ଅର୍ଥ ନିବେଶ ଏବଂ ଏସ୍ଆଇପି…

ସିଷ୍ଟମାଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍ (ସିପ୍ ବା ଏସ୍ଆଇପି) ଆପଣଙ୍କୁ ଆପଣ ଙ୍କ ଇଛା ମୁତାବକ ଏକ ନିର୍ଦ୍ଧାରିତ ଅର୍ଥ ରାଶି ଇନଭେଷ୍ଟମେଣ୍ଟ କରିବାକୁ ସୁଯୋଗ ଦେଇ ଥାଏ। ସାଧାରଣତଃ ଏହା ୧୦୦/- ଟଙ୍କା ରୁ ନିବେଶ କରିବା ଆରମ୍ଭ ହୋଇଥାଏ। ଧନୀ ହେଉ ବା ଗରିବ ସମସ୍ତ ଙ୍କ ପାଇଁ ସମାନ ସୁଯୋଗ ଦେଇ ଥାଏ।
ଏଫଡି, ଆର୍ ଡି,ସୁନା , ଘରବାଡ଼ି ରେ ଅର୍ଥ ନିବେଶ କରିବା, ଆଗରୁ ଚାହିଦା ଥିଲା। ବର୍ତ୍ତମାନ କିନ୍ତୁ ସିପ୍ ପାଲଟିଯାଇଛି ଲୋକମାନଙ୍କର ଚାହିଦା। ଆସନ୍ତୁ ଜାଣିବା ସିପ୍ ର ଫାଇଦା କ’ଣ ଏବଂ ଏଥିରେ କିପରି ନିବେଶ କରିବେ।

ସିପ୍ ର ଫାଇଦା:

୧-ଛୋଟ ନିବେଶ: ଏଥିରେ ଆପଣ ମାତ୍ର ୧୦୦/- ନିବେଶ ରୁ ଆରମ୍ଭକରି ଲମ୍ବାସମୟ ପରେ ଭଲ ଲାଭ ପାଇ ପାରିବେ।
୨-ନିବେଶ କରିବା ସହଜ:ଏଥିରେ ନିବେଶ କରିବା ଅତି ସହଜ ହୋଇଥାଏ।
୩-ଟ୍ୟାକ୍ସ୍ ରେ ଫାଇଦା: ସିପ ରେ ଟ୍ୟାକ୍ସ୍ ବଞ୍ଚାଇବା ର ସୁବିଧା ରହିଛି।
୪-ରିଷ୍କ୍ କମ୍:ଏଥିରେ ସାଧାରଣତଃ ଅର୍ଥ ନିବେଶ ରାଶି ହରାଇବା ର ରିଷ୍କ କମ୍ ହେଇଥାଏ।
୫-ପୁଞ୍ଜି ପ୍ରତ୍ୟାହାର ର ସୁବିଧା: ସିପ୍ ରେ ଆବଶ୍ୟକ ସମୟରେ ପୁଞ୍ଜି, କାଢ଼ି ନେଇ ପାରିବେ।
୬-ଓପେନ ହାନଡେଟ୍ କ୍ଲୋଜ୍ ହାନଡେଟ:ଏଥିରେ ଏହି ଦୁଇ ସୁବିଧା ଥାଏ।
୭-ସେୟାର ମାର୍କେଟ ଓ ଏଫଡି: ସେୟାର ମାର୍କଟ ଓ ଏଫଡି ଭଳି ଇନଭେଷ୍ଟମେଣ୍ଟ କରିବାର ସୁବିଧା ରହିଥାଏ।

ସିପ୍ ରେ ନିବେଶ କରିବେ କିପରି???
ସିପ୍ ଆରମ୍ଭ କରିବା ପାଇଁ ଆପଣ ଙ୍କ ନିଜ ବ୍ୟାଙ୍କ୍ ଆକାଉଣ୍ଟ୍ ଥିବା ଆବଶ୍ୟକ। ଫଟୋ ପ୍ୟାନ୍ କାଡ,ଘର ପରିଚିତ ପତ୍ର ଦ୍ୱାରା ସେବି(sebi) ରେ ରେଜିଷ୍ଟ୍ରେସନ କରିବା ଆବଶ୍ୟକ। ଏଥି ପାଇଁ ନିକଟସ୍ଥ ବ୍ୟାଙ୍କ୍ ରେ ଆପଣ ଆବେଦନ କରି ପାରିବେ।ଏହା ସାଧାରଣତଃ ୩ରୁ ୫ ଦିନ ମଧ୍ୟରେ ପ୍ରୋସେସ୍ ସମ୍ପୂର୍ଣ୍ଣ ହୋଇଥାଏ।କୌଣସି ବୟସ ର ବ୍ୟକ୍ତି ଏଥି ରେ ଅର୍ଥ ବିନିଯୋଗ କରିପାରିବେ।ଏଥିରେ ବିନିଯୋଗ କରିଥିବା ଅର୍ଥ ମଧ୍ୟ ଫେରି ପାଇପାରିବେ। ସ୍ଵଳ୍ପ ଅର୍ଥ ଏବଂ ଅଧିକ ସମୟ ନିବେଶ ରେ ଆପଣ ଭଲ ଅର୍ଥ ପାଇପାରିବେ।