ବର୍ଷର ଶେଷ ମାସ ଅର୍ଥାତ୍ ଡିସେମ୍ବର ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି। ଏହି ମାସରେ ଗୋଟିଏ ଦିନ ଅଛି ଯାହାକୁ ବର୍ଷର ସବୁଠାରୁ ଛୋଟ ଦିନ ବୋଲି କୁହାଯାଏ, ସେହି ଦିନଟି ହେଉଛି ଆଜି।
ଆଜ୍ଞା ହଁ, ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ବର୍ଷର ସବୁଠାରୁଛୋଟ ଦିନ ହୋଇଥାଏ। ଏବର୍ଷର ସବୁଠାରୁ ଛୋଟ ଦିନ ଥିଲା ଡିସେମ୍ବର ୨୨ ଅର୍ଥାତ୍ ଆଜି। ଦିନର ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଗଣନା କରାଯାଏ। ଆଜିର ଦିନଟି ମାତ୍ର ୧୦ ଘଣ୍ଟା ୪୧ ମିନିଟ୍ ହୋଇଥିବା ବେଳେ ରାତି ୧୩ ଘଣ୍ଟା ୧୯ ମିନିଟ୍ ହେବ। ଦୁନିଆର ସବୁଆଡେ ସମାନ ପରିସ୍ଥିତି ନଥାଏ, କିଛି ସ୍ଥାନରେ ଅଲଗା ଥାଏ। ତେବେ ଆସନ୍ତୁ ଜାଣିବା ବର୍ଷର ସବୁଠାରୁ ଛୋଟ ଦିନର ବୈଜ୍ଞାନିକ କାରଣ …

ପ୍ରାକୃତିକ ପରିବର୍ତ୍ତନ ହେଉଛି କାରଣ
ଏହି ଦିନରେ ପୃଥିବୀ ଅକ୍ଷ ସବୁଠାରୁ ଅଧିକ ଢଳି କି ଥାଏ। ଯେଉଁଥିପାଇଁ ଆଜିର ଦିନ ସବୁଠାରୁ ଛୋଟ । ଏହାକୁ ଶୀତକାଳୀନ ସୋଲଷ୍ଟାଇସ୍ ବା ୱିଣ୍ଟର ସୋଲଷ୍ଟାଇସ୍ କୁହାଯାଏ। ସୋଲଷ୍ଟାଇସ୍ ହେଉଛି ଏକ ଲାଟିନ୍ ଶବ୍ଦ। ଯାହାର ପ୍ରଥମ ଭାଗ ସୋଲ୍, ଦ୍ୱିତୀୟ ଭାଗ ସେଷ୍ଟେୟାର। ‘ସୋଲ’ ର ଅର୍ଥ ହେଉଛି ସୂର୍ଯ୍ୟ ଏବଂ ସେଷ୍ଟେୟାରର ଅର୍ଥ ହେଉଛି ‘ସ୍ଥିର ଭାବେ ଛିଡା ହେବା’। ଉଭୟ ଶବ୍ଦକୁ ମିଶାଇ ସୋଲଷ୍ଟାଇସ୍ ଶବ୍ଦ ସୃଷ୍ଟି ହୋଇଛି ଯାହାର ସମ୍ପୂର୍ଣ୍ଣ ଅର୍ଥ ଅଛି ‘ସୂର୍ଯ୍ୟ ସଂପୂର୍ଣ୍ଣ ଭାବେ ସ୍ଥିର ରହିବା’। ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଯେଉଁଥିପାଇଁ ଡିସେମ୍ବର ୨୨ରେ ଦିନ ସବୁଠାରୁ ଛୋଟ ହୋଇଥାଏ।

ଆଲୋକ ପୃଥିବୀରେ ପହଞ୍ଚେ ନାହିଁ
୨୨ ଡିସେମ୍ବରରେ ସୂର୍ଯ୍ୟଙ୍କ ସ୍ଥିତି ମଧ୍ୟ ଭିନ୍ନ ଥାଏ। ଏଭଳି ପରିସ୍ଥିତି ଯୋଗୁଁ ସୂର୍ଯ୍ୟକିରଣ ଦୀର୍ଘ ସମୟ ଧରି ପୃଥିବୀ ଉପରେ ପଡେ ନାହିଁ। ପୃଥିବୀ ଏବଂ ସୂର୍ଯ୍ୟ ଏଭଳି ପରିସ୍ଥିତିରେ ସୂର୍ଯ୍ୟ ମକର ରେଖାର ପାଖାପାଖି ଥାଏ। ଏହି କାରଣରୁ, ସୂର୍ଯ୍ୟକିରଣ ମଧ୍ୟ ଉତ୍ତର ଗୋଲାର୍ଦ୍ଧରେ ପହଞ୍ଚେ ନାହିଁ। ତେଣୁ ଉତ୍ତର ଗୋଲାର୍ଦ୍ଧର ଦେଶରେ ଡିସେମ୍ବର ୨୨ରେ ସବୁଠୁ ଛୋଟ ଦିନ ଅଟେ ହୋଇଥାଏ ।
ଶୀତକାଳୀନ ସୋଲଷ୍ଟାଇସ୍ ସମୟରେ ଦକ୍ଷିଣ ଗୋଲାର୍ଦ୍ଧରେ ସୂର୍ଯ୍ୟ କିରଣ ଅଧିକ ସମୟ ରହିଥାଏ। ଏହି କାରଣରୁ ଦକ୍ଷିଣ ଗୋଲାର୍ଦ୍ଧରେ ଦେଶଗୁଡିକରେ ଦିନ ଅଧିକ ବଡ ହୋଇଥାଏ। ଆଜିଠାରୁ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ଆର୍ଜେଣ୍ଟିନା ଭଳି କେତେକ ଦେଶରେ ଗ୍ରୀଷ୍ମ ଆରମ୍ଭ ହୁଏ।

ଗ୍ରୀଷ୍ମ ସୋଲଷ୍ଟାଇସ୍
ଗ୍ରୀଷ୍ମ ସୋଲଷ୍ଟାଇସ୍ ହେଉଛି ବର୍ଷର ସବୁଠାରୁ ଲମ୍ବା ବା ବଡ ଦିନ। ଜୁନ୍ ୨୦,୨୧ କିମ୍ବା ୨୨କୁ ଗ୍ରୀଷ୍ମ ସୋଲଷ୍ଟାଇସ୍ କୁହାଯାଏ। ଏହି ଦିନ ସୂର୍ଯ୍ୟକିରଣରେ ପୃଥିବୀପୃଷ୍ଠରେ ଅଧିକ ସମୟ ରହିଥାଏ।