ସୋମ୍ୟାଶ୍ରୀ ତୋତେ ବି ଭୁଲିଯିବ ଏଇ ସମାଜ ! ଆମ ଓଡ଼ିଶା By Lopa On Jul 18, 2025 Share ନାରୀ ତୁ କେତେ ସୁରକ୍ଷିତ ? ନାରୀ ତୁ କେତେ ନିରୁପାୟ ? ନାରୀ ତୋ ପାଇଁ କଣ ନ୍ୟାୟ ଏ ସମାଜରେ ଅଛି ? ନାରୀ ହେଇ ଏଇ ସମାଜରେ ରହିବା କେତେ ଯେ କଷ୍ଟକର ତାର ଉଦାହରଣ ପ୍ରତ୍ୟେକଦିନ କିଏ ନା କିଏ ମରିଗଲା ପରେ ଆମକୁ ଜଣାପଡୁଛି । ଜଣେ ମରିଗଲେ ଆମର ଅନେକ ଦରଦ । ଜଣେ ଏ ଦୁନିଆ ଛାଡି ଚାଲିଗଲା ପରେ ଆମକୁ ତାର ମହତ୍ୱ ତାର କଷ୍ଟ ତାର ଯନ୍ତ୍ରଣା ସବୁ ଅନୁଭବ ହେଇପାରୁଛି । ସୋମ୍ୟାଶୀ୍ର ଏଇ ନା ଏବେ ଆମ ତୁଣ୍ଡରେ ଆମ ମନରେ ଆଉ ଆମ ମୁଣ୍ଡରେ । କାହିଁକି ଜାଣନ୍ତି, କାରଣ ସେ ଜୀବନ ଯୁଦ୍ଧରେ ହାରିଗଲା । ଯଦି ସେ ବଂଚିଥାଆନ୍ତା ହୁଏତ ଆମକୁ ଏତେ କଷ୍ଟ ଲାଗୁନଥାନ୍ତା । ହେଲେ ବିଚାରୀ ନ୍ୟାୟର ଗୁହାରୀରେ ନିଜ ପ୍ରାଣର ଜଳାଞ୍ଜଳି ଦେଇବସିଲା । ସମାଜରେ ନାରୀର ସ୍ଥାନ କେଉଁଠି ? -ସତରେ ଗୋଟିଏ ଯୁଗ ଥିଲା ଯେତେବେଳେ ନାରୀର ସ୍ୱର ଏଇ ପୁରୁଷକୈନ୍ଦ୍ରିକ ସମାଜରେ ଶୁଭୁନଥିଲା । ନା ହିଁ ପୁରୁଷ ନିଜଠୁ ଅଧିକା ନାରୀଙ୍କୁ ମର୍ଯ୍ୟଦା ଦେଉଥିଲା । ହେଲେ ଆଜିର ସମୟରେ ତ ସବୁ ଅଛି ନାରୀକୁ ସ୍ୱାଧିନତା,ନାରୀର ମୈାଳିକତା ,ନାରୀର ଇଚ୍ଛାଶକ୍ତି ସବୁକିଛି । ହେଲେ ତଥାପି କାହିଁ ଲାଗୁଛି ଯେ ସେ ଯୁଗ ଆଉ ଆଜିର ଆଧୁନିକ ଯୁଗ ଭିତରେ କିଛି ବି ଫରକ ନାହିଁ । ଏଇଠି ପୁରୁଷକୁ ତାର ସ୍ୱାଧିନତା ପାଇଁ କେଉଁ ନାରୀ ଆଗରେ ହାତ ପତେଇବାକୁ ପଡେନି । ହେଲେ ନାରୀକୁ ସବୁବେଳେ ପୁରୁଷ ଆଗରେ ନିଜର ସ୍ୱାଧିନତାର ଲଢେଇ ଲଢିବାକୁ ପଡେ । ହେଲେ କାହିଁକି ? ସେ ବି ତ ମଣିଷ । ତାର ନିଷ୍ପତ୍ତି ସେ ନିଜେ ନେବାକୁ ସକ୍ଷମ । କାହିଁକି ଆବଶ୍ୟକ କାହାର ଅନୁମତି ? ଆଜି ନାରୀ ନିଜେ ଏଇ ସମାଜରେ ଯେତେ ବି ସଫଳତା ଆଡକୁ ଗଲେ ସତେ ଯେମିତି ପୁରୁଷଙ୍କୁ ଇର୍ଷା ହେଉଛି । ତାଙ୍କୁ ନାରୀଙ୍କ ସଫଳତା ଆଖିରେ ଦେଖିବାକୁ ପସନ୍ଦ ହେଉନାହିଁ । ସେଇଥିପାଇଁ ତାର ନାରୀତ୍ୱକୁ ଆକ୍ରମଣ କରି ତାର ମନବଳ ଭାଙ୍ଗି ଦିଆଯାଉଛି । ତାର ସ୍ୱପ୍ନକୁ ସମାଜର ଅପବାଦ ଦେଇ ଧୂଳିସାତ୍ କରିଦିଆଯାଉଛି । କାହିଁକି ସମାଜରେ ନାରୀଟିଏ ସଂଯମତାର ଅକ୍ଷର ଏକା ପଢିବ ? କାହିଁକି ପୁରୁଷଟିଏ ସେ ବହିର ପୃଷ୍ଠା ଓଲଟାଇବ ନାହିଁ । କାହିଁକି ପୁରୁଷର ଇଜଜ୍ଜତ ଲୁଟେନାହିଁ । କାହିଁକି ନାରୀର ଚରିତ୍ର ସଂହାର