When Should Rakhi Be Removed: ରକ୍ଷା ବନ୍ଧନ ପରେ ହାତରେ ବାନ୍ଧି ରଖୁଛନ୍ତି କି ରାକ୍ଷୀ? କ’ଣ କରିବା ଉଚିତ୍ ଫିଙ୍ଗି ଦେବେ ନା ଭସାଇବେ…

ରାକ୍ଷୀ ଖୋଲିଲା ପରେ କ’ଣ କରିବେ ? ପିଙ୍ଗିବେ ନା ଭସାଇବେ ..

ଭାଇ ଓ ଭଉଣୀର ପବିତ୍ର ସମ୍ପର୍କର ପର୍ବ ରକ୍ଷା ବନ୍ଧନ। ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ନିଜର ରକ୍ଷାକବଜ ସାଜିବା ପାଇଁ ପ୍ରତିଜ୍ଞା ନେଇଥାଏ। ଏହି ପର୍ବ ଆଜିକାଲିର ନୁହେଁ, ଯୁଗ ଯୁଗ ଧରି ପ୍ରଚଳିତ ହୋଇ ଆସିଛି। ଦ୍ବାପ୍ରର ଯୁଗରେ ଦ୍ରୌପଦୀ ଭଗବାନ୍ କୃଷ୍ଣଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଏକଦା କୌଣସି ଏକ କାରଣରୁ ଭଗବାନ କୃଷ୍ଣଙ୍କ ହାତ କଟି ଯାଇଥିଲା ଏବଂ ସେହ ସମୟରେ ଦ୍ରୌପଦୀ ରକ୍ଷା ସୂତ୍ର ସଦୃଶ୍ୟ ଏକ କପଡା ବାନ୍ଧି ନିଜ ସୁରକ୍ଷାର ପ୍ରତିଜ୍ଞା ନେଇଥିଲେ ଏବଂ ପ୍ରତିଶୃତି ମୁତାବକ ଭଗବାନ କୃଷ୍ଣ ମଧ୍ୟ ତାଙ୍କ ସମ୍ମାନ ରକ୍ଷା କରିଥିଲେ।

ତେବେ ଭାଇ ଭଉଣୀଙ୍କ ଏହି ପର୍ବକୁ ସାରା ଦେଶରେ ବଡ ଧୁମଧାମରେ ପାଳନ କରାଯାଏ। ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ବଦଳରେ କିଛି ଉପହାର ମଧ୍ୟ ପାଇଥାଏ। ଏହା ହେଲା ପ୍ରଚଳିତ ପ୍ରଥା । କିନ୍ତୁ ଆଜିର ବିଷୟ ତାହା ନୁହେଁ । ଆଜିର ପ୍ରସଙ୍ଗ ହେଉଛି ରାକ୍ଷୀକୁ କେତେ ଦିନ ହାତରେ ବାନ୍ଧି ରଖିବା ବା ରାକ୍ଷୀକୁ କେବେ ହାତରୁ ଖୋଲିବା। କିଛି କିଛି ​‌ଲୋକ ରାକ୍ଷୀକୁ ଆଗାମୀ ବର୍ଷ ପର୍ଯ୍ୟନ୍ତ ବାନ୍ଧି ରଖିଥାନ୍ତି। ତେବେ ଏହା ଭୁଲ କି ଠିକ୍ , ତାହା ଆମେ ଆଜିର ଏହି ଆର୍ଟିକିଲରେ ଆଲୋଚନା କରିବା….

Raksha Bandhan 2023: At what time will it be auspicious to tie Rakhi, when  should Rakhi be taken off, know the opinion of astrologer - Bollywood Wallah

ରାକ୍ଷୀ କେବେ ଖୋଲିବେ ?

