ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ବଢ଼ିବାରେ ଲାଗିଛି…ଜାଣନ୍ତୁ କାହିଁକି ?

ଦର୍ଶକବନ୍ଧୁ ଦୁନିଆରେ ଏମିତି କେହି ନାହାନ୍ତି ଯିଏ ବୁଲିବାକୁ ପସନ୍ଦ କରନ୍ତିନି । ଆଉ ଯଦି ପାହାଡ ପର୍ବତ ଝରଣା ନଦୀ କଥା କହିବେ ତେବେତ ଇଚ୍ଛା ନତିଲେ ବି ଇଚ୍ଛା ଆପେ ଆପେ ହୋଇଯାଏ । ପ୍ରାୟ କେତେକଙ୍କର ଡ୍ରିମ ଡେଷ୍ଟିନେସନ ପାହାଡିଆ ଅଞ୍ଚଳ ଥାଏ । କିଏ ବୁଲିବାକୁ ଆସନ୍ତି ତ କିଏ ଚଢିବାକୁ । ହେଲେ ପାହାଡ ଚଢିବା କଣ ସହଜ । ଦୁନିଆରେ ସବୁଠୁ ଉଚ୍ଚ ପର୍ବତମାଳା ହେଉଛି ମାଉଣ୍ଟ ଏଭରେଷ୍ଟ । ମାଉଣ୍ଟ ଏଭରେଷ୍ଟ ହିମାଳୟ ପର୍ବତର ଅଂଶ ଅଟେ । ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ୮୮୪୮ ମିଟର ଥିବା ବେଳେ ଏହା ନେପାଳ ଓ ତିବ୍ଦତ ମଧ୍ୟରେ ରହିଛି । ଏହାକୁ ନେପାଳରେ ସାଗରମାଥା ଅର୍ଥାତ ସ୍ୱର୍ଗର ଦ୍ୱାର କୁହାଯାଏ । ଏବଂ ତିବ୍ଦତରେ ଏହାର ନାମ ପର୍ବତର ରାଣୀ ବୋଲି ରଖାଯାଇଛି । ଯେଉଁ ଲୋକେ ଦୁନିଆରେ କିଛି ଆଡଭେଞ୍ଚର କରିବାକୁ ଚାହାନ୍ତି ସେମାନଙ୍କର ସ୍ୱପ୍ନ ଥାଏ କି ମାଉଣ୍ଟ ଏଭେରେଷ୍ଟରେ ଥରେ ଚଢିବା । କିନ୍ତୁ ଏହା ସମସ୍ତେ କରିପାରିବେ ନାହିଁ । ଏହି ପର୍ବତର ଶିଖରରେ ପହଞ୍ଚିବାକୁ ହେଲେ ଆପଣଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବାର ଆବଶ୍ୟକତା ରହିଛି । ପ୍ରକୃତରେ ଆପଣ ଯେତେ ଯେତେ ଶିଖର ଦିଗରେ ଗତି କରିବେ ଏଠାରେ ଅକ୍ସିଜେନର କମି ଦେଖିବାକୁ ମିଳେ । ଆଉ ସେଥିପାଇଁ ପର୍ବତାରୋହୀଙ୍କୁ ନିଜ ସହ ମେଡିକାଲ ସାମଗ୍ରୀ ମଧ୍ୟ କିଛି ନେବାକୁ ପଡିଥାଏ । ଯାହା ବେଶୀ ଖର୍ଚ୍ଚ କରାଇଥାଏ ।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପର୍ବତ ଶୃଙ୍ଖଳାର ଉଚ୍ଚତା ପ୍ରତିବର୍ଷ ଦୁଇ ସେଣ୍ଟିମିଟର ବୃଦ୍ଧିପାଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଟେକ୍ନୋନିକ ପ୍ଲେଟ ଗୁଡିକ ଧିରେ ଧିରେ ସେମାନଙ୍କ ସ୍ଥାନରୁ ଗତି କରୁଥିବାରୁ ଏହା ଘଟୁଛି । ଏହି ପ୍ଲେଟ ଗୁଡିକ ହିମାଳୟ ପର୍ବତକୁ ଉପରକୁ ଠେଲି ଦେଉଛି । 

