ଶୀତ ଋତୁ ଆସିବା ମାତ୍ରେ ଲୋକମାନେ ଗରମ ପୋଷାକ ସହିତ ଗରମ ପାଣିର ମଧ୍ୟ ବ୍ୟବହାର ଆରମ୍ଭ କରନ୍ତି। ଶୀତଦିନେ ଗରମ ପାଣି ସ୍ନାନ କରିବାକୁ କିଏ ଅବା ପସନ୍ଦ ନ କରେ ? ଏହା କେବଳ ଶରୀରର ଅଳସୁଆ ପଣକୁ ଦୂର କରେ ତାହା ନୁହେଁ, ବରଂ ସମଗ୍ର ଦିନର ଥକ୍କାପଣକୁ ମଧ୍ୟ ଦୂର କରିଥାଏ। କିନ୍ତୁ ଗରମ ପାଣିରେ ଗାଧୋଇବା ବିପଦମୁକ୍ତ ନୁହେଁ। ଏହା ଶରୀର ପାଇଁ କମ୍ ଲାଭଦାୟକ ହୋଇଥିବାବେଳେ ଅଧିକ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଯଦି ଆପଣ ଅଧିକ ଗରମ ଥିବା ପାଣିକୁ ଶରୀର ଉପରେ ଢାଳନ୍ତି, ତେବେ ଏହା ତ୍ୱଚାରେ ଶୀଘ୍ର କୁଞ୍ଚନ ସୃଷ୍ଟି କରିଥାଏ। କେବଳ ସେତିକି ନୁହେଁ ଆଖି ମଧ୍ୟ ପ୍ରଭାବିତ ହୋଇଥାଏ। ଏହା ଶରୀରକୁ ଆହୁରି ଅନେକ ପ୍ରକାରର କ୍ଷତି ମଧ୍ୟ ପହଞ୍ଚାଇଥାଏ। ତେବେ ଆସନ୍ତୁ ଗରମ ପାଣିରେ ଗାଧୋଇବାର କୁଫଳ ବିଷୟରେ ଜାଣିବା….

ଚର୍ମ କୋଷିକାଗୁଡ଼ିକ ନଷ୍ଟ ହୋଇପାରେ
ବିଶେଷଜ୍ଞଙ୍କ ଅନୁଯାୟୀ, ଗରମ ପାଣି ଦ୍ୱାରା କିରାଟିନ୍ କୋଷିକା ନଷ୍ଟ ହେବାର ସମ୍ଭାବନା ଥାଏ। ଅତ୍ୟଧିକ ଗରମ ପାଣିରେ ସ୍ନାନ କରିବା ଦ୍ୱାରା ଚର୍ମରୁ ମଶ୍ଚରାଇଜର ଦୂର ହୋଇଥାଏ ଏବଂ ଚର୍ମର ଚମକ କମିଯାଏ। ଏହା ଶରୀରରେ ଲାଲ ରଙ୍ଗ ଏବଂ ଦାଗ ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ ।

ଚର୍ମରେ ଚ୍ଛିଦ୍ର ହୁଏ
ବିଶେଷଜ୍ଞଙ୍କ ଅନୁଯାୟୀ, ଅତ୍ୟଧିକ ଗରମ ପାଣିରେ ଗାଧୋଇବା ପରେ ଚର୍ମରେ ଚ୍ଛିଦ୍ର ବା ଖାଲ ସୃଷ୍ଟି ହୋଇଥାଏ। ଯାହା ଫଳରେ ଧୂଳି ଏବଂ ମାଟି ଅତି ସହଜରେ ଚର୍ମ ଭିତରକୁ ଯାଇପାରେ। ଯାହା ଚର୍ମକୁ କ୍ଷତି ପହଞ୍ଚାଏ।
ଚର୍ମ ଖରାପ ହୁଏ
ଗରମ ପାଣି ଚର୍ମର ପ୍ରାକୃତିକ ମଶ୍ଚରାଇଜର ନଷ୍ଟ କରି ଶୁଷ୍କ କରିଦିଏ। ଯାହା ଦ୍ବାରା ଦାଗ, ଏକଜେମା, ପିମ୍ପଲ୍ ଏବଂ କୁଞ୍ଚିବା ଭଳି ସମସ୍ୟା ଦେଖାଯାଏ ।
ଆଖି ଦୁର୍ବଳ
ଗରମ ପାଣିରେ ଗାଧୋଇବା ଦ୍ବାରା ଆଖି ଉପରେ ପ୍ରଭାବ ପଡିଥାଏ। ଏହା ଆଖିର ଆର୍ଦ୍ରତା ହ୍ରାସ ହୋଇଥାଏ। ଏହି କାରଣର ଲାଲ ରଙ୍ଗ, କୁଣ୍ଡେଇ ହେବା ଏବଂ ଆଖିରେ ବାରମ୍ବାର ପାଣି ଦେବା ଭଳି ସମସ୍ୟା ହୋଇପାରେ। ଆଖିର ଚର୍ମ କୁଣ୍ଡେଇ ହୋଇପାରେ। ଗରମ କିମ୍ବା ଥଣ୍ଡା ପାଣି ପରିବର୍ତ୍ତେ ସାଧାରଣ ପାଣିରେ ସ୍ନାନ କରିବା ଭଲ ହେବ |

ରକ୍ତଚାପ ବୃଦ୍ଧି
ଅତ୍ୟଧିକ ଗରମ ପାଣିରେ ସ୍ନାନ କରିବା ଦ୍ୱାରା ଶରୀରର ରକ୍ତ ସଞ୍ଚାଳନ ଅତି ଶୀଘ୍ର ହୋଇଥାଏ, ଯାହା ପରେ ରକ୍ତଚାପ ଜନିତ ସମସ୍ୟା ସୃଷ୍ଟି ହୋଇପାରେ ।
ଉର୍ଜା କମିଯାଏ
ଗରମ ପାଣିରେ ସ୍ନାନ କରିବା ଦ୍ୱାରା ଶରୀରର ଉର୍ଜା କମିଯାଏ। ଶରୀର ଆରାମଦାୟକ ହୋଇଯାଏ ଏବଂ କାମ କରିବା ପରିବର୍ତ୍ତେ ଶୋଇବାକୁ ଇଚ୍ଛା ହୁଏ। ଏହା ଆପଣଙ୍କ ଶରୀରକୁ ସତେଜ କରିବା ପରିବର୍ତ୍ତେ ଅଧିକ ଅଳସୁଆ କରିଥାଏ।
ଏହାର ଉପଶମ ହେଉଛି ଗରମ ପାଣି କିମ୍ବା ଥଣ୍ଡା ପାଣି ନୁହେଁ, ସାଧାରଣ ପାଣିରେ ବା ଶରୀରର ତାପମାତ୍ରା ସହ ସମାନ ତାପମାତ୍ରା ପାଣିରେ ଗାଧୋଇବାକୁ ଚେଷ୍ଟା କରନ୍ତୁ। ଯାହା ଫଳରେ ଗରମ ପାଣି ସ୍ନାନ ଦ୍ବାରା ସୃଷ୍ଟି ହେଉଥିବା ସମସ୍ୟାରୁ ବହୁ ମାତ୍ରାରେ ଉପଶମ ମିଳିବ।