ଏହା ହେଉଛି ଗର୍ଭାଶୟ କର୍କଟର ପ୍ରାରମ୍ଭିକ ଲକ୍ଷଣ, ଅଣଦେଖା କରନ୍ତୁ ନାହିଁ

ଆମ ଦେଶରେ କର୍କଟ ରୋଗରେ ପ୍ରାଣ ହରାଇଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶ ମହିଳା ଗର୍ଭାଶୟ କର୍କଟରେ ମୃତ୍ୟୁବରଣ କରନ୍ତି। ଏହା ହେଉଛି ଦ୍ବିତୀୟ ସାଧାରଣ କର୍କଟ ରୋଗ। ତେବେ ମହିଳାମାନଙ୍କ ମୃତ୍ୟୁବରଣ ପଛର ମୁଖ୍ୟ କାରଣ ହେଉଛି ଏହି ରୋଗର ଲକ୍ଷଣକୁ ଚିହ୍ନି ନ ପାରିବା ବା ଏହାକୁ ଅଣଦେଖା କରିବା। ଯାହା ଦ୍ବାରା ଏହି ରୋଗ ଶରୀର ମଧ୍ୟରେ ଅଧିକ ମାତ୍ରାରେ ବଢିଯାଇ ମୃତ୍ୟୁ ମୁଖକୁ ଟାଣି ନିଏ। ତେବେ ଆଜି ଆମେ ଆପଣଙ୍କୁ ଗର୍ଭାଶୟ କର୍କଟର ଲକ୍ଷଣ ବିଷୟରେ ଜଣାଇବୁ…

ଗର୍ଭାଶୟ କର୍କଟ

ଯେତେବେଳେ ଗର୍ଭାଶୟ ଗ୍ରିବ୍ ବା ପ୍ରବେଶ ଦ୍ବାରରେ କୋଷିକାଗୁଡିକ ଅସ୍ବାଭାବିକ ଭାବରେ ବଢିଯାଏ, ସେତେବେଳେ ଗର୍ଭାଶୟ ସଂକୀର୍ଣ୍ଣ ହୋଇଯାଏ। ଏହାର କାରଣ ହେଉଛି ଏକାଧିକ ଯୌନ ସମ୍ପର୍କ ରଖିବା କିମ୍ବା ଅଳ୍ପ ବୟସରେ ଯୌନ ସକ୍ରିୟ ରହିବା। ଏହି କାରଣରୁ ଗର୍ଭାଶୟରେ କର୍କଟ ରୋଗ ହେବାର ସମ୍ଭାବନା ବଢିଯାଇଥାଏ। ତେବେ ଯେତେ ଶୀଘ୍ର ଏହି ରୋଗର ଲକ୍ଷଣ ଚିହ୍ନଟ ହେବ, ବଞ୍ଚିବାର ସମ୍ଭାବନା ସେତେ ଅଧିକ ରହିଛି ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ସେଥିପାଇଁ ଡାକ୍ତରମାନେ ପ୍ରତିଷେଧକ ବ୍ୟବସ୍ଥା ଭାବରେ ପପ୍ ଟେଷ୍ଟ କରିବାକୁ ପରାମର୍ଶ ଦିଅନ୍ତି।

PunjabKesari

ଏହାର ଲକ୍ଷଣ

ଗର୍ଭାଶୟ କର୍କଟ ରୋଗର ଲକ୍ଷଣ ହେଉଛି ପେଲଭିକ୍ ପେନ୍ ବା ଯନ୍ତ୍ରଣା (pelvic pain), ଦୁର୍ଗନ୍ଧଯୁକ୍ତ ନିଷ୍କାସନ (foul-smelling vaginal discharge), ଋତୁସ୍ରାବ ତାରିଖ ପୂର୍ବରୁ ଏବଂ ପରେ ରକ୍ତସ୍ରାବ ଏବଂ ଯୌନକ୍ରୀଡା ସମୟରେ ଅସ୍ୱାଭାବିକତା ବା ଯନ୍ତ୍ରଣା ଅନୁଭବ ହେବା। ରୋଗୀଙ୍କ ଠାରେ ଏହି ସବୁ ଲକ୍ଷଣ ଦେଖା ଦେବା ସହ ବାରମ୍ବାର ସଂକ୍ରମଣ ହେବା ମଧ୍ୟ ଗର୍ଭାଶୟ କର୍କଟ ରୋଗର ଅନ୍ୟତମ ଲକ୍ଷଣ। ଏହାର ଚିକିତ୍ସା ପାଇଁ ଅସ୍ତ୍ରୋପଚାର, ରେଡିଓଥେରାପି, କେମୋଥେରାପି ର ସାହାଯ୍ୟ ନିଆଯାଏ।

PunjabKesari

ଓଜନ ହ୍ରାସକୁ ଅଣଦେଖା କରନ୍ତୁ ନାହିଁ

ଏସବୁ ଲକ୍ଷଣ ବ୍ୟତୀତ ସବୁଠାରୁ ବଡ ଲକ୍ଷଣ ହେଉଛି ଓଜନ ହ୍ରାସ। ଅସ୍ବାଭାବିକ ଭାବରେ ଓଜନ ହ୍ରାସ ହେବା ଗର୍ଭାଶୟ କର୍କଟର ଅନ୍ୟତମ ଲକ୍ଷଣ। ଭୋକ ନ ଲାଗିବା, ଯେତେ ଅଧିକ ଖାଇଲେ ବି ଓଜନ ବୃଦ୍ଧି ନ ହେବା ଗର୍ଭାଶୟ କର୍କଟ ରୋଗର ମୁଖ୍ୟ କାରଣ। ଯଥେଷ୍ଟ ପରିମାଣରେ ଖାଇବା ସତ୍ତ୍ୱେ ଯଦି ଆପଣର ହଠାତ୍ ଓଜନ ହ୍ରାସ ହେଉଛି ତେବେ ଏହାକୁ ଅଣଦେଖା କରନ୍ତୁନାହିଁ। ତୁରନ୍ତ ଡାକ୍ତରୀ ପରାମର୍ଶ କରାନ୍ତୁ। ନଚେତ୍ ଓଜନ ହ୍ରାସକୁ ଆପଣ ଭଲ ବୋଲି ଭାବି ବସିଥିବେ ଏବଂ ଅନ୍ୟ ପଟେ ରୋଗ ଆପଣଙ୍କ ଶରୀରକୁ ଗ୍ରାସ କରିସାରିଥିବ। ଯାହା ଫଳରେ ବଞ୍ଚିବାର ସମ୍ଭାବନା ମଧ୍ୟ ଖୁବ୍ ହୋଇଯିବ।