ରେଢ଼ାଖୋଲ: ସମ୍ଭଲପୁରର ରେଢ଼ାଖୋଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବାଇକ୍ ରାଲିରେ ଯୋଗଦେଇଛନ୍ତି। ଧର୍ମେନ୍ଦ୍ର ନିଜେ ବାଇକ୍ ଚଳାଇ ରାଲିର ସମ୍ମୁଖରେ ଥିଲେ। ରାଜ୍ୟର ୨୧ ଲୋକସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ସେ ଭୋଟରଙ୍କୁ ନବେଦନ କରିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାକୁ ବିଭିନ୍ନ କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆଯାଇଥିବା ସେ କହିଛନ୍ତି।