୨୮ ତାରିଖରେ ଉଦଳା ଠାରେ ଅନୁଷ୍ଠିତ ହେବ ମତଦାନ ପଥଉତ୍ସବ ଓ ୱାକାଥନ

ଉଦଳା –

୨୦୨୪ ସାଧାରଣ ନିର୍ବାଚନକୁ ଜନମାନସରେ ସଂପୂର୍ଣ୍ଣ ରୂପେ ପ୍ରତିଫଳିତ କରାଇବା ପାଇଁ ନିର୍ବାଚନ କମିଶନରଙ୍କର ଏକ ଅନନ୍ୟ ପ୍ରୟାସ — ପଥଉତ୍ସବ। ଏହି ପରିପ୍ରେକ୍ଷୀରେ କପ୍ତିପଦା ଉପଖଣ୍ଡ ର ସଦର ମହକୁମା ଉଦଳା ଠାରେ ଆସନ୍ତା ୨୮.୧୦.୨୦୨୩ ଶନିବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି ମତଦାତା ପଥଉତ୍ସବ ଓ ୱାକାଥନ। ଏଣୁ ମହାବିଦ୍ୟାଳୟରେ ଅଧ୍ୟୟନରତ ଯୁବ ଭୋଟର ଏବଂ ଉପଖଣ୍ଡର ସମସ୍ତ ନାଗରିକ ମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନ ବିଷୟରେ ଅବଗତ ଏଥିସହିତ ଭୋଟ ଦେବାର ଅଧିକାର ବିଷୟରେ ଜଣାଇବା ପାଇଁ ଏହି ପଥଉତ୍ସବ ର ଆୟୋଜନ କରା ଯାଉଛି। ରାଜ୍ୟ ସରକାରଙ୍କର ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଉଦଳା ଠାରେ ଶନିବାର ପ୍ରାତଃ ଘ ୭.୩୦ ମି ରେ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ୱାକାଥନ ରାଳି ଅନୁଷ୍ଠିତ ହେବ। ଏହି ରାଲି ମାଧ୍ୟମରେ ଯୁବ ଭୋଟର ମାନେ ଭୋଟ ଦେବା ବାବଦରେ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ପ୍ରଚାର କରିବେ। ସୂଚନା ଥାଉକି, ଏହି କାର୍ଯ୍ୟକ୍ରମର ଆୟୋଜନ ଏବଂ ସଂଯୋଜନ ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଉଛି। ଏହା ପୂର୍ବରୁ ଉପଖଣ୍ଡର ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଙ୍କ ସହିତ କପ୍ତିପଦା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବାରିକ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ଏହି ପଥଉତ୍ସବ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆବଶ୍ୟକୀୟ କାର୍ଯ୍ୟ ଦାୟିତ୍ଵ ଦେଇଥିଲେ। ନିର୍ବାଚନ କମିଶନରଙ୍କ ଆଦେଶ ଅନୁସାରେ ସମସ୍ତ ମହାବିଦ୍ୟାଳୟ ରେ “ମୁଁ ବି ମିତା” କାର୍ଯ୍ୟକ୍ରମ ମାଧ୍ୟମରେ “ମିତା ଦିଦି” ବଛା ଯାଇଥିଲା ଏବଂ ଏହି ପଥଉତ୍ସବ ରେ ସେମାନେ ଅଗ୍ର ଦାୟିତ୍ବ ନେବେ ବୋଲି ସ୍ଥିର କର ଯାଇଛି। ତେବେ, ଶନିବାର ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ପଥଉତ୍ସବ ଏବଂ ୱାକାଥନ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ସଫଳ ହେଉଥିବା ପ୍ରତିଯୋଗୀ ମାନଙ୍କୁ କାର୍ଯ୍ୟକ୍ରମ ଶେଷରେ ପୁରସ୍କୃତ କରାଯିବ। ଏହି ଅବସରରେ ରଙ୍ଗୋଲି, ନାଟକ, ନୃତ୍ୟ, ଫଟୋ ଚିତ୍ର ପ୍ରଦର୍ଶନୀ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ମାଧ୍ୟମରେ ୨୦୨୪ ସାଧାରଣ ନିର୍ବାଚନ ରେ ମତଦାନ ଏବଂ ମତଦାତା ମାନଙ୍କ ଅଧିକାର ବିଷୟରେ ଛାତ୍ର ଛାତ୍ରୀ ମାନେ ଜଣାଇବେ। ଇତ୍ୟବସରରେ ଉପଖଣ୍ଡର ବିଭିନ୍ନ ମାନ୍ୟଗଣ୍ୟ ବରିଷ୍ଠ ନାଗରିକ ମାନଙ୍କୁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ଏହି ଅବସରରେ ଫଟୋ ଚିତ୍ର ପ୍ରଦର୍ଶନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଦିଆଯିବ।

ଏନେଇ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ସୂଚନା ଦେଇଛନ୍ତି ।