 ମାଉଣ୍ଟ ଏଭରେଷ୍ଟର ଉଚ୍ଚତା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଏନେଇ ବୈଜ୍ଞାନିକମାନେ ଏକ ବଡ଼ ସନ୍ଧାନ କରିବାକୁ ସକ୍ଷମ ହୋଇଛନ୍ତି । ସମୁଦ୍ର ପୃଷ୍ଠ ଠାରୁ ୨୯,୦୩୧.୬୯ ଫୁଟ ଉଚ୍ଚରେ ମାଉଣ୍ଟ ଏଭରେଷ୍ଟ ରହିଥିବା ବେଳେ ଏହା ପୃଥିବୀର ସବୁଠାରୁ ଉଚ୍ଚ ପାହାଡ଼ । ମାତ୍ର କ୍ରମାଗତ ଭାବେ ଏହାର ଉଚ୍ଚତା ବୃଦ୍ଧି ହେବାକୁ ନେଇ ବୈଜ୍ଞାନିକମାନେ ଚିନ୍ତାବ୍ୟକ୍ତ କରିଥିଲେ । ତେବେ ଏକ ‘ବିଚିତ୍ର ନଦୀ’ ହିଁ ଏହି ଉଚ୍ଚତା ବୃଦ୍ଧିର କାରଣ ବୋଲି ବୈଜ୍ଞାନିକମାନେ ଗବେଷଣାରୁ ଜାଣିପାରିଛନ୍ତି । ହିମାଳୟରେ ଥିବା ଏକ ନଦୀ ଏଭରେଷ୍ଟର ଉଚ୍ଚତାକୁ ୧୬୪ ଫୁଟ ବୃଦ୍ଧି କରିଥିବା ବୈଜ୍ଞାନିକମାନେ କହିଛନ୍ତି । ଏହି ନୂଆ ଷ୍ଟଡି ମୁତାବକ, ଏହି ନଦୀ ପାଖାପାଖି ୭୫ କିଲୋମିଟର ଲମ୍ବା ଅଟେ ଓ ଏହି ନଦୀକୁ ୮୯ ହଜାର ବର୍ଷ ପୂର୍ବେ ଅନ୍ୟ ଏକ ନଦୀ କାବୁ କରିନେଇଥିଲା । କହିବାକୁ ଗଲେ ନଦୀର ଏହି ସଙ୍ଗମ କାରଣରୁ କ୍ଷୟ ହେବାରେ ଲାଗିଛି । ମାଟି ଖଣ୍ଡ ଖଣ୍ଡ ହୋଇ ଖସିବା ସହ ଏକ ବଡ଼ ଗଭୀର ଘାଟି ସୃଷ୍ଟି ହୋଇଛି । ଏହାକୁ ନେଇ ୟୁନିଭରସିଟି କଲେଜ ଲଣ୍ଡନର ପୃଥ୍ୱୀ ବିଜ୍ଞାନ ବିଭାଗର ସାଇଣ୍ଟିଷ୍ଟ ଏଡମ ସ୍ମିଥ କହିଛନ୍ତି, ଏଭରେଷ୍ଟ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ । ହିମାଳର ଅଧିକାଂଶ ପାହାଡ଼ ମଧ୍ୟରେ ୧୬୪ରୁ ୩୨୮ ଫୁଟର ବ୍ୟବଧାନ ରହିଛି । ମାତ୍ର ଏଭରେଷ୍ଟର ଦ୍ୱିତୀୟ ସର୍ବୋଚ୍ଚ ଶୃଙ୍ଗ କେ୨ର ଉଚ୍ଚତା ୮୨୦ ଫୁଟ । ଅର୍ଥାତ ଏନେଇ କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଛି । ସ୍ମିଥ କହିଛନ୍ତି, ଏଭରେଷ୍ଟ ନିକଟରେ ଅରୁଣ ନଦୀ ରହିଛି ଓ ତାହା ଏଲ ଆକାରରେ ପ୍ରବାହିତ ହେଉଛି । ଅଧିକାଂଶ ନଦୀ କୌଣସି ବୃକ୍ଷ ପରି ହୋଇଥାଏ ଓ ତା’ର ମୋଟା ଶାଖା ରହିଥାଏ, ଯାହାକି ଅନେକ ଶାଖାରେ ବିଭକ୍ତ ହୋଇଥାଏ । ମାତ୍ର ଅରୁଣ ନଦୀ ପୂର୍ବରୁ ପଶ୍ଚିମ ଆଡ଼କୁ ପ୍ରବାହିତ ହେଉଛି । ଏହାପରେ ୯୦ ଡିଗ୍ରୀ ଘୂରି ହିମାଳୟରେ ଦକ୍ଷିଣ ଆଡ଼କୁ ଚାଲି ଯାଉଛି ।

ଏହାର ଅର୍ଥ ହେଉଛି, ନଦୀ ତା’ ନିଜର ସ୍ୱରୂପ ବଦଳାଇଛି ଓ ସେ ଅନ୍ୟ କୌଣସି ନଦୀ ସହ ମିଶି ଯାଇଛି । ନେଚର ଜିୟୋସାଇନ୍ସରେ ନିକଟରେ ଏହି ଷ୍ଟଡି ପ୍ରକାଶିତ ହୋଇଛି । ଏହି ନଦୀକୁ ବୁଝିବା ପାଇଁ ବୈଜ୍ଞାନିକମାନେ କୋସି ନଦୀର ନେଟୱାର୍କକୁ ବୁଝିଛନ୍ତି । ଏହି ନଦୀ ଚୀନ, ନେପାଳ ଓ ଭାରତରେ ପ୍ରବାହିତ ହେଉଛି । ଏହା ଅରୁଣ ନଦୀକୁ ଧରି ରଖିଛି । ଅରୁଣ ନଦୀ ବାସ୍ତବରେ କୋସୀ ନଦୀର ମୁଖ୍ୟ ଧାରା । କୋସୀ ତାହାକୁ ପାଖାପାଖି ୮୯ ହଜାର ବର୍ଷ ପୂର୍ବେ କାବୁ କରିନେଇଥିଲା । ଫଳରେ ନଦୀର ଦିଗରେ ପରିବର୍ତ୍ତନ ଆସିବା ସହ ନଦୀର କ୍ଷୟ ଘଟିବାରେ ଲାଗିଥିଲା । ଏହାଫଳରେ ଅରୁଣ ନଦୀ ଏକ ଭୟଙ୍କର ଘାଟୀରେ ପ୍ରବାହିତ ହୋଇଥିଲା । କ୍ଷୟ କାରଣରୁ ଏହି ଘାଟି ସୃଷ୍ଟି ହୋଇଥିଲା । ଏହି ନଦୀର ସୃଷ୍ଟି ହେବା ଓ ନଦୀର କ୍ଷୟ ଫଳରେ ଆଖାପାଖ ଅଞ୍ଚଳ ହାଲୁକା ହୋଇଯାଇଥିଲା ।ଆଖାପାଖର ଅଞ୍ଚଳ ହାଲୁକା ହେବାର ଅର୍ଥ ହେଉଛି ଲ୍ୟାଣ୍ଡମାସ କମ ହେବା । ଏହାଫଳରେ ଏଭରେଷ୍ଟର ଉଚ୍ଚତା ବଢ଼ିବାରେ ଲାଗିଥିଲା । ଯେଉଁ ସମୟରୁ କୋସୀ ନଦୀ ଅରୁଣ ନଦୀକୁ କାବୁ କରିଥିଲା, ସେହି ସମୟରୁ ଏଭରେଷ୍ଟ ୫୦ରୁ ୧୬୪ ଫୁଟ ଉପରକୁ ଉଠି ସାରିଛି । ତେବେ ଅରୁଣ ନଦୀ କୋସୀ ନଦୀ ସହ କିପରି ମିିଶିଥିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ଏନେଇ ରିସର୍ଚ୍ଚ ଜାରି ରହିଛି ।