ହିନ୍ଦୁ ଧର୍ମରେ ରକ୍ଷୀ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ। କିନ୍ତୁ ଚଳିତ ବର୍ଷ ରକ୍ଷା ବନ୍ଧନ ଦୁଇ ଦିନ ପଡୁଛି। ଅଗଷ୍ଟ ୩୦ ଓ ୩୧ ତାରିଖ। ଯାହାକୁ ନେଇ ଏବେ ଦ୍ବନ୍ଦ ଦେଖାଦେଇଛି। କିଛି ଧାର୍ମିକ ଅନୁଷ୍ଠାନ ଅନୁଯାୟୀ ବୁଧବାର ଅର୍ଥାତ୍ ଅଗଷ୍ଟ ୩୦ରେ ରକ୍ଷାବନ୍ଧନ ପାଳନ କରାଯିବ। ଏହା ସହ ଗୁରୁବାର ସକାଳ ୯ଟା ପର୍ଯ୍ୟନ୍ତ ରକ୍ଷା ବନ୍ଧନର ଶୁଭ ସମୟ ରହିଛି।
ତେବେ ରାକ୍ଷୀ ବାନ୍ଧିବା ସମୟରେ ଅନେକ ଦିଗ ପ୍ରତି ଯତ୍ନବାନ୍ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏଭଳି କିଛି ରାକ୍ଷୀ ରହିଛି, ଯାହା ଭୁଲରେ ମଧ୍ୟ ଭାଇ ହାତରେ ବାନ୍ଧିବା ଉଚିତ୍ ନୁହେଁ। ଆସନ୍ତୁ ସେ ବିଷୟରେ ଜାଣିବା..
ଫ୍ୟାଶନ ଆଳରେ ଭୁଲରେ ବି ଭାଇ ହାତରେ ଏଭଳି କିଛି ରାକ୍ଷୀ ବାନ୍ଧନ୍ତୁ ନାହିଁ, ଯାହା ଦ୍ବାରା ସେମାନଙ୍କ ଉପରେ ସଙ୍କଟ ମାଡି ଆସିବ। ଅପ୍ରାକୃତିକ ଚିହ୍ନ ଥିବା ରାକ୍ଷୀ କେବେବି ବାନ୍ଧନ୍ତୁ ନାହିଁ। ଏହା ସେମାନଙ୍କୁ ଅସୁବିଧାରେ ପକାଇପାର।
କଳା ରଙ୍ଗର ରାକ୍ଷୀ
ରାକ୍ଷା ବନ୍ଧନ ଏକ ଶୁଭ ପର୍ବ। ତେଣୁ ଭାଇ ହାତରେ କଳା ରଙ୍ଗର ରାକ୍ଷୀ ବାନ୍ଧିବା ଠାରୁ ଦୂରେଇ ରୁହନ୍ତୁ। ଏହାକୁ ଅଶୁଭ ବୋଲି ବିଶ୍ବାସ କରାଯାଏ।
ଭଙ୍ଗା ରାକ୍ଷୀକୁ ବାନ୍ଧନ୍ତୁ ନାହିଁ
ଭଙ୍ଗା କିମ୍ବା ଛିଣ୍ଡା ରାକ୍ଷୀକୁ କେବେବି ବାନ୍ଧନ୍ତୁ ନାହିଁ । ଏହା କଦାପି ଶୁଭ ଫଳାଫଳ ଦେଇନଥାଏ | ଏହା ଭଲ ହୋଇନଥାଏ।
ଭଗବାନ ଫୋଟ ଥିବା ରାକ୍ଷୀ
କେବେ ବି ଭଗବାନ୍ ଫୋଟ ଥିବା ରାକ୍ଷୀ ବାନ୍ଧନ୍ତୁ ନାହିଁ। କାରଣ କିଛି ସମୟ ପରେ ଭଗବାନ୍ ଫଟୋ ରାକ୍ଷୀର ବାହାରି ଯାଏ ଏବଂ ଏଣେତେଣେ ପଡେ। ଯାହା ଦ୍ବାରା ଭଗବାନଙ୍କ ଅପମାନିତ ହୋଇଥାଏ।
ବଡ ରାକ୍ଷୀ
ବହୁତ ବଡ ରାକ୍ଷୀ ବାନ୍ଧିବା ଠାରୁ ମଧ୍ୟ ଦୂରେଇ ରୁହନ୍ତୁ । ଏହା ଭଲ ବିବେଚନା କରାଯାଏ ନାହିଁ। ବିଶ୍ୱାସ ଅଛି ଯେ ଏହା ଭାଇ-ଭଉଣୀ ସଂପର୍କରେ ନକାରାତ୍ମକତା ଆଣିଥାଏ ।
ପ୍ଲାଷ୍ଟିକ୍ ରାକ୍ଷୀ
ଭୁଲରେ ମଧ୍ୟ ଭାଇକୁ କେବେବି ପ୍ଲାଷ୍ଟିକ୍ ରାକ୍ଷୀ ବାନ୍ଧନ୍ତୁ ନାହିଁ। ଏହା ଅଶୁଦ୍ଧ ଓ ଅଶୁଭ ବୋଲି ବିବେଚନା କରାଯାଏ।
ପୁରୁଣା ରାକ୍ଷୀ
ଭାଇ ହାତରେ ପୁରୁଣା ରାକ୍ଷୀ ବାନ୍ଧନ୍ତୁ ନାହିଁ। ସେହିପରି ଭାଇମାନେ ମଧ୍ୟ ନିଜ ହାତରେ ବହୁତ ପୁରୁଣା ରାକ୍ଷୀ ବାନ୍ଧି ରଖନ୍ତୁ ନାହିଁ। ଏହାକୁ ଖୋଲି ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ ନଚେତ୍ କୌଣସି ଗଛରେ ବାନ୍ଧି ଦିଅନ୍ତୁ।