ଇଂରାଜୀ ନୂଆବର୍ଷ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତ ଏବଂ ବିଶ୍ବ ପାଇଁ ଏକ ଉଜ୍ଜ୍ୱଳମୟ ସ୍ଥାୟୀ ଭବିଷ୍ୟତ ଗଠନ କରୁଥିବା ସମାଜର କାମନା କରିଛନ୍ତି। ମିଳିତ ଭାବରେ କାର୍ଯ୍ୟ କରିବାକୁ ରାଷ୍ଟ୍ରପତି ଆହ୍ବାନ ଜଣାଇଛନ୍ତି।
କ୍ୟାଲେଣ୍ଡର ବର୍ଷ-୨୦୨୪ ବିଦାୟ ନେଇଛି। ଜିରୋ ନାଇଟ୍ ସେଲିବ୍ରେସନ୍ ସହିତ ବର୍ଷ-୨୦୨୫ ଆରମ୍ଭ ହୋଇଯାଇଛି। ୨୦୨୫ ମସିହାର ପ୍ରଥମ ସୂର୍ଯ୍ୟକୁ ନ୍ୟୁଜିଲାଣ୍ଡ ପରେ ଅଷ୍ଟ୍ରେଲିଆର ନାଗରିକମାନେ ଦେଖିଛନ୍ତି। ଭାରତୀୟ ସମୟ ଠିକ୍ ରାତି ୧୨ଟାରେ ଜିରୋ ନାଇଟ୍ ସହିତ ନୂଆବର୍ଷର ଯାତ୍ରା ଆରମ୍ଭ ହୋଇଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁର ଭଳି ଭୁବନେଶ୍ବର,ରାଉରକେଲା, ଓ ବ୍ରହ୍ମପୁରରେ ମଧ୍ୟ ନୂଆବର୍ଷ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ନୂଆବର୍ଷ ପାଇଁ ଆୟୋଜିତ କାର୍ଯ୍ୟକ୍ରମର ଲେଜର ଲାଇଟ୍ ଓ ମ୍ୟୁଜିକ୍ର ତାଳେତାଳେ ଯୁବକ-ଯୁବତୀମାନେ ମତୁଆଳ ହୋଇଛନ୍ତି।
