ପ୍ଲାଷ୍ଟିକ ବ୍ୟାନ୍ ସତ୍ତ୍ବେ ପ୍ରତିଦିନ କୁଢକୁଢ ଆବର୍ଜନା ମ୍ୟୁନିସପାଲଟି କର୍ମଚାରୀ ଉଦ୍ଧାର କରୁଛନ୍ତି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିପି) ର ରିପୋର୍ଟ ଅନୁଯାୟୀ ଦୈନିକ ପ୍ରାୟ ୩୫ ହଜାର ଟନ୍ ପ୍ଲାଷ୍ଟିକ୍ ଉତ୍ପାଦିତ ହେଉଛି। ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ । ଏହି ପରିସ୍ଥିତିର ପ୍ଲାଷ୍ଟିକର ଦୂରିକରଣ କରିବା ନିହାତି ଆବଶ୍ୟକତା ।
ଏହି ଚିନ୍ତାଧାରାକୁ ନେଇ ୨୨ ବର୍ଷୀୟ ଯୁବତୀ ସାରା ଲାଖାନି ଏହାର ସମାଧାନର ବାଟ ବାହାର କରିଛନ୍ତି। ପ୍ଲାଷ୍ଟିକକୁ ସୁନ୍ଦର ଏମ୍ବ୍ରୋଡୋରୀରେ ପରିଣତ କରି ଡିଜାଇନ୍ ଡ୍ରେସ୍ ପ୍ରସ୍ତୁତ କରୁଛନ୍ତି। ପ୍ଲାଷ୍ଟିକ୍ ବ୍ୟାଗ୍ ରୁ ସୂତା ବାହାର କରି ନିଆରା ଓ ପାରମ୍ପାରିକ ଉପାୟରେ ପୋଷାକ ତିଆରି କରୁଛନ୍ତି। ୨୦୦ ରୁ ଅଧିକ ପଲିଥିନ ବ୍ୟାଗ ରୁ ସୁନ୍ଦର ଡିଜାଇନର ପୋଷାକ ତିଆରି କରିଥିଲେ। ତାଙ୍କର ଏହି ପୋଷାକ ଲାକ୍ଷ୍ମୀ ଫ୍ୟାଶନ ୱିକରେ ମଧ୍ୟ ଗତବର୍ଷ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା।
ସାରା ଲାଖାନି ମହାରାଷ୍ଟ୍ରର ଏକ ଛୋଟ ସହର ଗାଡଚିରୋଲିର ବାସିନ୍ଦା । ନାଗପୁର ନିକଟରେ ସେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ରୁ ସୁନ୍ଦର ଏମ୍ବ୍ରୋଡୋରୀ କାର୍ଯ୍ୟ ଆରମ୍ଭ କରି ସେ ସଫଳ ଉଦ୍ୟେଗୀ ହୋଇ ପାରିଛି।
୨୨ ବର୍ଷୀୟ ସାରା ପିଲାଦିନରୁ ପ୍ରକୃତି ପ୍ରେମୀ ଥିଲେ। ତାଙ୍କ ପିତା ଫାର୍ମାସ୍ୟୁଟିକାଲ୍ସ କ୍ଷେତ୍ର ସହିତ ଜଡିତ ଥିଲେ। ଏହା ତାଙ୍କର ବ୍ୟବସାୟ ଥିଲା । ତା’ପରେ ସାରା ଦେଖିଥିଲେ ଯେ, କେବଳ ଏହି କ୍ଷେତ୍ରରେ ଅନେକ ପରିମାଣରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି । ଯାହା ପରିବେଶ ପାଇଁ ବଡ କ୍ଷତିକାରକ ହୋଇପାରେ । ତେଣୁ ସେହି ବର୍ଜ୍ୟବସ୍ତୁକୁ ସମାଜ କଲ୍ୟାଣ ଭାବେ ବ୍ୟବହାର କରିବା ପାଇଁ ଅନେକ ପଦ୍ଧତି ଆପଣାଇଥଇଲେ । ଶେଷରେ ଏହି ଧାରା ପାଇଥିଲେ । ସବୁଠୁ ବଡ କଥା ହେଲା ଏଥିରେ ପ୍ଲାଷ୍ଟିକ ବ୍ୟବହାର କରି ଗୋଟିଏ ଖଣ୍ଡ ବସ୍ତ୍ର ତିଆରି କରିବାକୁ ଅତି କମରେ ୧୫ ଦିନ ଲାଗେ । ଏହି କାର୍ଯ୍ୟଟି ଅତ୍ୟନ୍ତ ସୂକ୍ଷ୍ମ ।