ବ୍ଲୁ ଟୁଥ୍ ର ନାମ ବ୍ଲୁ ଟୁଥ୍ କାହିଁକି ହେଲା? ବ୍ଲୁଟୁଥ୍ ଏକ ଓ୍ବେରଲେସ୍ ଟେକ୍ନୋଲୋଜି ସଫଳ କାହାଣୀ By Lopa On Oct 14, 2024 Share ବ୍ଲୁଟୁଥ୍ ଏକ ଓ୍ବେରଲେସ୍ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍ ରେଞ୍ଜରେ ଥିବା ଡିଭାଇସ୍କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା ଏହି ଟେକ୍ନଲୋଜିର ନାମ ବ୍ଲୁ ଟୁଥ୍ କାହିଁକି ହେଲା? ଜାଣନ୍ତୁ ସେ ସମ୍ପର୍କରେ… ଦେଖିବାକୁ ଗଲେ ବ୍ଲୁଟୁଥ୍ର ଆକ୍ଷରିକ ଅର୍ଥ ହେଉଛି ‘ନୀଳ ଦାନ୍ତ’। ଆଉ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ନୀଳ ଦାନ୍ତ ଆଧାରରେ ହିଁ ଏହି ଟେକ୍ନୋଲୋଜିର ନାମ ବ୍ଲୁଟୁଥ୍ କରାଯାଇଛି। ଏହା ପଛରେ ଅଛି ଏକ ମଜାଦାର କଥା। ଡେନ୍ମାର୍କ ଓ ନରଓ୍ବେରେ ଦଶମ ଶତାବ୍ଦୀ ବେଳକୁ ହେରାଲ୍ଡ ଗୋର୍ମସନ୍ ନାମକ ଜଣେ ରାଜା ଥିଲେ। ଯଦିଓ ତାଙ୍କର ଏହି ଆଧୁନିକ ଟେକ୍ନୋଲୋଜି ସହ କିଛି ବି ସମ୍ପର୍କ ନାହିଁ। ତଥାପି ତାଙ୍କ ନାମାନୁସାରେ ହିଁ ବ୍ଲୁଟୁଥ୍ର ନାମକରଣ ହୋଇଛି। ସାରା ପୃଥିବୀରେ ବ୍ୟବହାର କରାଯାଉଥିବା ଏହି ଟେକ୍ନୋଲୋଜି ପ୍ରାୟ ୨୮ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ୧୯୯୬ରେ ଯେବେ ଇନ୍ଟେଲ, ଏରିକ୍ସନ ଓ ନୋକିଆ ମିଶି ବ୍ଲୁଟୁଥ୍ ଆବିଷ୍କାର କରିଥିଲେ ସେତେବେଳେ ଏହାର ନାମ ଅଫିସିଆଲି ବ୍ଲୁଟୁଥ୍ ରଖାଯାଇ ନ ଥିଲା। ବରଂ ଏହାର ନାମ ‘ଇଥରରେଡିଓ ଓ୍ବାୟର’ ଅବା ‘ପର୍ସନାଲ ଏରିଆ ନେଟଓ୍ବର୍କିଂ’ ରଖାଯିବାର ଥିଲା। ବ୍ଲୁଟୁଥ ଆବିଷ୍କାର କରିଥିବା ଟିମ୍ର ସଦସ୍ୟ ଜିମ୍ କାରଦାକ୍ କିନ୍ତୁ ଏହାର ନାମ ବ୍ଲୁଟୁଥ୍ ରଖିବାକୁ ପରାମର୍ଶ ଦେଇଥିଲେ। ତାଙ୍କ କହିବାନୁଯାୟୀ ଥରେ ସେ ଇତିହାସ ବହି ପଢୁଥିଲେ। ସେହି ବହିର ଏକ ଚରିତ୍ର ତାଙ୍କୁ ବହୁତ ପ୍ରେରଣାଦାୟକ ଲାଗିଥିଲା। ସେହି ଚରିତ୍ରଟି ଥିଲେ ଦଶମ ଶତାବ୍ଦୀର ଡେନମାର୍କର ରାଜା ହେରାଲ୍ଡ ବ୍ଲୁଟୁଥ ଗୋର୍ମସନ। ଏହି ରାଜା ସ୍କାଣ୍ଡିନାଭିଆନ ରାଜ୍ୟଗୁଡିକୁ ଯୋଡିବା ଲାଗି ବେଶ୍ ପ୍ରସିଦ୍ଧ ଥିଲେ। କାରଣ ସେ ଡେନମାର୍କର ପଡ଼ୋଶୀ ରାଜ୍ୟଗୁଡ଼ିକୁ ଯୋଡି ଗୋଟିଏ ରାଜ୍ୟରେ ଏକତ୍ରିତ କରିଥିଲେ। ବ୍ଲଟୁଥ ବି ବିଭିନ୍ନ ଡିଭାଇସ୍କୁ କନେକ୍ଟ କରିଥାଏ। ତେଣୁ ଏହି ଡିଭାଇସ୍ର ନାମକରଣ ତାଙ୍କ ନାମାନୁସାରେ ହେଉ ବୋଲି ଜିମ୍ କାରଦାକ ପରାମର୍ଶ ଦେଇଥିଲେ। ଏହାବାଦ କିଙ୍ଗ ହେରାଲ୍ଡଙ୍କର ଏକ ଦାନ୍ତ ନଷ୍ଟ ହୋଇ ନୀଳ ରଙ୍ଗର ହୋଇଯାଇଥିଲା। ସେଥିପାଇଁ ତାଙ୍କର ଉପନାମ ବ୍ଲଟୁଥ୍ ଥିଲା। ଆଉ ଏହି ଉପନାମାନୁସାରେ ହିଁ ଏହି ଡିଭାଇସ୍ର ନାମ ବ୍ଲଟୁଥ୍ ରଖାଗଲା। bluetoothbluetooth inventionshistorywhy bluetooth called bluetooth Share FacebookTwitterGoogle+ReddItWhatsAppPinterestEmail