ଯେକୌଣସି ସ୍ଥାନକୁ ଏକ୍ସପ୍ଲୋର କରିବା ପାଇଁ ସଡକ ମାର୍ଗ ହେଉଛି ସର୍ବୋତ୍ତମ ଉପାୟ। ଏପରି ପରିସ୍ଥିତିରେ ଯଦି ଆପଣଙ୍କର ଭାରତୀୟ ଡ୍ରାଇଭିଂ ଲାଇସେନ୍ସ ଅଛି ତେବେ ଆପଣ କେବଳ ଭାରତରେ ନୁହେଁ ଆହୁରି ଅନେକ ଦେଶ ମଧ୍ୟ ଭ୍ରମଣ କରିପାରିବେ। ଯାତ୍ରା କରିବାର ମଜା ସହିତ ଅନ୍ୟ ଦେଶର ଗାଡି ଚଳାଇବାର ନିଆରା ଅନୁଭୂତି ସାଉଁଟି ପାରିବେ। ତେବେ କେଉଁ ଦେଶ ବା କେଉଁ ସ୍ଥାନକୁ ଯିବେ ଏହାକୁ ନେଇ ମନରେ ଅନେକ ପ୍ରଶ୍ନ ଆସୁଥିବ ନିଶ୍ଚୟ…। ଆସନ୍ତୁ ଜାଣିବା ସେହି ଦେଶଗୁଡିକ ବିଷୟରେ ଯେଉଁଠି ଇଣ୍ଡିଆନ୍ ଡ୍ରାଇଭିଂ ଲାଇସେନ୍ସ ବୈଧ ଅଟେ ବା ବିନା କୌଣସି ଜୋରିମାନାରେ ଇଣ୍ଡିଆନ୍ ଡ୍ରାଇଭିଂ ଲାଇସେନ୍ସରେ ଆପଣ ଗାଡି ଚଳାଇ ପାରିବେ।
ମରିସସରେ ୪ ସପ୍ତାହ ଯାଏଁ ଭାରତୀୟ ଡ୍ରାଇଭିଂ ଲାଇସେନ୍ସ ବୈଧ ଅଟେ। ଯଦି ଆପଣଙ୍କର ଇଣ୍ଡିଆନ୍ ଡ୍ରାଇଭିଂ ଲାଇସେନ୍ସ ଅଛି, ତେବେ ଆପଣ ୪ ସପ୍ତାହେ ଧରି ସେଠାରେ ସମୁଦ୍ର କୂଳରେ କାର୍ ଡ୍ରାଇଭର ମଜା ଉପଭୋଗ କରିପାରିବେ ।
ସ୍ପେନରେ ଗାଡି ଚଳାଇବା ପାଇଁ ଆପଣ ଭାରତୀୟ DL ମଧ୍ୟ ବ୍ୟବହାର କରିପାରିବେ । କିନ୍ତୁ ସଡକ ଯାତ୍ରା ଉପଭୋଗ କରିବାକୁ, ଆପଣଙ୍କୁ ପ୍ରଥମେ ସେଠାରେ ରହିବା ପାଇଁ ପଞ୍ଜିକରଣ କରିବାକୁ ପଡିବ ।
ସ୍ୱିଡେନରେ ମଧ୍ୟ ଭାରତୀୟ ଡ୍ରାଇଭିଂ ଲାଇସେନ୍ସ ର ପ୍ରଚଳନ ରହିଛି। ଯାହା ଦ୍ବାରା ଆପଣ ଜଙ୍ଗଲ ଠାରୁ ଆରମ୍ଭ କରି ସୁନ୍ଦର ସୁନ୍ଦର ଦ୍ୱୀପ ଏବଂ ସେହି ଦେଶର ଅନେକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନକୁ ସହଜରେ ଏକ୍ସପ୍ଲୋର କରିପାରିବେ। କିନ୍ତୁ ଲାଇସେନ୍ସଟି ସ୍ୱିଡିଶ, ଇଂରାଜୀ, ଫରାସୀ, ଜର୍ମାନୀ ଭାଷା ମଧ୍ୟରୁ ଗୋଟିଏ ଭାଷା ହୋଇଥିବା ଅତ୍ୟନ୍ତ ଜରୁରୀ।
ଯଦି ଆପଣ ସ୍ୱିଜରଲ୍ୟାଣ୍ଡର ସୁନ୍ଦର ଦୃଶ୍ୟ ଉପଭୋଗ କରିବାକୁ ଚାହାଁନ୍ତି ତେବେ ନିଶ୍ଚିତ ଭାବରେ ସେଠାକାର ସଡକ ମାର୍ଗକୁ ବାଛନ୍ତୁ। ଯଦି ଆପଣଙ୍କର ଭାରତୀୟ ଡ୍ରାଇଭିଂ ଲାଇସେନ୍ସ ଅଛି ତେବେ ଆପଣ ଏକ ବର୍ଷ ପର୍ଯ୍ୟନ୍ତ ପକ୍ଷୀ ଭଳି ଉଡିପାରିବେ। କେହି ଆପଣଙ୍କୁ ଧରିବେ ନାହିଁ। ଅର୍ଥାତ୍ ଭାରତୀୟ ଡ୍ରାଇଭିଂ ଲାଇସେନ୍ସର ଏକ କପି ଦେଖାଇ ଆପଣ ଏକ କାର ଭଡା କରି ସମଗ୍ର ସ୍ୱିଜରଲ୍ୟାଣ୍ଡରେ ଭ୍ରମଣ କରିପାରିବେ।
ଯଦି ଆପଣ ଆମେରିକା ଯାଉଛନ୍ତି, ତେବେ ନିଶ୍ଚିତ ଭାବରେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସକୁ ସାଙ୍ଗରେ ନେଇ ଯାଆନ୍ତୁ। କାରଣ ଏହା ସାହଯ୍ୟରେ ଆପଣଙ୍କୁ ଏକ ଗାଡି ମିଳିଯିବ। ଯାହା ଦ୍ବାରା ଆମେରିକା ରାସ୍ତାରେ ଆପଣ ଗାଡି ଚଳାଇ ଭ୍ରମଣର ମଜାକୁ ଆହୁରି ଦୁଇ ଗୁଣ କରିପାରିବେ। ଏଥିସହିତ ଆପଣଙ୍କୁ 1-94 ଫର୍ମ ସାଙ୍ଗରେ ରଖିବାକୁ ପଡିବ।
ଯଦି ଆପଣ ସିଙ୍ଗାପୁରର ଉଚ୍ଚ ଉଚ୍ଚ ଅଟ୍ଟାଳିକା ତଳେ ଥିବା ପ୍ରଶସ୍ତ ରାସ୍ତାରେ ଗାଡି ଚଳାଇବାକୁ ଚାହୁଁଛନ୍ତି ତେବେ ଇଣ୍ଡିଆନ୍ ଡ୍ରାଇଭିଂ ଲାଇସେନ୍ସ ଆପଣଙ୍କୁ ବହୁ ମାତ୍ରାରେ ସାହାଯ୍ୟ କରିବ। ହେଲେ ସିଙ୍ଗାପୁରରେ ଗାଡି ଚଳାଇବା ପାଇଁ ଆପଣଙ୍କ ବୟସ ୧୮ ବର୍ଷରୁ ଅଧିକ ହେବା ଜରୁରୀ।