କରାଯାଏ ? ଏତେ ସବୁ କାହିଁକିର ଉତ୍ତର ନା ମୋ ପାଖରେ ନା ଆପଣଙ୍କ ପାଖରେ କାହା ପାଖରେ ନାହିଁ । ଏହି ପ୍ରଶ୍ନ କେବଳ ମୁହଁରେ ନୀରବତା ହିଁ ଆଣିଦିଏ । ସୋମ୍ୟାଶ୍ରୀ ଆମକୁ କଣ ଶିଖେଇଲା ? -ସୋମ୍ୟାଶ୍ରୀ ଆଜିର ସୀତା ଯିଏ ପ୍ରମାଣ ଅଭାବରେ ନିଆଁରେ ନିଜକୁ ସର୍ମପଣ କରିଦେଲା । ଆଉ ଯୁଗ ଯୁଗକୁ ଏଇ ସମାଜର ଲୋକଙ୍କୁ ନିଜ ଆଗରେ ଛୋଟ କରିଦେଇଚାଲିଗଲା । ସୋମ୍ୟାଶ୍ରୀ ହାର ମାନିନି ,କହିବାକୁ ଗଲେ ଜିତ୍ ତ ତାର ହିଁ । ହଁ ସେ ଜିତ୍ ର ହକଦାର୍ ହେଇ ତାକୁ ଅନୁଭବ କରିବାକୁ ଜୀବିତ ରହିଲାନି । ହେଲେ ଥରେ ଚିନ୍ତା କଲେ ଏଇ ଝିଅଟି ଆଜି ନିଜେ ଜଳି ସମାଜରେ କେତେ ଝିଅଙ୍କ ମନରେ ଲିଭିଯାଇଥିବା ଅଗ୍ନିକୁ ଜାଳିଦେଲା । ଏକ ନିଡର ସ୍ୱପ୍ନ ଦେଖିବାର ସାହାସ ଦେଇଗଲା । ମୋତେ ଦାବିବାକୁ ଚେଷ୍ଟାକଲେ ମୁଁ ନିଜେ ତ ଜଳିବି ହେଲେ ମୋ ସମ୍ମାନର ହାନିକାରି ବ୍ୟକ୍ତିଙ୍କୁ ନେଇ ଜାଳିବି । ଯେମିତି ଏମିତି ନୃସଂହ ବ୍ୟକ୍ତିଙ୍କୁ ଏଇ ସମାଜ ଘୃଣା କରିବ । ନାରୀ ତୁ ଯୁଗ ଯୁଗରୁ ସଂର୍ଘଷ କରିଆସିଛୁ । ଆଜି କେମିତି ହାର୍ ମାନିଯିବୁ । ହୁଏତ ତୋର ଜନ୍ମ ସଂର୍ଘଷ ପାଇଁ । ତୁ ଦୁର୍ଗା,କାଳୀ,ଲକ୍ଷ୍ମୀ ବୋଲି ଏଇଥିପାଇଁ ସମ୍ବୋଧିତ ହେଉ କାରଣ ତୁ ସବୁ ଦେଖିଛୁ ଆଉ ସହିଛୁ ଆଉ ଲଢିଛୁ ଯାହା ପୁରୁଷ ସମାଜ ପାଇଁ ସ୍ୱପ୍ନ ତାହା ତୁ ଜିଇଁଛୁ । ନାରୀ ତୁ ସବୁବେଳେ ନିଜ ସମ୍ମାନ ପାଇଁ ଲଢିଛୁ । ସୋମ୍ୟାଶ୍ରୀକୁ ନା ଦରକାର ଥିଲା ସହାନଭୂତି ନା ଦରକାର ଥିଲା ରାଜନୀତି । ସେ କେବଳ ନିଜ ହକ୍ ର ଲଢେଇ ଲଢିଚାଲିଥିଲା । ସେ ତ ଚାଲିଗଲା ବହୁତ ଦୂରକୁ ,ହେଲେ ଏଇ ସମାଜ ଭିଡରେ ସେ ଦୂରରୁ ନିଜ ମୃତ୍ୟୁର ରାଜନୀତି ଦେଖି ନିଶ୍ଚୟ ଭାଙ୍ଗିପଡୁଥିବ । ଆଉ ଭାବୁଥିବ ସତରେ କେତେ ଛଳନା ଏଇ ସମାଜରେ । ବଂଚିଥିବା ବେଳେ ସମାଜ ଇଜ୍ଜତ ନେଇଯାଏ ଆଉ ମରିଗଲା ପରେ ମିଛ ଇଜ୍ଜତ ଦେଇ ସମ୍ମାନିତ କରେ । ସୋମ୍ୟଶ୍ରୀ ପାଇଁ ଆଜି ଧର୍ମଘଟ,ଆଜି ରାଜନୀତି.ତାକୁ ନ୍ୟାୟ ଦେବାକୁ କେତେ ଯେ ସଂଘର୍ଷ ହେଲେ ମାସଟେ ପରେ ଏଇ ସମାଜ ପୁଣି ଭୁଲିଯିବ କିଏ ଥିଲା ସୋମ୍ୟାଶ୍ରୀ । ପୁଣି ଅପେକ୍ଷା କରିବ ଏଇ ସମାଜ ଆଉ ଏକ ନୂଅ ସୋମ୍ୟାଶ୍ରୀର କାହାଣୀ ପାଇଁ । cbicollagefm colleagemurdercaseodishasoumyasoumyashree bisi Share FacebookTwitterGoogle+ReddItWhatsAppPinterestEmail