ଆଗ୍ରା ଜୋତା ବ୍ୟବସାୟଙ୍କ ଘରେ ଆୟକର ଚଢ଼ାଉ, ନଗଦ ୪୦ କୋଟି ଟଙ୍କା ଉଦ୍ଧାର

ଆଗ୍ରା: ଜଣେ ଜୋତା ବ୍ୟବସାୟଙ୍କ ଘରେ ଚଢ଼ାଉ କରି ଆୟକର ବିଭାଗ (ଆଇଟି) ଶନିବାର ପ୍ରାୟ ୪୦ କୋଟି ନଗଦ ଟଙ୍କା ଉଦ୍ଧାର କରିଛି। ଟଙ୍କା ଗଣନା ଏବେ ପର୍ଯ୍ୟନ୍ତ ବି ଜାରି ରହିଛି ବୋଲି ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି। ଉତ୍ତରପ୍ରଦେଶର ଆଗ୍ରା ଏବଂ ତାଙ୍କର ଅନ୍ୟ କେତେକ ସ୍ଥାନରେ ଏହି ଚଢ଼ାଉ ହୋଇଥିବା ସୂଚନା ରହିଛି। ଗତକାଲି ଅପରାହ୍ନରୁ ଟଙ୍କା ଗଣନା ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ।