ଉତ୍ତର ପ୍ରଦେଶର ହାଥରସରେ ଘଟିଯାଇଥିବା ହୃଦୟ ବିଦାରକ ଘଟଣା ପୁଣିଥରେ ଦୋହଲେଇ ଦେଇଛି ସମସ୍ତଙ୍କୁ ।ଦଳିତ ଜାତିର ଏହି ମହିଳା ପ୍ରତି ଉଚ୍ଚବର୍ଗର ଲୋକଙ୍କ ପାଶବିକ ଅତ୍ୟାଚାରକୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ । ଉକ୍ତ ମହିଳାଙ୍କ ପ୍ରତି ହୋଇଥିବା ବର୍ବରୋଚିତ ଆକ୍ରମଣରେ ତାଙ୍କର ବେକ ଭାଙ୍ଗି ଦିଆଗଲା, ଜିଭ କାଟି ଦିଆଗଲା । ମୃତ୍ୟୁ ସହିତ ଲଢ଼ି ଲଢ଼ି ଶେଷକୁ ସେ ହାରିଗଲା । ବଞ୍ଚିଥିବା ବେଳେ ତ ତାଙ୍କୁ ନ୍ୟାୟ ମିଳିଲା ନାହିଁ, କିନ୍ତୁ ତାଙ୍କର ଶବ ସତ୍କାର ଯାହା ତାଙ୍କ ପରିବାରର ଅଧିକାର, ସେଥିରୁ ମଧ୍ୟ ସେମାନଙ୍କୁ ବଞ୍ଚିତ କରାଯାଇଛି ।ପୋଲିସ ପ୍ରଶାସନ ତାଙ୍କ ପରିବାରକୁ କିଛି ନ ଜଣେଇ ରାତାରାତି ପୀଡିତା ମନୀଷାଙ୍କ ଶବକୁ ପୋଡ଼ିଦେଲେ । କଣ ଦୋଷ ଥିଲା ମନୀଷାର ? ଘଟଣା ପଛର ରହସ୍ୟ ଉନ୍ମୋଚନ ନ ହୋଇଯାଉ ବୋଲି ବୋଧେ ପ୍ରଶାସନିକ ଅଧିକାରୀଙ୍କର ଏ ଥିଲା ଏକ ପଦକ୍ଷେପ ! ଉଚ୍ଚବର୍ଗର ଲୋକଙ୍କ କ୍ଷମତା ପ୍ରାଦୁର୍ଭାବରେ ପୁଣିଥରେ ଲିଭିଗଲା ଆଉ ଗୋଟିଏ ଜୀବନ । ଏଭଳି ଘଟଣା ନୂଆଁ ନୁହେଁ ଭାରତରେ ।
୨o୧୯ ରେ ପ୍ରତିଦିନ ହାରାହାରି ୮୭ ଜଣ ମହିଳା ଧର୍ଷଣର ଶିକାର ହଉଛନ୍ତି । ୪, o୫, ୮୬୧ ଟି ମହିଳାଙ୍କ ପ୍ରତି ଅପରାଧ ଘଟଣା ଦାୟର କରାଯାଇଛି, ଯାହା ୨o୧୮ ତୁଳନାରେ ୭{565af5950bfbe33dad4b01703c8df0ef40291bef89414603afa677bda413ab97} ଅଧିକ । ୨o୧୯ ରେ କେବଳ ସମୁଦାୟ ୩୨o୩୩ ଟି ବଳାତ୍କାରର ଘଟଣା ପଞ୍ଜୀକୃତ ହୋଇଛି ।National Crime Record Bureau ( NCRB)ର ପରିସଂଖ୍ୟନ ଦେଖିଲେ ଜଣାପଡୁଛି ଆମ ଦେଶରେ ଝିଅ ଓ ମହିଳାମାନେ କେତେ ସୁରକ୍ଷିତ ?

ମାନବ ଅଧିକାର କମିଶନ ଅନୁଯାୟୀ ଧର୍ଷଣକୁ ନାରୀ ନିର୍ଯାତନା ଆଖ୍ୟା ଦିଆଯାଇଛି । ଏହା ଏକ ଗୁରୁତର ଅପରାଧ ।ଜଣେ ମହିଳା ବଳାତ୍କାର କିମ୍ବା ଶୋଷଣର ଶିକାର ହେଲେ ସର୍ବ ପ୍ରଥମେ ତାର ଚରିତ୍ର ଉପରେ ପ୍ରଶ୍ନ ଉଠେ, ଯଦିଓ ଶାରୀରିକ ଏବଂ ମାନସିକ ଭାବରେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ମହିଳା ହିଁ ହୁଅନ୍ତି । ସେମାନେ ନିଜ ପରିବାର, ଗୋଷ୍ଠୀରୁ ଦୂରେଇ ଯିବା ସହିତ ବ୍ୟକ୍ତିଗତ ଭାବରେ ନିଜର ପରିଚୟ ଓ ସମ୍ମାନକୁ ହରେଇବାର ଆଶଙ୍କା ରହିଥାଏ ।ଭୟ , ଲଜ୍ଜ୍ୟା, ଅପଯଶ ଆହୁରି କେତେକଣ ର ସାମ୍ନା କରିବାକୁ ହୁଏ ପୀଡ଼ିତାକୁ ।ପୋଲିସର ପ୍ରଶ୍ନ ଏବଂ ନ୍ୟାୟାଳୟରେ ଜେରା ହେଲାବେଳେ ସେହି କଥାର ପୁନରାବୃତ୍ତି ତାଙ୍କୁ ତାଙ୍କ ସହିତ ହୋଇଥିବା ଅମାନୁଷିକ ବ୍ୟବହାର ଘଟଣା କୁ ବାରମ୍ବାର ମନେ ପକେଇବାକୁ ବାଧ୍ୟ କରେ ।କିଛିଜଣ ମାନସିକ ଭାବରେ ଏତେ ବିଷାଦଗ୍ରସ୍ତ ହୁଅନ୍ତି, ଯେ ଆତ୍ମହତ୍ୟା କରିବାକୁ ଶ୍ରେୟସ୍କର ମନେ କରୁଛନ୍ତି । ତାଙ୍କ ସହିତ ଘଟିଯାଇଥିବା ନୃଶଂସ ଘଟଣା ମାନବ ସମାଜ ଉପରେ ସେମାନଙ୍କ ବିଶ୍ୱାସ କୁ ଖିନଭିନ କରିଦିଏ । କିଛି ବିବେକହୀନ, ସ୍ୱାର୍ଥସର୍ବସ୍ୱ ଅମଣିଷଙ୍କ ପାଇଁ ସମଗ୍ର ପୁରୁଷ ସମାଜ ଉପରେ ଅଙ୍ଗୁଳି ଉଠେ ।
ଏତେ ସଂଖ୍ୟକ ନାବାଳିକା ଏବଂ ମହିଳା ଧର୍ଷଣ ଭଳି ଘୃଣ୍ୟ ଅତ୍ୟାଚାର ର ଶିକାର ହଉଛନ୍ତି, ହେଲେ ପ୍ରଶ୍ନ ଉଠୁଛି ଏହାର ଅନ୍ତ କଉଠି? କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ସତ୍ୱେ ଏଭଳି ଜଘନ୍ୟ ଅପରାଧ ଘଟେଇବା ପାଇଁ ଦୁର୍ବୃତ୍ତ ମାନଙ୍କ ମନରେ ଭୟ କାହିଁକି ଆସୁନାହିଁ ? ଏସବୁ ସାମାଜିକ ଅଧୋପତନ ପାଇଁ କାହାକୁ ଦୋଷ ଦେବା ଠିକ ହବ?
▪️ମହିଳା ମାନଙ୍କୁ, ଯେଉଁମାନେ ଏହାର ଶିକାର ହଉଛନ୍ତି ?
▪️ପୁରୁଷ ମାନଙ୍କୁ, ଯେଉଁମାନେ ଏଭଳି କୁକର୍ମ କରିବାକୁ ପଛାଉନାହାନ୍ତି ?
▪️ନ୍ୟାୟ ବ୍ୟବସ୍ଥାକୁ, ଯିଏ ଦୋଷୀକୁ ଧରିବା ଏବଂ ଦଣ୍ଡଦେବାରେ ଡେରି କରୁଛି ?
▪️ସମାଜକୁ, ଯିଏ ସବୁ ଦେଖି ବି ଆଖି ବୁଜିଦେଉଛି, କାହିଁକି ଅଯଥାରେ କିଛି ଅସୁବିଧାରେ ପଡ଼ିବ ବୋଲି ?
ବଳାତ୍କାର ଓ ନାରୀ ଶୋଷଣର ଦିନକୁଦିନ ବଢ଼ିଚାଲିଥିବା ଏହି ତାଲିକାର ଅନ୍ତ ପ୍ରକୃତରେ କେଉଁଠି ?
? ଶ୍ରୁତକୀର୍ତ୍ତି ତ୍ରିପାଠୀ ?
ଫୋନ – 6370516478
