ବର୍ଷ ୨୦୨୩ ମାତ୍ର କିଛି ଘଣ୍ଟା ମଧ୍ୟରେ ବିଦାୟ ନେବାକୁ ଯାଉଛି। ବର୍ଷର ଶେଷ ଦିନକୁ ସ୍ୱତନ୍ତ୍ର କରିବାରେ ସମସ୍ତେ ବ୍ୟସ୍ତ। କେହି କେହି ଭୋଜି କରୁଛନ୍ତି ତ ଅନ୍ୟ କେହି ପିକନିକ୍ କରିବାକୁ ଯାଉଛନ୍ତି। ଆଉ ଏବେ ଜିରୋ ନାଇଟ୍ ପାର୍ଟିର କ୍ରେଜ୍ ଅଲଗା। ସଙ୍ଗୀତର ତାଳେ ତାଳେ ନାଚି ଜିରୋ ନାଇଟ୍ ପାର୍ଟି ସେଲିବ୍ରେଟ କରିବା ଏବେ ଟ୍ରେଣ୍ଡ ରହିଛି। ବାଣ ଓ ଲାଇଟରେ ଆକାଶ ଚମୁକିଛି। କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ପାର୍ଟି କରିବାକୁ ଅକ୍ଷମ ଅଟନ୍ତି। ଏଭଳି ପରିସ୍ଥିତିରେ ନିରାଶ ନ ହୋଇ ଆପଣ ନିଜ ପରିବାର ସହିତ ନୂଆ ବର୍ଷ ପାଳନ କରିପାରିବେ। ଆଜି ଆମେ ଆପଣଙ୍କୁ ବତାଇବୁ ଘରେ ରହି ପରିବାର ସହିତ ପାର୍ଟି କରିବାର ସର୍ବୋତ୍ତମ ଉପାୟ, ଯାହା ପାର୍ଟି ଠାରୁ ଦୁଇ ଗୁଣ ମଜା ଦେବ….
ଗେମ୍ ଖେଳନ୍ତୁ
ପରିବାର ଲୋକଙ୍କ ସହିତ ଗେମ୍ ଖେଳିପାରିବେ। ନ୍ୟୁ ଇୟର ଇବ୍ ରେ ପାସ୍ ଇନ୍ ଦ ପାସ୍ , ଟ୍ରୁଥ୍ ଏବଂ ଡେୟାର ପରି ଗେମ୍ ନୂଆ ବର୍ଷ ଅବସରରେ ଖେଳାଯାଇପାରିବ। ଏହା ଦ୍ବାରା ଅଧିକ ସମୟ ନଷ୍ଟ ହେବ ନାହିଁ ଏବଂ ଆପଣଙ୍କ ପିଲାମାନେ ମଧ୍ୟ ମୋବାଇଲରେ ବ୍ୟସ୍ତ ରହିବେ ନାହିଁ ଏବଂ ଆପଣ ଜନଗହଳି ପୂର୍ଣ୍ଣ ସ୍ଥାନଗୁଡିକୁ ମଧ୍ୟ ଏଡାଇ ପାରିବେ।
ସପ୍ରାଇଜ୍ ଗିପ୍ଟ
ଯଦି ଆପଣ ନୂଆ ବର୍ଷକୁ ଅଧିକ ସ୍ପେଶାଲ କରିବାକୁ ଚାହୁଁଛନ୍ତି, ତେବେ ଆପଣ କିଛି ସପ୍ରାଇଜ୍ ପ୍ଲାନ୍ କରିପାରିବେ। ଉଦାହରଣ ସ୍ୱରୂପ, ଆପଣ ନିଜ ପିଲାମାନଙ୍କ ପାଇଁ ବା ଘରେ ଥିବା ବୃଦ୍ଧବୃଦ୍ଧାଙ୍କ ପାଇଁ ଏବଂ ନିଜ ପାର୍ଟନର ପାଇଁ ଛୋଟ ଛୋଟ ସପ୍ରାଇଜ୍ ପ୍ଲାନ୍ କରିପାରିବେ। ଏହି ନୂତନ ଚିନ୍ତାଧାରା ସହିତ ନୂତନ ବର୍ଷର ଆରମ୍ଭ ଅତ୍ୟନ୍ତ ସ୍ୱତନ୍ତ୍ର ହେବ।
ସ୍ପେଶାଲ ଖାଦ୍ୟ ପ୍ରସ୍ତୁତ କର
ଘରେ ନିଜ ହାତରେ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରନ୍ତୁ। ଖାଦ୍ୟ ସମସ୍ତଙ୍କ ପ୍ରିୟ। ଏହି ସମୟ ମଧ୍ୟରେ ଆପଣ କିଛି ବିଶେଷ ଖାଦ୍ୟ ପ୍ରସ୍ତୁତ କରିପାରିବେ। ଏପରି କିଛି ଖାଦ୍ୟ ପ୍ରସ୍ତୁତ କରନ୍ତୁ ଯାହାକୁ ବୟସ୍କମାନଙ୍କ ଠାରୁ ଆରମ୍ଭ କରି ପିଲାମାନେ ପସନ୍ଦ କରିବେ।