ସନାତନ ଧର୍ମ ଶ୍ରେଷ୍ଠ ଧର୍ମ ବୋଲି ବିବେଚନା କରାଯାଏ । ଏହି ଧର୍ମର ପ୍ରତିଟି ପର୍ବ ମନୁଷ୍ୟ ସମାଜର ମଙ୍ଗଳ ପାଇଁ ଉଦ୍ଦିଷ୍ଟ । ସେହିପରି ଗୋଟିଏ ପର୍ବ ହେଉଛି ଅଁଳା ନବମୀ । ଅଁଳା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ତାହା ଆମ ସମସ୍ତଙ୍କୁ ଜଣା । ଏହି ରାଧାପାଦ ଦର୍ଶନର ମଧ୍ୟ ଅନନ୍ୟ ପରମ୍ପରା ରହିଛି । ମଠ ମନ୍ଦିରରେ ଅତି ଧୁମଧାମରେ ପାଳନ କରାଯାଏ । କେବଳ ସେତିକି ନୁହେଁ, ଏହି ଦିନ ଅଁଳା ବୃକ୍ଷକୁ ପୂଜା କରିବାର ମଧ୍ୟ ବିଧି ରହିଛି । ମହିଳାମାନେ ଏକତ୍ର ହୋଇ ଅଁଳା ବୃକ୍ଷ ମୂଳରେ ଯଥା ବିଧି ପୂଜାର୍ଚ୍ଚନା କରନ୍ତି । ନଭେମ୍ବର ୨୧ରେ ପବିତ୍ର ଅଁଳା ନବମୀ ପାଳନ କରାଯାଇଥିଲା ।
ଶୀତଦିନେ ଅଁଳା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହାକୁ ଖାଦ୍ୟରେ ସାମିଲ କରିବା ଦ୍ୱାରା ଅନେକ ରୋଗ ଭଲ ହୋଇଥାଏ । ଅଁଳରେ ପ୍ରଚୁର ପରିମାଣର କ୍ୟାଲସିୟମ୍, ଆଇରନ୍ ଏବଂ ଭିଟାମିନ୍ ସି ଇତ୍ୟାଦି ଥାଏ । ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜବୁତ ହେବା ସହ ଚର୍ମ ଓ କେଶ ପାଇଁ ଅତ୍ୟନ୍ତ ଲାଭକରୀ । ଶୀତଦିନେ ଅଁଳା ଖାଇବା ଗୁରୁତ୍ୱପୂର୍ଣ୍ଣ, କାରଣ ଏହାକୁ ଖାଇବା ଦ୍ୱାରା ଶୀତ ଦିନିଆ ରୋଗରୁ ମୁକ୍ତି ମିଳିଥାଏ । ଆପଣ ଏହାକୁ ଅନେକ ଉପାୟରେ ସେବନ କରିପାରିବେ । ଆସନ୍ତୁ ଜାଣିବା ଶୀତଦିନେ ଅଁଳା ଖାଇବାର ଲାଭ କ’ଣ ..
କୋଷ୍ଠକାଠିନ୍ୟ ଦୂର ହେବ
ଶୀତଦିନେ ଅଁଳା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ଏପରି ପରିସ୍ଥିତିରେ, କୋଷ୍ଠକାଠିନ୍ୟକୁ ଭଲ କରିବା ପାଇଁ ପ୍ରତିଦିନ ଅଁଳାକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ । ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ଦୀର୍ଘ ସମୟ ପର୍ୟ୍ୟନ୍ତ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ଶରୀର ଡିଟକ୍ସଡ୍ ହେବ
ଶୀତଦିନେ ଅଁଳା ଖାଇବା ଶରୀରକୁ ଡିଟକ୍ସାଇଫ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ଏବଂ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଅଁଳା ନିୟମିତ ସେବନ ଥଣ୍ଡା ଏବଂ କାଶରୁ ମୁକ୍ତି ଦେଇଥାଏ । ଏହା ଶରୀରକୁ ଋତୁ କାଳୀନ ରୋଗରୁ ମଧ୍ୟ ରକ୍ଷା କରିଥାଏ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ
ଶୀତଦିନେ ଋତୁକାଳୀନ ରୋଗର ଆଶଙ୍କା ଥାଏ । ତେଣୁ ଏହାକୁ ଦୂର କରିବା ପାଇଁ ଆପଣ ଅଁଳା ଖାଇପାରିବେ । ଏଥିରେ ଭିଟାମିନ୍ ସି ମିଳିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ଅଁଳା ଖାଇବା ଦ୍ୱାରା ଶୀଘ୍ର ଥଣ୍ଡା ହୁଏ ନାହିଁ ।
ଭାଇରାଲ୍ ରୋଗରୁ ରକ୍ଷା କରିବ
ଭିଟାମିନ୍ ସି ଅଁଳାରେ ଭରପୁର ପରିମାଣରେ ଥାଏ । ତେଣୁ ଭାଇରାଲ୍ ରୋଗକୁ ରୋକିବା ପାଇଁ ଆପଣ ଅଁଳା ଖାଇପାରିବେ । ଶୀତଦିନେ ଭାଇରାଲ୍ ରୋଗ ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ, ଏପରି ପରିସ୍ଥିତିରେ ଅଁଳା ଶରୀରର ମେଟାବୋଲିଜିମ୍ କୁ ସକ୍ରିୟ କରିଥାଏ ଏବଂ ଜୀବାଣୁ ଜନିତ ରୋଗରୁ ରକ୍ଷା କରିଥାଏ । ଯାହା ରୋଗ ସହ ଲଢିବାରେ ସାହାଯ୍ୟ କରିଥାଏ ।
ଚର୍ମ ଏବଂ କେଶ ପାଇଁ ଲାଭଦାୟକ
ଶୀତଦିନେ ଅଁଳା ଖାଇବା ଚର୍ମ ଏବଂ କେଶ ପାଇଁ ରାମବାଣରୁ କମ୍ ନୁହେଁ । ଶୀତଦିନେ, ପ୍ରାୟତଃ ଚର୍ମରେ ଶୁଷ୍କତା ଏବଂ କେଶ ଝଡ଼ିବା ଭଳି ସମସ୍ୟା ଦେଖାଯାଏ । ଏପରି ପରିସ୍ଥିତିରେ ଅଁଳା ଖାଇବା ଦ୍ୱାରା ଆପଣ ନିଜ କେଶକୁ ମଜବୁତ କରିପାରିବେ । ନିୟମିତ ଭାବେ ଅଁଳା ଖାଇବା ଦ୍ୱାରା ବାର୍ଦ୍ଧକ୍ୟର ଲକ୍ଷଣ ମଧ୍ୟ ଦୂର ହୋଇଥାଏ ।