ବିଶେଷଜ୍ଞଙ୍କ ଅନୁଯାୟୀ, ରାକ୍ଷୀ ଖୋଲିବାର କିଛି କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ। କିନ୍ତୁ ରାକ୍ଷୀ ବାନ୍ଧିବାର ୨୪ ଘଣ୍ଟା ପରେ ଏହାକୁ ଖୋଲି ଦେବା ଭଲ। ରାକ୍ଷୀକୁ ବର୍ଷସାରା କେବେବି ବନ୍ଧି ରଖିବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ଏହାର କିଛି ଖରାପ ପ୍ରଭାବ ମଧ୍ୟ ପଡିଥାଏ।

ରକ୍ଷା ବନ୍ଧନର କିଛି ଦିନ ପରେ ପିତୃପକ୍ଷ ପଡିଥାଏ। ପିତୃପକ୍ଷ ସମୟରେ ହାତରେ ଥିବା ରାକ୍ଷୀ ଅଶୁଦ୍ଧ ହୋଇଯାଇଥାଏ । ତେଣୁ ସେହି ଅଶୁଦ୍ଧ ରାକ୍ଷୀକୁ ବର୍ଷ ସାରା ହାତରେ ବାନ୍ଧିବା ଦ୍ବାରା ନକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ। ତେଣୁ ରାକ୍ଷୀକୁ ବର୍ଷ ସାରା ନ ପିନ୍ଧି ପରିତ୍ୟାଗ କରିଦେବା ଉଚିତ୍।

Raksha Bandhan 2020 Kab Hai; Shubh Muhurat Time Rakhi Timing | How Many  Days Left For Raksha Bandhan | बहनें दिनभर बांध सकेगी भाइयों की कलाई पर  राखी, सुबह 9.29 बजे के

କେମିତି କରିବେ ରାକ୍ଷୀ ବିସର୍ଜନ ?

ରକ୍ଷା ବନ୍ଧନର ୨୪ ଘଣ୍ଟା ପରେ ରକ୍ଷାସୂତ୍ର ବା ରାକ୍ଷୀକୁ ହାତରୁ ଖୋଲି ଦେବେ। ଏହାକୁ କୌଣସି ଗଛରେ ବାନ୍ଧି ଦେବେ ନଚେତ୍ କୌଣସି ଏକ ଭଲ ସ୍ଥାନରେ ସାଇତି ରଖିବେ। ନହେଲେ ଏହାକୁ କୌଣସି ନଦୀ ବା ସମୁଦ୍ରରେ ମଧ୍ୟ ଭସାଇ ପାରିବେ। କିନ୍ତୁ ହାତରେ ଧାରଣ କରି ରଖନ୍ତୁ ନାହିଁ।

Flower Patterned Silver Rakhi- MyFlowerTree

ସୁନା ଓ ରୂପା ରାକ୍ଷୀ କ’ଣ କରିବେ

ଆଜିକାଲି ଫ୍ୟାଶନରେ ସୁନା ଓ ରୂପା ରାକ୍ଷୀ ମଧ୍ୟ ଚାଲୁଛି । କେହି ଧନୀ ଘରର ଭଉଣୀମାନେ ଭାଇ ହାତରେ ସୁନାର ଓ ଚାନ୍ଦିର ରାକ୍ଷୀ ବାନ୍ଧୁଛନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ସୁନା ଓ ରୂପାକ ରାକ୍ଷୀକୁ ବିସର୍ଜନ କରିବ କିପରି ?

ବିଶେଷଜ୍ଞଙ୍କ ମତ ଅନୁଯାୟୀ ସୁନା ଓ ରୂପା ରାକ୍ଷୀ ଧାତୁରେ ନିର୍ମିତ। ଧାତୁ ଅଶୁଦ୍ଧ ହୁଏ ନାହିଁ। ତେଣୁ ଏହି ରାକ୍ଷୀକୁ ଆପଣ ସବୁଦିନ ପାଇଁ ହାତରେ ଧାରଣ କରିପାରିବେ।

Gold Rakhi Designs this Rakshabandhan