ଫ୍ୟୁଜନ ୱାର୍କସ, ଫେସନର ନୂଆ ଟ୍ରେଣ୍ଡ

ଫ୍ୟାଶନ୍ କାହା ପାଇଁ ଏକ୍ସପେରିମେଣ୍ଟ୍, କାହା ପାଇଁ କମ୍ଫଟ୍ ତ ଆଉ କାହା ପାଇଁ ଫ୍ୟାଶନ୍ ଅଟେ। କିନ୍ତୁ ବର୍ତ୍ତମାନ ଯାହା ନୂଆ ଟ୍ରେଣ୍ଡ ଆସୁଛି ତାହାହି ଫ୍ୟାଶନ୍। ଦିନକୁଦିନ ଏହାର ରୂପ ବଦଳି ନୂଆ ରୂପରେ ଆସୁଛି। ବର୍ତ୍ତମାନ ଯୁଗପିଢିଙ୍କୁ ଫ୍ୟୁଜନ୍ ନିଶା ଘାରିଛି। ପାରମ୍ପରିକ କପଡ଼ା ପିନ୍ଧି ଯେତେବେଳେ ସମସ୍ତେ ବିରକ୍ତି ହୋଇଗଲେ ସେତେବେଳେ ଡିଜାଇନ୍ ର ମାନଙ୍କ ଏହି ନୂତନ ପ୍ରୟାସରେ ଆରମ୍ଭ ହେଲା ଫ୍ୟୁଜନ୍ ୱାର୍କ।


ପାରମ୍ପରିକ ବସ୍ତ୍ର ସହ ୱେଷ୍ଟର୍ଣ୍ଣ-: ଡ୍ରେସ୍ ର ମିକ୍ସ୍ କମ୍ବିନେସନ୍ ରେ ଯେଉ ଲୁକ୍ ଆସୁଛି ତାହାକୁ ଆମେ ଫ୍ୟୁଜନ୍ ୱାର୍କ କହିବା । ଉଦାହରଣ ସ୍ୱରୂପ: ଲଙ୍ଗ ସ୍କଟ୍ କୁର୍ତ୍ତା ହେଉ କିମ୍ବା ଶାଢ଼ୀ ସହ କୋର୍ଟ କିମ୍ବା ଆମ ପାରମ୍ପରିକ କପଡ଼ା ସମ୍ବଲପୁରୀ ହେଉ କି ଇକତରେ ୱେଷ୍ଟର୍ଣ୍ଣ ଡ୍ରେସ୍ ଯଥା – ସର୍ଟସ୍କଟ୍, ଟପ୍ କିମ୍ବା ସଟ୍ ଗାଉନ ହୋଇପାରୁଛି । ଏହାକୁ ଫ୍ୟୁଜନ୍ ୱାର୍କ କହିବା । ଏହା ବର୍ତ୍ତମାନ ଆଜିର ଯୁବମାନଙ୍କ ପ୍ରଥମ ପସନ୍ଦ ହୋଇପାରିଛି ।
ପାରମ୍ପରିକ ଡ୍ରେସ କୁ ଦିଅନ୍ତୁ ମଡନଲୂକ-: ଘରେ କିଛି ପର୍ବପର୍ବାଣୀ ହେଉ କିମ୍ବା ବିବାହ କି ଅନ୍ୟ ଯେକୌଣସି ଉତ୍ସବରେ ସମସ୍ତେ ପାରମ୍ପରିକ ପରିଧାନକୁ ବେଶୀ ପସନ୍ଦ କରନ୍ତି । ଏହି ପାରମ୍ପରିକ କପଡ଼ାରେ ଫ୍ୟୁଜନ୍ ର ଟ୍ୟୁଷ୍ଟ ବେଶ୍ ପସନ୍ଦ ଆସିଥାଏ ସମସ୍ତଙ୍କୁ । ସମସ୍ତଙ୍କଠୁ ଭିର୍ନ ଦେଖାଯିବା ପାଇଁ ଏହି ଫ୍ୟୁଜନ୍ ଲୁକ୍ ହି ବେଷ୍ଟ୍ ହୋଇଥାଏ । ସ୍କଟ୍ ସହ ହଲ୍ଟର୍ ଟପ୍, ହିରନ୍ ପ୍ୟାଣ୍ଟ୍ ସହ ସ୍ଳିପଲେସ୍ ସାର୍ଟ, ଟପ୍ କିମ୍ବା ଟି ସାର୍ଟ। ଏପରିକି ଶାଢ଼ୀ ସହ ଲଙ୍ଗ ଟପ୍ କିମ୍ବା ସାର୍ଟ ଡିଜାଇନ୍ ବ୍ଳାଉଜ୍ ବେଶ୍ ଚାଲିଛି ମାର୍କେଟରେ ।
ଫ୍ୟୁଜନ୍ ସମସ୍ତଙ୍କ ଉପରେ ଆକର୍ଷଣିଆ ଲାଗେ -: ଇଣ୍ଡୋ-ୱୋଷ୍ଟର୍ଣ୍ଣ ଫ୍ୟାସନ୍ ସମସ୍ତଙ୍କ ଉପରେ ବେଶ ମାନିଥାଏ। ଇଣ୍ଡୋ-ୱୋଷ୍ଟର୍ଣ୍ଣ କୋର୍ଟକୁ ପଟିୟାଲା ସାଲୱାର୍,ଟ୍ରାଉଜର୍, ଶେରୱାନୀ ଏବଂ ଧୋତି ସହ ପିନ୍ଧିପରିବେ । ଭାଇବ୍ରେଟ୍ ରଙ୍ଗ ଲୁକ୍ ଦେଇଥାଏ । ଏହା ସମସ୍ତଙ୍କ ଉପରେ ବେଶ୍ ମାନିଥାଏ ।
ଆସେସରିଜ୍ ମଧ୍ୟ ଖାସ୍ ହେବ କଥା-: କପଡ଼ା ସହ ଜୁଏଲାରୀ ଏବଂ ଫୁଟ୍ ୱୋୟାର ମଧ୍ୟ ଫ୍ୟୁଜନ୍ ଲୁକ୍ କୁ ବହୁତ ପସନ୍ଦ କରନ୍ତି। ଡେଙ୍ଗଲର୍ସ(ଇୟରରିଙ୍ଗ) ଉଡେନ ବେଙ୍ଗଳସ ମଧ୍ୟ ଫ୍ୟୁଜନ୍ ରେ ପିନ୍ଧି ପାରିବେ । ଜିନ୍ସ୍ ସହ କୋଲ୍ଲାପୁରୀ ଚପଲ ତଥା ଶାଢ଼ୀ ସହ ସ୍ପୋର୍ଟ ଲୁକ୍ ସୁ ଫ୍ୟୁଜନ୍ ଲୁକ୍ ରେ ସାମିଲ୍ ହୋଇସାରିଛି।

ସ୍ନିଗ୍ଧା ତ୍ରିପାଠୀ