ଏହି 4 ଟି ରାଶିର ଲୋକ ସବୁଠାରୁ ଅଧିକ କ୍ରୋଧୀ, ଥରେ ଦେଖି ନିଅନ୍ତୁ ଏଥିରେ ଆପଣଙ୍କ ରାଶି ନାହିଁ ତ….

ପ୍ରାୟତଃ ସମସ୍ତେ କୁହନ୍ତି ଯେ କ୍ରୋଧୀ ଲୋକଙ୍କଠାରୁ ଦୂରରେ ରହିବା ଭଲ। କ୍ରୋଧୀ ବା ସବୁବେଳେ ଝଗଡା କରୁଥିବା ଲୋକମାନେ ଛୋଟ ଛୋଟ କଥାରେ ପାଟିତୁଣ୍ଡ କରନ୍ତି। କ୍ରୋଧରେ ନିଜର ବୁଦ୍ଧି ବିବେକ୍ ବା ହିତାହିତ ଜ୍ଞାନ ଭୁଲି ଯାଆନ୍ତି। କ୍ରୋଧରେ କ’ଣ କହୁଛନ୍ତି କ’ଣ କରୁଛନ୍ତି ତାହା ମଧ୍ୟ ଭୁଲି ଯାଆନ୍ତି। ତେବେ ଏସବୁ ଉପରେ ରାଶି ନକ୍ଷେତ୍ରର ପ୍ରଭବ ଥାଏ ବୋଲି କୁହାଯାଏ। କେଉଁ ଲୋକ ଅଧିକ କ୍ରୋଧୀ ଓ କେଉଁ ଲୋକ ଅଧିକ ଶାନ୍ତ ଥାଆନ୍ତି, ତାହା ମଧ୍ୟ ରାଶିରୁ ଜଣାପଡିଥାଏ। ତେବେ ଏବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକମାନେ ଅଧିକ କ୍ରୋଧୀ ହୋଇଥାନ୍ତି।

PunjabKesari

ବୃଷ

ଏହି ରାଶିର ଲୋକମାନେ ବହୁତ ଶୀଘ୍ର ରାଗି ଯାଆନ୍ତି। ଯେତେବେଳେ ସେମାନେ କିଛି ବିଷୟରେ ଖରାପ ଅନୁଭବ କରନ୍ତି, ସେମାନେ ନିଜ କ୍ରୋଧକୁ ବା ରାଗକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହୁଅନ୍ତି। ସେମାନଙ୍କୁ ଶାନ୍ତ କରିବା କଷ୍ଟକର ହୋଇଯାଏ। ଅନେକ ଥର ସେମାନେ ଏପରି ନିଷ୍ପତ୍ତି ନିଅନ୍ତି ଯାହା ପରେ ଅନୁତାପ କରନ୍ତି। ଭୁଲ୍ ସତ୍ତ୍ୱେ ଏହି ଲୋକମାନେ ସେମାନଙ୍କର ଭୁଲକୁ ଗ୍ରହଣ କରନ୍ତି ନାହିଁ।

ସିଂହ

ଏହି ରାଶିର ଲୋକମାନେ ଅଧିକ କ୍ରୋଧିତ ଥାଆନ୍ତି। କ୍ରୋଧିତ ସମୟରେ ଏମାନେ ସମସ୍ତ ସୀମା ଅତିକ୍ରମ କରନ୍ତି। ଏହି ଲୋକମାନେ ସେମାନଙ୍କର ଭୁଲକୁ ମଧ୍ୟ ଗ୍ରହଣ କରନ୍ତି ନାହିଁ। ଏପରି ପରିସ୍ଥିତିରେ ଯଦି ଆପଣଙ୍କର ମଧ୍ୟ ଏହି ରାଶିର ବନ୍ଧୁ ଅଛନ୍ତି, ତେବେ ତାଙ୍କଠାରୁ ଦୂରତା ବଜାୟ ରଖନ୍ତୁ ।

PunjabKesari

ମିଥୁନ

ଏହି ରାଶିର ଲୋକମାନେ ମଧ୍ୟ ବହୁତ କ୍ରୋଧିତ ଏବଂ ଝଗଡା କରିବା ସ୍ବାଭାବର ହୋଇଥାନ୍ତି। ଏହି ରାଶିର ଲୋକମାନେ କେତେବେଳେ ରାଗି ଯାଆନ୍ତି କେହି ଜାଣି ପାରନ୍ତି ନାହିଁ । ସେମାନଙ୍କ ଜୀବନସାଥୀ, ପ୍ରେମିକ କିମ୍ବା ସାଙ୍ଗମାନଙ୍କୁ ଅନେକ ଥର ଏମାନଙ୍କ କ୍ରୋଧର ସାମ୍ନା କରିବାକୁ ପଡେ । ଏହି ଲୋକମାନେ ଛୋଟ ଛୋଟ କଥାକୁ ବଡ କରି ଦିଅନ୍ତି।

PunjabKesari

କନ୍ୟା

ଏହି ରାଶିର ଲୋକମାନେ ମଧ୍ୟ ଅତି ଶୀଘ୍ର କ୍ରୋଧିତ ହୁଅନ୍ତି। ସେମାନେ ପ୍ରାୟତଃ କ୍ରୋଧରେ ଏପରି କାର୍ଯ୍ୟ କରନ୍ତି ଯାହା ପରେ ସେମାନେ ଅନୁତାପ କରନ୍ତି। ତାଙ୍କର କ୍ରୋଧ ବିପଜ୍ଜନକ ପ୍ରମାଣିତ ହୁଏ ଏବଂ ନିୟନ୍ତ୍ରଣ କରିବା କଷ୍ଟକର ହୋଇଯାଏ।