ସକାଳେ କରନ୍ତୁନି ଏହିସବୁ ଭୁଲ୍‌, ନଚେତ ଆସିପାରେ ଘୋର ବିପତ୍ତି…

ଦିଗ ଭଳି କାଳ ବା ସମୟ ପାଇଁ ମଧ୍ୟ କିଛି ବାସ୍ତୁ ନିୟମ ରହିଛି, ଯାହାକୁ ମାନିବା ଦ୍ବାରା ବାସ୍ତୁଦୋଷ ଦୂର ହୋଇ ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ତେବେ ସକାଳ ସମୟ ପାଇଁ ବିଶେଷ ବାସ୍ତୁ ନିୟମ ଅଛି। ଏହାକୁ ମାନିବା ଉଚିତ। ସେଭଳି କିଛି ନିୟମ ହେଉଛି …

ସକାଳ ସମୟରେ ଅଇଁଠା ବାସନ ଦେଖିବା ଦ୍ବାରା ସମ୍ପୂର୍ଣ୍ଣ ଦିନଟି ଖରାପରେ ଯାଇଥାଏ। କାରଣ ଅଇଁଠା ବାସନରୁ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ତେଣୁ ରାତିରେ ହିଁ ଅଇଁଠା ବାସନକୁ ଧୋଇ ରୋଷେଇ ଘରକୁ ପରିଷ୍କାର ରଖନ୍ତୁ।

ସକାଳେ ଅନ୍ୟ କାହାର ଛାଇ ଦେଖିବା ମଧ୍ୟ ଶୁଭ ନୁହେଁ। ଏହାଦ୍ବାରା ନକାରାତ୍ମକ ଶକ୍ତି ଓ ମାନସିକ ସମସ୍ୟା ବଢ଼ିଥାଏ।

ସକାଳୁ ଉଠିବା ‌ପରେ ସଙ୍ଗେ ସଙ୍ଗେ କୌଣସି ହିଂସ୍ର ପଶୁପକ୍ଷୀଙ୍କ ଉପରେ ନଜର ପଡ଼ିବା ଠିକ୍‌ ନୁହେଁ। ଏହା ଜୀବନରେ ନକାରାତ୍ମକତା ଆଣିଥାଏ।

ସକାଳେ ଅଧୁଆ ମୁହଁରେ ଆଇନାରେ ନିଜକୁ ଦେଖିବା ଦ୍ବାରା ଜୀବନରେ ବିଭିନ୍ନ ସମସ୍ୟା ଆସିଥାଏ। ତେଣୁ ଶୟନକକ୍ଷରେ ଆଇନା ଲଗାଇବା ଉଚିତ ନୁହେଁ।