ବର୍ଷ ୨୦୨୨ : ଓଲିଉଡ୍‌ର ଚର୍ଚ୍ଚିତ ବିବାହ

ବଲିଉଡ ହେଉ ଅବା ଓଲିଉଡ, ଏବର୍ଷ ଅନେକ ଅଭିନେତା ଓ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯଦି ଆମେ ବର୍ଷ ଆରମ୍ଭରୁ ଦେଖିବା ତେବେ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆଙ୍କ ବିବାହ ହୋଇଥିଲା। ଏହି ଲିଷ୍ଟରେ ଅନେକ ଓଲିଉଡ ଅଭିନେତା ଓ ଅଭିନେତ୍ରୀ ନାମ ସାମିଲ ରହିଥିଲା। ତେବେ ଆସନ୍ତୁ ଓଲିଉଡ୍‌ର କିଛି ଚର୍ଚ୍ଚିତ ବିବାହ ଉପରେ ନଜର ପକାଇବା।

ହାସ୍ୟ ଅଭିନେତା ପ୍ରଜ୍ଞା-ଅଭିନେତ୍ରୀ ସୁନନ୍ଦା

ଓଡିଶାର ଘରେ ଘରେ ପରିଚିତ ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ ଜାନୁଆରୀ ୨୬ରେ ହାତକୁ ଦିହାତ ହୋଇଥିଲେ। ଅଭିନେତ୍ରୀ ସୁନନ୍ଦାଙ୍କୁ ସେ ବିବାହ କରିଥିଲେ।

ଓଲିଉଡ ନାୟିକା ରିୟା ଦେ- ସୁନୀଲ ଦଳାଇ

ଚଳିତ ବର୍ଷର ସବୁଠୁ ଚର୍ଚ୍ଚିତ ବିବାହ ଥିଲା ନାୟିକା ରିୟା ଦେ ଓ ସୁନୀଲ ଦଳାଇଙ୍କ। ଡିସେମ୍ବର ୧ ତାରିଖରେ ବାଲେଶ୍ବର ସ୍ଥିତ ବାସଭବନରେ ବଙ୍ଗୀୟ ରୀତିନୀତି ଅନୁସାରେ ରିୟା ବିବାହ କରିଥିଲେ। ଭୁବନେଶ୍ବରରେ ତାଙ୍କର ରିସ୍ପେସନ୍ ପାର୍ଟି ହୋଇଥିଲେ। ଓଲିଉଡର ଅନେକ ନାମୀଦାମୀ କଳାକାର ତାଙ୍କ ପାର୍ଟିରେ ଯୋଗ ଦେଇଥିଲେ। ସୁନୀଲ ଦଳାଇ ଜଣେ ବ୍ୟବସାୟୀ।

ରିୟା ଦେ ’ପ୍ରେମ ଅଢେଇ ଅକ୍ଷର’ରୁ ଓଲିଉଡରେ ନିଜ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ଏହାପରେ ସେ କ୍ରିମିନାଲ, ଏମିତି ବି ପ୍ରେମ ହୁଏ, ତୁମେ ମୋ ଦେହର ଛାଇ, ପାଗଳ କରିଛୁ ତୁ, ଏମିତି ବି ପ୍ରେମ ହୁଏ, ଗୋଲାପୀ ଗୋଲାପୀ, ରଘୁପତି ରାଘବ ରାଜାରାମ, କଳକୀ, ହରି ଓମ୍‌ ହରି, ଦିଓ୍ଵାନା ହେଲି ତୋ ପାଇଁ, ପ୍ରେମ ପାଇଁ ମହାଭାରତ ଭଳି ଅନେକ ଫିଲ୍ମରେ ସେ ନିଜ ଅଭିନୟର ଯାଦୁରେ ଲୋକଙ୍କ ମତୁଆଲା କରିଛନ୍ତି।

