ଜନ୍ମାଷ୍ଟମୀ ବିଷେଶ

 ଘରେ ଭଗବାନ କୃଷ୍ଣଙ୍କ ମୂର୍ତ୍ତି ସ୍ଥାପନା କରି ପାଆନ୍ତୁ ଆଶାନୁଯାୟୀ ଫଳ

ଜନ୍ମାଷ୍ଟମୀ ସମଗ୍ର ଦେଶରେ ପାଳନ କରାଯାଏ। ଏହି ଦିନ ଉପବାସ ରହି ଶ୍ରୀକୃଷ୍ଣଙ୍କ ପୂଜା ଓ ଆରାଧନା କରିବାର ଏକ ବିଶେଷ ମହତ୍ତ୍ୱ ରହିଛି। ଏହା ଦ୍ବାରା ଘର ଏବଂ ଜୀବନ ସହ ଜଡିତ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ଏପରି ପରିସ୍ଥିତିରେ ଲୋକମାନେ ଭଗବାନ କୃଷ୍ଣଙ୍କ ସୁନ୍ଦର ପ୍ରତିମା ଘରେ ସ୍ଥାପିତ କରି ପୂଜା କରନ୍ତି। ତେବେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଭଗବାନ ଶ୍ରୀକୃଷ୍ଣଙ୍କ କେଉଁ ମୂର୍ତ୍ତି ଘରକୁ ଆଣି ପୂଜା କରିବା ଦ୍ବାରା ମନୋସ୍କାମନା ପୂରଣ ହୋଇଥାଏ।

୧. ସନ୍ତାନ ପ୍ରାପ୍ତି ପାଇଁ ବାଲାଗୋପାଳ ପ୍ରତିମା ଘରକୁ ଆଣନ୍ତୁ। ବିଶ୍ୱାସ କରାଯାଏ ଯେ, ଶ୍ରୀକୃଷ୍ଣଙ୍କର ଶିଶୁ ରୂପ ମୂର୍ତ୍ତିକୁ ପୂଜା କରିବା ଦ୍ୱାରା ଖୁବ୍ ଶୀଘ୍ର ସନ୍ତାନ ପ୍ରାପ୍ତି ହୋଇଥାଏ।

୨. ସକରାତ୍ମକ ଶକ୍ତି ପାଇଁ ଲହୁଣି ଖାଉଥିବା ପ୍ରତିମୂର୍ତ୍ତି ସ୍ଥାପନା କରନ୍ତୁ। ଏହା ସହିତ ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା ବୃଦ୍ଧିପାଏ।

୩. ଦାମ୍ପତ୍ୟ ଜୀବନରେ ସୁଖ ପାଇଁ ରାଧା-କୃଷ୍ଣ ରୂପର ପ୍ରତିମା ରଖନ୍ତୁ। ଯଦି ଦାମ୍ପତ୍ୟ ଜୀବନରେ ସମସ୍ୟା ଚାଲିଛି, ତେବେ ତୁମର ଶୋଇବା ଘରେ ରାଧା-କୃଷ୍ଣଙ୍କର ଏକ ଫଟୋ ରଖନ୍ତୁ। ବିଶ୍ୱାସ କରାଯାଏ ଯେ ଏହା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ତିକ୍ତତାକୁ ଦୂର କରିଥାଏ ଏବଂ ଦାମ୍ପତ୍ୟ ଜୀବନରେ ସୁଖ ଆଣିଥାଏ।

୪. ଆର୍ଥିକ ସ୍ଥିତି ସୁଦୃଢ ପାଇଁ ବଇଁସୀ ବଜାଉ ଥିବା ପ୍ରତିମୂର୍ତ୍ତି ରଖନ୍ତୁ। ଘରେ ଧନରତ୍ନ ବୃଦ୍ଧି ପାଇଁ ଜନ୍ମାଷ୍ଟମୀ ଭଳି ପବିତ୍ର ପର୍ବରେ ଶ୍ରୀ କୃଷ୍ଣ ବଇଁସୀ ବଜାଉ ଥିବା ମୂର୍ତ୍ତି ସ୍ଥାପନ କରନ୍ତୁ।