଳୀ ଅଭିନେତ୍ରୀ ଶୈଳୀ ଓ ସଂଳାପ ପରିବେଷଣ ପାଇଁ ଜଣାଶୁଣା ନାନା ପାଟେକର ହିନ୍ଦୀ ଏବଂ ମରାଠୀ ସିନେମା ଜଗତରେ ଏକ ଅଭୁଲା ଛାପ ଛାଡି ଯାଇଛନ୍ତି । ୧୯୭୮ରେ ଗମନ ଚଳଚ୍ଚିତ୍ରରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ୪ ଦଶନ୍ଧିରୁ ଅଧିକ ସମୟର କ୍ୟାରିୟର ମଧ୍ୟରେ ସେ ଫିଲ୍ମଫେୟାର୍ ପୁରସ୍କାର ଇତିହାସରେ ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ସହ-ଅଭିନେତା ଏବଂ ଶ୍ରେଷ୍ଠ ଖଳନାୟକ – ଏହି ତିନୋଟିଯାକ ବର୍ଗରେ ପୁରସ୍କାର ଜିତିବାରେ ସେ ଏକମାତ୍ର ଭାରତୀୟ ଅଭିନେତା । ୧୯୮୯ରେ ପରିନ୍ଦା ଫିଲ୍ମ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। କ୍ରାନ୍ତିବୀର, ଏବଂ ଅଗ୍ନି ସାକ୍ଷୀ ଚଳଚ୍ଚିତ୍ରରେ ଦମଦାର ଅଭିନୟ ପାଇଁ ୩ ଥର ଜାତୀୟ ପୁରସ୍କାର ଲାଭ କରିଥିଲେ ।