ଅଭିନେତ୍ରୀ ରାଗିଣୀ ରିୟା ସୂତ୍ରଧର

ଓଲିଉଡ୍ ଅଭିନେତ୍ରୀ ରାଗିଣୀ ଫେବୃଆରୀରେ ବ୍ୟବସାୟୀ ବିକ୍ରମଙ୍କୁ ବିଧି ଅନୁଯାୟୀ ଗୋଆରେ ବିବାହ କରିଥିଲେ। ବିବାହ ପୂର୍ବରୁ ଗୋଆରେ ହୋଇଥିଲା ସଙ୍ଗୀତ, କକ୍‌ଟେଲ୍‌ ଏବଂ ପ୍ରିୱେଡିଂ ସେଲିବ୍ରେସନ୍‌ ହୋଇଥିଲା। ଏଥିରେ ବହୁ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ। ରାଗିଣୀ ନିଜ ଇନ୍‌ଷ୍ଟାରେ ଏହାର ଫଟୋ ସେୟାର କରି ଲେଖିଥିଲେ, ‘ଜୀବନର ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଥିବାରୁ ସମସ୍ତଙ୍କ ସ୍ନେହ ଓ ଆଶୀର୍ବାଦ ଲୋଡ଼ୁଛି’ ।

କୋଲକତାର ମୂଳ ବାସିନ୍ଦା ଏହି ବଙ୍ଗୀୟ ନାୟିକା ସିନେମା ‘ଗଡ଼ବଡ଼’ ମାଧ୍ୟମରେ ଓଲିଉଡରେ ପ୍ରବେଶ କରିଥିଲେ । ପରେ ‘ମୁଁ ଏକା ତୁମର’, ‘ତମେ ଥିଲେ ସାଥୀରେ’, ‘ହରି ଓମ୍‌ ହରି’, ‘ପ୍ରେମୀ’, ‘ଦେଖା ହେଲା ପ୍ରେମ ହେଲା’ ଓ ‘ଲାଗେ ପ୍ରେମ ନଜର’ରେ ଅଭିନୟ କରିଛନ୍ତି । ଏଥିସହିତ ବଙ୍ଗଳାରେ ‘ମିତାଲି ଗେଷ୍ଟ ହାଉସ୍‌’, ‘ଏକ ଟୁକୁ ଚୋୟା ଲଗେ’, ‘ସ୍ୱର୍ଣ୍ଣ ମୁଦ୍ରା’, ତେଲୁଗୁରେ ‘କ୍ୟୁମ୍‌ ଭାଇ’, ‘୧୦୦ ରୂପେୟା ନୋଟ୍‌’ରେ ଅଭିନୟ କରିଛନ୍ତି । କୋଲକତାରେ ଗଣଯୋଗାଯୋଗ ବିଭାଗରେ ସ୍ନାତକ ପାସ କରିବା ପରେ ସେ ମଡେଲିଂରେ ପାଦ ଥାପିଥିଲେ। ଟି-୨ ଟେଲିଗ୍ରାଫ ବିୟୁଟି ପ୍ରେଜେଣ୍ଟ-୨୦୧୧ରେ ଇଷ୍ଟର୍ଣ୍ଣ ଇଣ୍ଡିଆରେ ସେ ପ୍ରଥମ ରନର୍ସଅପ୍‌ ହୋଇଥିଲେ।

