ସମ୍ବଲପୁର: ଦିନ ଥିଲା ଅନ୍ୟ ଦେଶଗୁଡ଼ିକ ଭାରତକୁ ଏକ ଦୁର୍ବଳ ରାଷ୍ଟ୍ର ଭାବେ ଦେଖୁଥିଲେ। ଗତ ୧୦ ବର୍ଷର ବିଜେପି ଶାସନ ମଧ୍ୟରେ ଦେଶରେ ଅନେକ କିଛି ପରିବର୍ତ୍ତନ ଆସିଛି। ବର୍ତ୍ତମାନ ସାରା ଦୁନିଆର ଏଜେଣ୍ଡା ସ୍ଥିର କରିବାକୁ ଭାରତ ସକ୍ଷମ। ସାରା ଦୁନିଆରେ ଭାରତର ହିଁ ଏଜେଣ୍ଡା ଚାଲୁଛି। ଭାରତର ନେତୃତ୍ବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଥିବା ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ଏଠାରେ କହିଛନ୍ତି।