ଚେକିଂ ବେଳେ ଗାଡ଼ିରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ, ୨ ଅଟକ

ବୌଦ୍ଧ: ଚେକିଂ ବେଳେ ଗାଡ଼ିରୁ ବାହାରିଲା ୧୦ ଲକ୍ଷ । ଆଜି ବୌଦ୍ଧ ଓ ନୟାଗଡ଼ ଜିଲ୍ଲା ସୀମାନ୍ତରେ ପୁଲିସ ଗାଡ଼ି ଚେକିଂ କରୁଥିଲା। ସେଇ ସମୟରେ ବୌଦ୍ଧ ଜିଲ୍ଲା ପଟରୁ ଆସୁଥିବା ଗୋଟିଏ କଳା ରଙ୍ଗର କିଆ ଗାଡ଼ିକୁ ପୁଲିସ ଅଟକେଥିଲା। ସେଇ ଗାଡ଼ିକୁ ଚେକିଂ କରିବା ବେଳେ ସେଥିରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା ପୁଲିସ। ଗାଡ଼ି ଚାଳକ ସହ ଗାଡ଼ିରେ ବସିଥିବା ଦୁଇଜଣ ମହିଳାଙ୍କୁ ଥାନାରେ ଅଟକ ରଖିଛି ପୁଲିସ।

ଟଙ୍କା କେଉଁଠୁ ଆସିଲା, କେଉଁଠାକୁ ଯାଉଛି, ଏତେ ଟଙ୍କା କାହିଁକି ଗାଡ଼ିରେ ଯାଉଛି ବୋଲି ପୁଲିସ କାରରେ ବସିଥିବା ଦୁଇ ମହିଳାଙ୍କୁ ପଚାରିଥିଲା। କିନ୍ତୁ ସେମାନେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଏହାପରେ ପୁଲିସ ଟଙ୍କା ଜବତ କରିବା ସହିତ ଉକ୍ତ ଦୁଇ ମହିଳା ଓ ଗାଡ଼ି ଚାଳକଙ୍କୁ ଥାନାରେ ଅଯକ ରଖି ପଚରା ଉଚରା କରୁଛି। ତେବେ ଏ ଦୁଇ ମହିଳା କିଏ ଏବଂ କେଉଁଠାରୁ ଏମାନେ ଏ ଟଙ୍କା ନେଉଥିଲେ ଏବଂ କେଉଁ କାରଣରୁ ଏତେ ଟଙ୍କା ନେଇ ଯାଉଥିଲେ ସେ ଦିଗରେ ପୁରୁଣା କଟକ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।