ଅଶ୍ବିନ-ପ୍ରେରଣା

ଓଡିଆ ସିନେ ଜଗତର ଜଣାଶୁଣା ଲଭବାର୍ଡ ଅଶ୍ବିନୀ ଓ ପ୍ରେରଣା ନିଜ ଦାମ୍ପତ୍ୟ ଜୀବନର ଆରମ୍ଭ କରିଛନ୍ତି। ଡିସେମ୍ବର ୯ରେ ଭୁବନେଶ୍ବରରେ ଦୁହେଁ ବିବାହ କରିଥିଲେ। ଏମାନେ ପ୍ରଥମେ ଉପସ୍ଥାପନାରୁ ନିଜର କ୍ୟାରିଆର ଆରମ୍ଭ କରିଥିଲେ।। ଦୁଇ ଜଣ ପ୍ରଥମେ ଭଲ ବନ୍ଧୁ ଥିଲେ, ପରେ ବନ୍ଧୁତା ପ୍ରେମରେ ବଦଳିଥିଲା ଓ ସେମାନେ ପରସ୍ପରର ହାତ ଧରିଥିଲେ। ଚଳିତବର୍ଷର ଏହି ବିବାହ ଉତ୍ସବ ବହୁ ଚର୍ଚ୍ଚିତ ଥିଲା। ସାଂସଦ ଅନୁଭବଙ୍କ ଭଳି ଅନେକ ନାମୀଦାମୀ କଳାକାଳ ଏଥିରେ ଯୋଗ ଦେଇଥିଲେ।

ସିରିଏଲ ଅଭିନେତ୍ରୀ ତୁଳସୀ ଓରଫ ଶ୍ଵେତଲିନା

ଘରେ ଘରେ ପରିଚିତ ତୁଳସୀ ଅର୍ଥାତ୍ ଅଭିନେତ୍ରୀ ଶ୍ବେତାଲିନା ଭଟ୍ଟାଚାର୍ଯ୍ୟ ମଧ୍ୟ ଏବର୍ଷ ବିବାହ ବନ୍ଧନରେ ବନ୍ଧି ହୋଇଥିଲେ। ଶ୍ବେତାଲିନା ଭଟ୍ଟଚାର୍ଜ୍ୟ ବହୁତ ସିରିଏଲ ରେ ଅଭିନୟ କରି ସାରିଛନ୍ତି । ଖାସ୍ କରି ‘ତୋ ଅଗଣାର ତୁଳସୀ ମୁଁ’ ସିରିଏଲରେ ତାଙ୍କୁ ଲୋକପ୍ରିୟତା ମିଳିଥିଲା। ତୁଳସୀ ସିରିଏଲ ଛାଡିବା ପରେ ସେ ଦୀର୍ଘ ଦିନ ଧରି ଟିଭି ଶୋ ରୁ ଦୂରରେ ଥିଲେ । ପରେ ସେ ଓଡ଼ିଆ ଆଲବମ୍ ରେ ଅଭିନୟ କରି ପୁଣି ଇଣ୍ଡଷ୍ଟ୍ରିକୁ ଫେରିଥିଲେ। ମେଗା ସିରିଏଲ ମଙ୍ଗୁଳା କନ୍ୟାରେ ସେ ଚତ୍ମକାର ଅଭିନୟ କରି ପୁଣି ଲୋକଙ୍କ ହୃଦୟରେ ସ୍ଥାନ ପାଇଥିଲେ।

ତାଙ୍କ ସ୍ବାମୀ ଜଣେ ବ୍ୟବସାୟୀ ଅଟନ୍ତି। ଗୋ଼ଟିଏ ଇଭେଣ୍ଟ୍ ରୁ ଦୁହେଁ ଭେଟ ହେବା ପରେ ପରସ୍ପର ଡେଡ୍ କରିଥିଲେ ଏବଂ ପରେ ବିବାହ କରିଥିଲେ। ତୁଳସୀ ଆଉ ଲିସା ଅନ୍ ସ୍କ୍ରିନରେ ଦୁହେଁ ଦୁହେଁଙ୍କ ଶତ୍ରୁ ହୋଇଥିବା ବେଳେ ଅଫ୍ ସ୍କ୍ରିନରେ ଉଭୟ ବହୁତ ଭଲ ସାଙ୍ଗ ଥିଲେ। କନିଆ ଡାକରା ଖିଆ ଏବଂ ବିବାହ ପରେ ଉଭୟଙ୍କ ଫଟୋ ଭାଇରାଲ ହୋଇଥିଲା।