ଭୁବନେଶ୍ୱର: କାଉନ୍ସିଲ୍ ଫର୍ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ଜାମିନେଶନ୍ସ (ସିଆଇଏସସିଇ) ଦ୍ୱାରା ପରିଚାଳିତ ଆଇସିଏସ୍ଇ ଦଶମ ଏବଂ ଆଇଏସ୍ସି ଦ୍ୱାଦଶ ପରୀକ୍ଷା ଫଳ ମେ’ ୬ ତାରିଖ ଅର୍ଥାତ୍ ଆଜି ଦିନ ୧୧ଟାରେ ପ୍ରକାଶ ପାଇବ। ଏନେଇ ରବିବାର ସିଆଇଏସସିଇ ପକ୍ଷରୁ ସୂଚନା ରହିଛି।
ରେଜଲ୍ଟ ଦେଖିବା ପାଇଁ ଛାତ୍ରଛାତ୍ରୀ cisce.org ଏବଂ results.cisce.org ଓ୍ବେବସାଇଟ୍ ଭିଜିଟ୍ କରି ସେମାନଙ୍କ ରେଜଲ୍ଟ ଦେଖିପାରିବେ। ଯଦି ରେଜଲ୍ଟରେ କୌଣସି ପ୍ରକାର ତୃଟି ଥାଏ ତେବେ ରିଚେକିଂ ଏବଂ ରିଭାଲୁଏଶନ ପାଇଁ ଆବେଦନ କରିପାରିବେ। ରିଚେକିଂ ପାଇଁ ଗୋଟିଏ ବିଷୟ ପେପର ପାଇଁ ୧ ହଜାର ଟଙ୍କା ଥିବା ବେଳେ ରିଭାଲୁଏଶନ ପାଇଁ ୧୫୦୦ ଟଙ୍କା ରହିଛି।