ନାରୀ ଏମିତି ଏକ ଶବ୍ଦ ଯାହା କି ବିଶ୍ୱ ର କୋଣ ଆଉ ଅନୁକୋଣ ରେ ପ୍ରକମ୍ପିତ।ନାରୀ ବିନା ସମାଜ ର ଅଗ୍ରଗତି ଅସମ୍ଭବ ଏହା ସବୁବେଳେ ପ୍ରମାଣିତ। ତା ସତ୍ୱେ ମଧ୍ୟ ଏବେ ବି ବହୁ ଜାଗା ରେ ନାରୀ ଅବହେଳିତ।ସବୁ କର୍ମ କ୍ଷେତ୍ର କଥା ଯଦି ଦେଖିବା ତାହେଲେ ସେଇ ଜାଗା ରେ ପୁରୁଷ ମାନ ଙ୍କ ସଂଖ୍ୟା ଅଧିକ ଥିଲା ବେଳେ ମହିଳା ମାନ ଙ୍କ ସଂଖ୍ୟା ବହୁତ କମ। ଯେମିତି କି ଆଜି ଆମେ ଆଲୋଚନା କରିବା ରାଜନୀତି
କଥା ସେଥି ରେ କାହିଁକି ମହିଳା ମାନ ଙ୍କ ସଂଖ୍ୟା ବହୁତ କମ ଦେଖାଯାଉଛି।ତାର କାରଣ କଣ ?
ଆମ ଓଡ଼ିଶା ରାଜନୀତି ରେ ଏବେ ମହିଳା ମାନେ ମାନେ ବହୁତ ସଂଖ୍ୟା ରେ ଆସିବା କୁ ଲାଗିଲେଣି। ମିଡ଼ିଆ ଆଉ ସୋସିଆଲ ମିଡ଼ିଆ ରୁ କିଛି ଚିତ୍ର ସ୍ପଷ୍ଟ କରୁଛି ଯେ ମହିଳା ମାନ ଙ୍କ ଆବିର୍ଭାବ ଓଡ଼ିଶା ରାଜନୀତି ରେ ଯଥେଷ୍ଟ ହେଲାଣି।କିନ୍ତୁ ଆମେ ତଥ୍ୟ ଯଦି ଦେଖିବା ଆମ ଓଡ଼ିଶା ରାଜନୀତି ରେ ବିଗତ ବିଧାନସଭା ନିର୍ବାଚନ ରେ ଶହେ ସତଚାଳିଶ ଆସନ ମଧ୍ୟ ରୁ ମାତ୍ର ୧୫ ଟି ଆସନ ରେ ବିଜୟ ଲାଭ କରି ବିଧାନସଭା କୁ ଆସିଛନ୍ତି ମହିଳା।

ଏବେ ଆମ ଓଡ଼ିଶାରେ କହିବା କୁ ଗଲେ ଜମା ୧୫ ଜଣ ବିଧାୟିକା ଅଛନ୍ତି ଯାହା କି ସ୍ପଷ୍ଟ କରୁଛି ଯେ ଏବେ ବି ପୁରୁଷ ପ୍ରାଧାନ୍ୟ ରାଜନୀତି ରେ ମହିଳା ମାନେ ତିଷ୍ଠିବl ଅସମ୍ଭବ। ଆମେ ମଧ୍ୟ ଏହା ର ବହୁତ ଉଦାହରଣ ବହୁ ଆଗରୁ ପାଇସାରିଛେ।ମହିଳା ଟିଏ ସର୍ବୋଚ୍ଚ ସ୍ଥାନ ରେ ବସିଲେ ଯେ ରାଜ୍ୟ ଆଉ ରାଷ୍ଟ୍ର ର ପ୍ରଗତି ଦ୍ରୁତ ହେବ ଏଈ ଚିନ୍ତା ଧାରା ରେ ରହି ଆମ ରାଜ୍ୟ ସରକାର ନଭେମ୍ବର ମାସ ୨୦୧୮ ମସିହା ରେ ସଂସଦୀୟ କ୍ଷେତ୍ର ପାଇଁ ୩୩ ପ୍ରତିଶତ ର ମହିଳା ମାନ ଙ୍କ ପାଇଁ ସଂରକ୍ଷଣ ର ସ୍ୱର ଉଠେଇ ଥିଲେ ଓ ପରବର୍ତୀ ସମୟ ରେ ଘୋଷଣା ଅନୁଯାୟୀ ସାଂସଦ ପ୍ରାର୍ଥୀ ଭାବରେ ୩୩ ପ୍ରତିଶତ ମହିଳା ଙ୍କୁ ମଧ୍ୟ ଟିକେଟ ଦେଇଥିଲେ। ଏବଂ ଯେମିତି କି ହାର ଆଉ ଜିତ ଥାଏ ରାଜନୀତି ରେ କିଛି ମହିଳା ପ୍ରାର୍ଥୀ ମଧ୍ୟ ହାରିଯାଇଥିଲେ।ଏଈ ଯୋଉ ହାରିବା କଥା ଟି ଯେ କୌଣସି ଦଳ ରେ ଉଠେ ଯେତେବେଳେ ସେମାନେ କାହିଁକି ହାରନ୍ତି ବୋଲି ମଧ୍ୟ ପରେ ସମ୍ପୂର୍ଣ୍ଣ ଭାବରେ ଖୋଳତାଡ଼ କରିବା ର ପ୍ରୟାସ ଆଉ ଦଳ କରିନଥାଏ।ସେଇ ହାରିବା ପଛରେ ବହୁତ ଗୁଡେ଼ କାରଣ ଥାଏ ଯେମିତି କି ପୁରୁଷ ଟି ବଦଳରେ ଯଦି ମହିଳା ଙ୍କୁ ଦଳ ରୁ ପ୍ରାର୍ଥୀ କରାଯାଏ ତାହେଲେ ସେଇଠି ପୁରୁଷ ଟି ସାଧ୍ୟମତେ ଚେଷ୍ଟା କରେ କେମିତି ମହିଳା ପ୍ରାର୍ଥୀନି ଟି ହାରିବ ଇଏ ଗୋଟିଏ କାରଣ ବୋଲି ମଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ।ଆଉ ଯେତେବେଳେ ପ୍ରତ୍ୟକ୍ଷ ରାଜନୀତି ରେ ମହିଳା ଙ୍କ ସହଭାଗିତା କଥା ଆସେ ସେତେବେଳେ କୋଉଠି ନା କୋଉଠି ଟିକେ ପୁରୁଷ ପ୍ରାଧାନ୍ୟ ସମାଜ ଏ ସବୁ ପାଇଁ ଆଗ୍ରହ ପ୍ରକାଶ କରିନଥାଏ।
ଛାଡ଼ନ୍ତୁ ଏବେ ଟିକେ ପୁରୁଷ ପ୍ରାଧାନ୍ୟ ସମାଜ ଆଡୁ ନଜର ହଟେଇ,ଏବେ ଆମେ ଆଲୋଚନା କରିବା ନିଜେ ଦଳ ଭିତରେ ଥାଇ ମହିଳା ଟିଏ କେତେ ଆଗ୍ରହ ପ୍ରକାଶ କରୁଛି ରାଜନୀତି ର ନୀତିନିର୍ଧାରକ ସ୍ଥାନ ରେ ବସିବା ପାଇଁ।ଆମେ ଦେଖୁଛେ ଆବିର୍ଭାବ ହେଇଛି ଅନେକ ଙ୍କ ର କିନ୍ତୁ ପ୍ରାଦୁର୍ଭାବ ଜମା ନାହିଁ ଆମ ମହିଳା ମାନ ଙ୍କ ର ଦଳ ଭିତରେ। ବିରୋଧୀ ଦଳ କଥା ଛାଡ଼ିଦିଅନ୍ତୁ ଯଦି ଦେଖିବା ସରକାରୀ ଦଳ କଥା ଏଠି ମଧ୍ୟ ଏଇ ବ୍ୟତିକ୍ରମ ଦେଖାଯାଏ।ଟିକେଟ ନ ମିଳିଲେ କିଛି ଥଇଥାନ କମିଶନ ମାଧ୍ୟମ ରେ ସେମାନ ଙ୍କୁ ନିଯୁକ୍ତି ଦିଆଯାଏ କିଛି ବର୍ଷ ପାଇଁ ତା ପରେ କାହା ର ପାଳି ପଡେ ନଚେତ ପୁଣି ବର୍ଷ ବର୍ଷ ଧରି ଟିକେଟ ଆଶା ରେ ସମୟ ଆଉ ବୟସ ଗଡ଼ିଚାଲେ। ତଥାପି ସେଇ ମହିଳା ମାନେ ଅହରହ ନିର୍ବାଚନ ପରେ ଯୋଉ ନିର୍ବାଚନ ଆସେ ଖରା ରେ କାମ କରି କରି ହାଲିଆ ହୁଅନ୍ତି ପଛେ,କିନ୍ତୁ ଆଶା କୁ ପୁଣି ଆରବର୍ଷ କୁ ବାନ୍ଧି ରଖନ୍ତି। ଆମେ ତ ଦେଖିଛେ କିଛି ଦଳ ର ନେତ୍ରୀ ମାନ ଙ୍କ ବୟସ ଷାଠିଏ ହେବା କୁ ଥିବ ପଛେ ସେମାନେ କିଛି ଆଶା ରେ ଦଳ ଭିତରେ ଥିବେ, ଅଣଦେଖା ହେଉଥିଲେ ମଧ୍ୟ ଆମ ର ନେତ୍ରୀ ମାନେ କିଛି ଅଳ୍ପ ରେ ଖୁସି ହେଇଯାଉଛନ୍ତି କିନ୍ତୁ ପାଟିଖୋଲି ପାରୁ ନାହାନ୍ତି।ଏହା ର କାରଣ ସତରେ କଣ ହେଇପାରେ?ସରକାର ତ ଘୋଷଣା କଲେ ପୁଣି ଅସୁବିଧା କେଉଁଠି ରହୁଛି?ତାହା ଦଳ ତର୍ଜମା କରିବା ନିହାତି ଦରକାର।

ସମାଜ ନିହାତି ଭାବରେ ମଧ୍ୟ ଏହା ପାଇଁ ପ୍ରଚେଷ୍ଟା କରିବା ଦରକାର।ଆଉ ସବୁ ଠାରୁ ବଡ଼ କଥା ହେଲା ଯୋଉ ବିଶ୍ୱାସ ଟି ଆମ ର ପୁରୁଷ ସମାଜ ପ୍ରତି ରହୁଛି ସେଇ ବିଶ୍ୱାସ ଯଦି ମହିଳା ସମାଜ ପ୍ରତି ବଢ଼ିପାରନ୍ତା ତାହେଲେ ଏ ଦିଗରେ ଆଉ ଟିକେ ସୁଫଳ ମିଳିପାରନ୍ତା। ଆମ ଓଡ଼ିଶାରେ କାହିଁକି ମହିଳା ମାନ ଙ୍କ ସଂଖ୍ୟା ବିଧାନସଭା ରେ କମ ଏହା ପାଇଁ ଏପର୍ଯ୍ୟନ୍ତ ଗୋଟିଏ ସଠିକ ତର୍ଜମା କରାଯାଇପାରିନାହିଁ। ସାରା ଭାରତ ବର୍ଷ କଥା ଯଦି ଦେଖିବା ଓଡ଼ିଶା ର ସ୍ଥାନ ହେଉଛି ଅଷ୍ଟମ ମହିଳା ପ୍ରତିନିଧିତ୍ୱ ରାଜନୀତି ରେ।ହରିୟାଣା ପ୍ରଥମ, ବେଙ୍ଗଲ ଦ୍ୱିତୀୟ, ବିହାର ତୃତୀୟ, ରାଜସ୍ଥାନ ଚତୁର୍ଥ, ଆନ୍ଧ୍ର ପଞ୍ଚମ, ଦିଲ୍ଲୀ ଷଷ୍ଠ, ଝାରଖଣ୍ଡ ସପ୍ତମ, ଉତ୍ତର ପ୍ରଦେଶ ନବମ, ମଧ୍ୟପ୍ରଦେଶ ଦଶମ ରେ ଅଛନ୍ତି. ଆଉ ମିଜୋରାମ ଓ ନାଗାଲାଣ୍ଡ ରେ ମହିଳା ପ୍ରତିନିଧିତ୍ୱ ଶୂନ୍ୟ ସ୍ଥାନ ନେଇଛି। ଆମ ଓଡ଼ିଶା ଅଛି ଅଷ୍ଟମ ସ୍ଥାନ ରେ।ଆମ ଦଳ ଗୁଡ଼ିକ ର ବଡ଼ ବଡ଼ ଭାଷଣ ମହିଳା ଙ୍କ ସଶକ୍ତିକରଣ କୁ ନେଇ।କିନ୍ତୁ ଭାଷଣ ପରେ ଯେତେବେଳେ ଅସଲ ରେ କାମ କରିବା ର ସମୟ ଆସେ ସେତେବେଳେ ସମସ୍ତେ ଚୁପ ହେଇଯାଆନ୍ତି।ଏଈ ଚୁପ ହେବା ମଧ୍ୟ ଅନ୍ୟତମ କାରଣ ଅଟେ ମହିଳା ପ୍ରତିନିଧିତ୍ୱ କମ ହେବା ର।ଗୋଟିଏ ଦଳ ପାଇଁ ଯେ ସେ ମହିଳା ମାନେ କେତେ କାମ କରନ୍ତି ତାର ହିସାବ ନଥାଏ।ଏଈ ଆଖି ଆଗରେ ଯାଇଛି ଅଧାରୁ ବନ୍ଦ ହେଇଥିବା ପିପିଲି ନିର୍ବାଚନ।ସୋସିଆଲ ମିଡ଼ିଆ ରେ ବହୁତ ଚର୍ଚ୍ଚା ଥିଲା ଯେ କେମିତି ଦଳ ରେ ଘର ଘର ବୁଲି ପ୍ରଚାର ର ଠାରୁ ଆରମ୍ଭ କରି ସାଇକେଲ ରାଲି ଆଉ ମୋଟର ସାଇକେଲ ରାଲି ରେ ମୁହଁ ରୁ ମାସ୍କ କାଢ଼ି ଯୋଉ ଭଳି ପରିଶ୍ରମ କରୁଥିଲେ ଆଉ ନିଜ ନିଜ ଘର କୁ ମଧ୍ୟ ଫ୍ରି ରେ କରୋନା ନେଇ ଆସିଥିଲେ ସେମାନଙ୍କ ପରିଶ୍ରମ ର ମୂଲ୍ୟ ପୁଣି କେବେ ମିଳିବ ବୋଲି ଆଶା ଆଉ ଭରଷା ରେ ସେମାନେ ପୁଣି ଅପେକ୍ଷା ରେ ରହିଲେ।ତେଣୁ ସେଇ ମହିଳା ମାନ ଙ୍କ ଭିତରେ ପ୍ରଥମେ କଣ ଶୂନ୍ୟସ୍ଥାନ ରହିଯାଉଛି କାହିଁକି ସେମାନେ ନିଜ କୁ ଏତେ ସହଜ ରେ ହାତପାହାନ୍ତା ରେ ବୋଲି ପ୍ରଥମେ ଆତ୍ମ ସମୀକ୍ଷା କରନ୍ତୁ। ରାଜନୀତି କ୍ଷେତ୍ର କୁ ଆସିଲା ବେଳେ ନିଜର ସ୍ଥିତି କୁ ଏଈ ଭଳି ମଜବୁତ କରନ୍ତୁ ଯେମିତି ଅନ୍ୟ ମାନେ ଆପଣ ଙ୍କୁ ତଉଲେଇବାରେ ଅସଫଳ ହେବେ।
ତାହେଲେ ରାଜନୀତି ରେ ଓଡ଼ିଶାରେ ମହିଳା ଙ୍କ ପ୍ରତିନିଧିତ୍ୱ ନିଶ୍ଚୟ ବଢ଼ିବ।ମୁଁ ଆଉ ଏଇଠି କହି ରଖିବି ଯେ ଖାଲି ପୁରୁଷ ଙ୍କୁ ଦୋଷ ଦେଲେ ଚଳିବ ନାହିଁ ନିଜ ର ଅଧିକାର ପାଇଁ ନିଜ ଦଳ ରେ ଆଗ ଲଢ଼ିବା ଶିଖିବା ମହିଳା ଙ୍କ ପାଇଁ ନିତ୍ୟାନ୍ତ ଜରୁରୀ। ମୋ ଭଳି ଅନେକ ଙ୍କ ମନ ରେ ପ୍ରଶ୍ନ ଉଠୁଥିବ କାହିଁକି ଏବେ କୌଣସି ଦଳ ରେ ଦ୍ୱିତୀୟ ନନ୍ଦିନୀ ଶତପଥୀ କିମ୍ୱା ସୁଜ୍ଞାନୀ ଦେବୀ ଙ୍କ ଭଳି ନିଜେ ନିଜ କୁ ତିଆରି କରିଥିବା ରାଜନେତ୍ରୀ ଦେଖିବା କୁ ମିଳୁ ନାହାନ୍ତି ? ପ୍ରତିଦିନ ନୂଆ ନୂଆ ନେତ୍ରୀ ସୃଷ୍ଟି ହେଉଛନ୍ତି ସତ ଓଡ଼ିଶାରେ କିନ୍ତୁ ନିଜ ଭିତରେ ଆତ୍ମବିଶ୍ଵାସ ର ଅଭାବ ଫଳ ରେ ଆଉ ଆଗ କୁ ଆସିପାରୁନାଁହାନ୍ତି।ଅଳ୍ପ ରେ ସନ୍ତୁଷ୍ଟ ନ ହେଇ ନିଜ ର ପ୍ରତିଭା ଆଉ ଦମ ବଳରେ ଯଦି ଟିକେ ସାମର୍ଥ୍ୟ ଦେଖେଇବେ ତାହେଲେ ପ୍ରତ୍ୟେକ ଦଳ ନିଜ ଦଳ ର ମହିଳା ମାନ ଙ୍କୁ ନିଶ୍ଚୟ ସମ୍ମାନ ଦେବା ରେ ବାଧ୍ୟ ହେବେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ. ମାର୍ଗାରେଟ ଥାଚର କହିଥିଲେ… ” “ରାଜନୀତି ରେ ତମେ ଯଦି କିଛି ଚାହିଁବ ତାହେଲେ ପୁରୁଷ ଙ୍କୁ ପଚାର ଆଉ ଯଦି ତମେ କିଛି କରିବାକୁ ଚାହଁ ତାହେଲେ କେବଳ ମହିଳାଙ୍କୁ ପଚାରିବ”। ଓଡ଼ିଶାରେ କେତେ ଯେ ପ୍ରଭାବଶାଳୀ ରାଜନେତ୍ରୀ ଥିଲେ ତାହା ଆମ କୁ ଇତିହାସ କହିଛି।କିନ୍ତୁ ଏବେକାର ଓଡ଼ିଶା ରାଜନୀତି ରେ ମହିଳା ଙ୍କ ପ୍ରତିନିଧିତ୍ୱ କମିବାର କାରଣ ଆଉ ନିରାକାରଣ ସମସ୍ତେ ଚିନ୍ତା କରିବା ଦରକାର । ନହେଲେ ଏଈ ପନ୍ଦର ଯେ ଆର ନିର୍ବାଚନ କୁ ଖସିକି ପାଞ୍ଚ ହେବ ତାହା ଅସମ୍ଭବ ନୁହେଁ ।
