ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ରଖାଯାଇଥିବା ସବୁ ବସ୍ତୁ ଅଲଗା ଅଲଗା ଉର୍ଜା ପ୍ରଦାନ କରିଥାନ୍ତି ଓ ଏହା ବହୁତ ଆବଶ୍ୟକ ମଧ୍ୟ ହୋଇଥାଏ କାହିଁକିନା ଏହା ନକାରାତ୍ମକ ଓ ସକାରାତ୍ମକ ଉର୍ଜା ସନ୍ତୁଳିତ କରିବାରେ ବହୁତ ଆବଶ୍ୟକ ଅଟେ।ତେଣୁ କୌଣସି ବସ୍ତୁ କୁ ସଠିକ୍ ସ୍ଥାନ ରେ ରଖିଲେ ସକାରାତ୍ମକ ଏବଂ ଭୁଲ ଜାଗାରେ ରଖିଲେ ନକାରାତ୍ମକ ଉର୍ଜା ପ୍ରଦାନ କରେ। ଆସନ୍ତୁ ଜାଣିବା କିଛି ବାସ୍ତୁ ଟିପ୍ସ୍…
୧. ବସ୍ତୁ ଶାସ୍ତ୍ର ଅନୁସାରେ ଘରେ କିଛି ବି ଭଙ୍ଗା ବା ବେକାର ଜିନିଷ ରଖିବା ଉଚିତ ନୁହେଁ।ଏହାଦ୍ୱାରା ନକାରାତ୍ମକ ଉର୍ଜା ଘରକୁ ପ୍ରବେଶ କରେ ଓ ଘରେ ରହୁଥିବା ଲୋକ ଙ୍କ ଉପରେ ଖରାପ ପ୍ରଭାବ ପକାଏ ।
୨.ମୂଲ୍ୟବାନ ବସ୍ତୁ କୁ ଉତ୍ତର କିମ୍ବା ପଶ୍ଚିମ ଦିଗ ରଖିବା ଉଚିତ ନୁଁହେ ,ଏହା ଦ୍ୱାରା ଧାନ ନଷ୍ଟ ହୋଇଥାଏ ଏବଂ ଘର ର ଉନ୍ନତି ବାଧା ପ୍ରାପ୍ତ ହୁଏ।

୩. ଘର ର ମୁଖ୍ୟ ଦ୍ୱାରା କୁ ସବୁବେଳେ ସଫା ରଖନ୍ତୁ ,ଅପରିଷ୍କାର କରି ରଖିବା ଦ୍ୱାରା ନକାରାତ୍ମକ ଉର୍ଜା ଘର ମଧ୍ୟରେ ପ୍ରବେଶ କରେ।ଘର ଭିତରେ କଣ୍ଟା ଜାତୀୟ ଗଛ ଲଗାନ୍ତୁ ନାହିଁ,ଘର ର ମୁଖ୍ୟ ଦ୍ୱାରା ପାଖରେ କଣ୍ଟା ଗଛ ରଖନ୍ତୁ ନାହିଁ।ଏହାଦ୍ୱାରା ଆପଣ ଅନେକ ଆର୍ଥିକ ହାନି ସହିବାକୁ ପଡିପାରେ ।
୪. ଘରର ଆଲମାରୀ ଭଙ୍ଗା କିମ୍ବା ପର୍ସ ଫଟା ହୋଇ ଥିଲେ ଘରେ ଧନର ଅଭାବ ଦେଖା ଦିଏ।ତେଣୁ ଏହାକୁ ମରାମତି କରନ୍ତୁ କିମ୍ବା ଫଟା ପର୍ସ ବ୍ୟବହାର ବନ୍ଦ କରନ୍ତୁ।
୫.ଘର ର ଛାତ ଉପରେ ଭଙ୍ଗା ବା ବେକାର ଜିନିଷ ରଖନ୍ତୁ ନାହିଁ ଏହା ଦ୍ୱାରା ଆପଣଙ୍କ ଘରର କେବେ ଉନ୍ନତି କରିପାରିବ ନାହିଁ ଓ ବହୁତ ସମସ୍ୟା ର ସାମ୍ନା କରିବାକୁ ପଡିଥାଏ।ଏଥିପ୍ରତି ଧ୍ୟାନ ରଖନ୍ତୁ।
ଏହିପରି କେତୋଟି ଛୋଟ ବାସ୍ତୁ ଟିପ୍ସ ଆପଣ ଙ୍କୁ ସୁଖ ଶାନ୍ତି ରେ ଜୀବନ ବିତେଇବାରେ ସହାୟ ହେବ।