ବର୍ଷାଋତୁରେ ସଂକ୍ରମଣ ରୋଗ ବ୍ୟାପିଥାଏ। ଏଥିରେ କୌଣସି ସନ୍ଦେହ ନାହିଁ। କାରଣ ବର୍ଷାଜଳ ସାଙ୍ଗରେ ଅନେକ ସଂକ୍ରମଣ ରୋଗକୁ ନେଇ ଆସିଥାଏ। ସେଥିମଧ୍ୟରୁ ଆଖିଧରା ସଂକ୍ରମଣ ଅନ୍ୟତମ। ବହୁଳ ମାତ୍ରାରେ ଏହି ରୋଗ ବ୍ୟାପିବାରେ ଲାଗିଛି। ହେଲେ ଏହି ରୋଗକୁ ଛୋଟ ବୋଲି ଭାବି ଅଣଦେଖା କରିବା ଉଚିତ୍ ନୁହେଁ। ଏହି ଛୋଟ ରୋଗ ବିରାଟ ସମସ୍ୟା କାରଣ ହୋଇପାରେ। ଏପରିକି ଦୃଷ୍ଟି ଶକ୍ତି ନଷ୍ଟ ହେବାର ମଧ୍ୟ ସମ୍ଭାବାନା ରହିଛି।
ଦିଲ୍ଲୀ ସମତେ ବିଭିନ୍ନ ରାଜ୍ୟରେ ଏହି ରୋଗ ବଢିବାରେ ଲାଗିଛି। ଓଡିଶାରେ ପ୍ରାୟ ଘରେ ଘରେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି। ପିଲା ଠୁଁ ବୁଢା ଯାଏଁ ସମସ୍ତେ ଏହି ସଂକ୍ରମଣ ଶିକାର ହେଉଛନ୍ତି। ଇଂରାଜୀରେ ଏହାକୁ ପିଙ୍କ୍ ଆଏ ଡିଜିଜ୍ ବୋଲି କୁହାଯାଇଛି। କିଛି ଲୋକ ଏହାକୁ ଡାକ୍ତରୀ ଚିକିତ୍ସା କରୁଥିବାବେଳେ ଅନ୍ୟ କିଛି ଲୋକ ଘରୋଇ ଉପଚାର କରୁଛନ୍ତି। କିନ୍ତୁ ସାବଧାନ୍ ଘରୋଇ ଉପଚାର ଆପଣଙ୍କ ଦୃଷ୍ଟିଶକ୍ତିକୁ ସବୁଦିନ ଛଡାଇ ନେଇପାରେ।
ମିଡିଆ ରିପୋର୍ଟ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କର ହଠାତ୍ ଆଖି ଫୁଲିଲା ଏବଂ କୁଣ୍ଢେଇ ହେଲା। ଏଥିରୁ ମୁକ୍ତି ପାଇବା ପାଇଁ ସେ କିଛି ଘରୋଇ ଉପଚାର କରିଥିଲେ। ପରେ ଆଖିରେ ଅଧିକ ଯନ୍ତ୍ରଣା ହେବା ସହ ଆଖି ଲାଲ୍ ପଡିଗଲା। ଡାକ୍ତର ପାଖକୁ ଯିବାବେଳକୁ ବହୁତ ବିଳମ୍ବ ହୋଇସାରିଥିଲା। ଶେଷରେ ସେ ନିଜର ଦୃଷ୍ଟିଶକ୍ତି ହରାଇଥିଲେ। ତେବେ କିପରି ବର୍ତ୍ତିବେ ଏହି ରୋଗରୁ ଆସନ୍ତୁ ଜାଣିବା…
ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଏକ ସଂକ୍ରମିତ ରୋଗ। ଏହାକୁ ପିଙ୍କ୍ ଆଏ ଡିଜିଜ୍ ବା କଞ୍ଜୁକ୍ଟିଭା ବୋଲି ମଧ୍ୟ କୁହାଯାଏ। ଏହା ହେଉଛି ଏକ ସ୍ୱଚ୍ଛ ସ୍ତର ଯାହା ଆଖିର ଧଳା ଅଂଶ ଏବଂ ଆଖିର ଭିତର ସ୍ତରକୁ ଆଚ୍ଛାଦିତ କରେ ବା ଏକ ପରଦା ସୃଷ୍ଟି କରେ। ନିମ୍ନ ତାପମାତ୍ରା ଏବଂ ବର୍ଷା ପାଗରେ ଅଧିକ ଆର୍ଦ୍ରତା ହେତୁ ଏହି ରୋଗ ସୃଷ୍ଟି ହୁଏ। ଏହା ଏକ ଜୀବାଣୁ ଜନିତ ରୋଗ।
ଲକ୍ଷଣ
ଥଣ୍ଡା, ଜ୍ୱର, ଆଖି ନାଲି ପଡିବା ଏବଂ ନାକରେ ଶର୍ଦ୍ଦି ଅନୁଭବ କରିବା ହେଉଛି ଏହି ସଂକ୍ରମଣ ରୋଗର ପ୍ରଥମିକ ଲକ୍ଷଣ। ଆଖିରୁ ପାଣି ବୋହିବା, କୁଣ୍ଢେଇ ହେବା ଏବଂ ଲେଞ୍ଜରା ଦେବା ଏହି ରୋଗର ମୁଖ୍ୟ ଲକ୍ଷଣ।
ଏଥିରୁ ବର୍ତ୍ତିବେ କିପରି ?
ବିଶେଷଜ୍ଞଙ୍କ ଅନୁଯାୟୀ, ଆଖି ଧରିଥିବା ଲୋକ ଠାରୁ ଦୂରରେ ରୁହନ୍ତୁ।
ସେମାନଙ୍କ ଖଟ, ଚାଦର, ତକିଆ ବ୍ୟବହାର କରନ୍ତୁ ନାହିଁ।
ସେମାନେ ବ୍ୟବହାର କରିଥିବା ତଉଲିଆ ବ୍ୟବହାର କରୁନ୍ତୁ ନାହିଁ।
ଯଦି ତୁମର ମଧ୍ୟ ଆଖି ଧରିଛି ତେବେ ସେମାନଙ୍କ ଚଷମା ଏବଂ ଆଇ ଟ୍ରପ୍ ବ୍ୟବହାର କରନ୍ତୁ ନାହିଁ।
ନିଜକୁ କିପରି ରକ୍ଷା କରିବେ?
ସବୁବେଳେ ହାତ ଧୋଇ ହୁଅନ୍ତୁ।
ବାରମ୍ବାର ଆଖିକୁ ସ୍ପର୍ଶ କରନ୍ତୁ ନାହିଁ।
ଯଦି ବାହାରକୁ ଯିବାକୁ ପଡୁଛି ତେବେ କଳା ଚଷମା ପିନ୍ଧନ୍ତୁ ।
ଅଖି ଧରା ଲୋକଙ୍କ ସହ ଆଖି ମିଶାନ୍ତି ନାହିଁ।
ସଂକ୍ରମଣ ଥିବା ବ୍ୟକ୍ତିଙ୍କ ଶଯ୍ୟା, ତଉଲିଆ କିମ୍ବା ପୋଷାକ ବ୍ୟବହାର କରନ୍ତୁ ନାହିଁ।
ଟିଭି ଏବଂ ମୋବାଇଲ୍ ଠାରୁ ଦୂରତା ରଖନ୍ତୁ।
ଏହା ବ୍ୟତୀତ, ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ।