ଥ୍ରୀଡି ଇମେଜ୍‌‌ ତିଆରି କରୁଥିଲେ ସାବଧାନ : ବ୍ୟକ୍ତିଗତ ଫଟୋ ଲିକ୍‌ ସହ ହୋଇପାରନ୍ତି ସାଇବର୍‌ ଆଟାକ୍‌ର ଶିକାର

ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରୁଛି ନାନୋ ଥ୍ରୀଡି ଇମେଜ୍‌‌। ଫେସବୁକ୍‌‌ ଠାରୁ ଆରମ୍ଭ କରି ଇନଷ୍ଟାଗ୍ରାମ୍‌‌, ଏକ୍ସ, ଥ୍ରେଡସ ଆଦି ପ୍ଲାଟଫର୍ମ ଖୋଲିବା ମାତ୍ରେ ଦେଖିବାକୁ ମିଳୁଛି ଏହି ଆନିମଟେଡ ଫଟୋ। ଏଆଇ ଟୁଲସ୍‌‌ ମାଧ୍ୟମରେ ନିଜର ଫଟୋକୁ ଏଭଳି ଥ୍ରୀଡି ଏଆଇ ଇମେଜ୍‌‌ ତିଆରି କରି ସେୟାର କରୁଛନ୍ତି ୟୁଜର୍ସ। ଯାହାକି ବର୍ତ୍ତମାନ ଗ୍ଲୋବାଲ ଟ୍ରେଣ୍ଡ୍‌‌ରେ ପରିଣତ ହୋଇଛି।

ଠିକ୍‌‌ କିଛିଦିନ ପୂର୍ବରୁ ଜାପାନୀ ଟେକ୍ନୋଲୋଜି ଘିବଲି ଇମେଜ୍‌‌ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ ପାଲଟିଥିଲା। ଯେଉଁଥିରେ ନିଜ ଫଟୋକୁ ଘିବ୍‌‌ଲି ଆନିମସେନ୍‌‌ ଦ୍ୱାରା କାର୍ଟୁନ ସଦୃଶ କରାଯାଇ ଅପଲୋଡ କରାଯାଉଥିଲା। ଠିକ୍‌‌ ସେହିପରି ପ୍ରାୟ ୩ ରୁ ୪ ଦିନ ହେବ ଚାରିଆଡ଼େ ଟ୍ରେଣ୍ଡ କରୁଛି ନାନୋ ବାନାନା ଥ୍ରୀଡି ଇମେଜ୍‌‌।

ନାନୋ ବାନାନା ଥ୍ରୀଡି ଇମେଜ୍‌‌ କଣ ?

ଚକଚକିଆ କାର୍ଟୁନ୍ ପରି ଦେଖାଯାଉଥିବା 3D ଡିଜିଟାଲ୍ ଫିଗର୍ସ ତିଆରି କରିବାର ଏକ ଟ୍ରେଣ୍ଡ୍ ହେଉଛି Nano Banana ଟ୍ରେଣ୍ଡ । ଏହି ଫିଗର୍ସ ଅତ୍ୟନ୍ତ ଚମତ୍କାର ଏବଂ ମଜାଳିଆ ଦେଖାଯାଏ । ୟୁଜର୍ ଏଗୁଡ଼ିକୁ ପୋଷା ଜୀବଜନ୍ତୁ, ସେଲିବ୍ରିଟି , ଏପରିକି ନେତାମାନଙ୍କ ରୂପରେ ମଧ୍ୟ ପ୍ରସ୍ତୁତ କରି ସେୟାର କରୁଛନ୍ତି । ଏଥିରେ ରୋଚକ କଥା ହେଉଛି ଯେ ଅନଲାଇନ୍ କମ୍ୟୁନିଟି ଏହି ଟ୍ରେଣ୍ଡକୁ ମଧ୍ୟ ଏକ ମଜାଳିଆ ନାଁ ଦେଇଛି ।  

କାହିଁକି ଏତେ ଭାଇରାଲ ହେଲା?

ଟ୍ରେଣ୍ଡର ବିଶେଷତ୍ୱ ହେଉଛି ଏହାକୁ ତିଆରି କରିବା ଅତ୍ୟନ୍ତ ସହଜ । ଗୁଗଲର ନୂଆ Gemini 2.5 Flash Image ଟୁଲ୍ ଜରିଆରେ ଯେକୌଣସି ଉପଭୋକ୍ତା କିଛି ସେକେଣ୍ଡରେ ଷ୍ଟୁଡିଓ-ଗୁଣବତ୍ତା 3D ଫିଗର୍ସ ତିଆରି କରିପାରିବେ । ଏଥିରେ ସବୁଠାରୁ ବଡ଼ କଥା ହେଉଛି ଯେ ଏହି ଟୁଲ୍ ବର୍ତ୍ତମାନ ମାଗଣାରେ ଉପଲବ୍ଧ । ଯଦି ଆପଣ ମଧ୍ୟ ଏହାକୁ ତିଆରି କରିବାକୁ ଚାହୁଛନ୍ତି, ତେବେ କେମିତି ଏହି ଫଟୋକୁ AI ଜରିଆରେ ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା । 

Nano Banana 3D Model କିପରି ତିଆରି କରିବେ?

ଯଦି ଆପଣ ମଧ୍ୟ ଏହି ଭାଇରାଲ ଟ୍ରେଣ୍ଡରେ ସାମିଲ ହେବାକୁ ଚାହୁଛନ୍ତି, ତେବେ ଏହି ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ 

  • ପ୍ରଥମେ Google AI Studio କିମ୍ବା Gemini ଆପ୍/ୱେବସାଇଟକୁ ଯାଆନ୍ତୁ ।
  • ବର୍ତ୍ତମାନ ମେଥଡ୍ ଚୟନ କରନ୍ତୁ, ଆପଣ କେବଳ ଫଟୋ,କେବଳ ଟେକ୍ସଟ୍ ପ୍ରମ୍ପ୍ଟ କିମ୍ବା ଉଭୟ ଅପଲୋଡ୍ କରିପାରିବେ ।
  • ଏହା ପରେ ଗୁଗଲର ଅଫିସିଆଲ୍ ପ୍ରମ୍ପ୍ଟ ଦାଖଲ କରନ୍ତୁ । ଏହି ପ୍ରମ୍ପ୍ଟ 3D ଫିଗର୍ ତିଆରି କରିବା ପାଇଁ ବିଶେଷ ଭାବରେ ଡିଜାଇନ୍ କରାଯାଇଛି ।

ଗୁଗଲର ଅଫିସିଆଲ୍ ପ୍ରମ୍ପ୍ଟ

Create a 1/7 scale commercialized figurine of the characters in the picture, in a realistic style, in a real environment. The figurine is placed on a computer desk. The figurine has a round transparent acrylic base, with no text on the base. The content on the computer screen is a 3D modeling process of this figurine. Next to the computer screen is a toy packaging box, designed in a style reminiscent of high-quality collectible figures, printed with original artwork. The packaging features two-dimensional flat illustrations.

ନେତାଙ୍କଠୁ ଜନତା ସବୁ ବାୟା

ବର୍ତ୍ତମାନ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍‌‌। ସାମାଜିକ ଗଣମାଧ୍ୟମରେ ଯୁବଗୋଷ୍ଠୀମାନେ ଅଧିକ ସକ୍ରିୟ। କିଛି ନୂଆ କରିବାର ଉତ୍କଣ୍ଠା ମଧ୍ୟ ସମସ୍ତଙ୍କ ମଧ୍ୟରେ ରହିଛି। ଯାହାକି ବର୍ତ୍ତମାନ ଦେଖିବାକୁ ମିଳିଛି ସୋସିଆଲ ନେଟୱାର୍କିଂ ସାଇଟ୍‌‌ ଗୁଗଲର ଜେମିନି ଏଆଇ ଟୁଲ ବ୍ୟବହାର କରି ୟୁଜର୍ସମାନେ ଏଭଳି ଭିନ୍ନ ଭିନ୍ନ ଫଟୋ ଜେନେରେଟ୍‌‌ କରୁଛନ୍ତି। କେବଳ ସୋସିଆଲ ମିଡିଆ ୟୁଜର୍ସ ନୁହଁନ୍ତି ବରଂ ରାଜନେତା, ଅଭିନେତାଙ୍କ ସହ ସୋସିଆଲ ମିଡିଆ ଇନଫ୍ଲ୍ୟୁଏନସର ମଧ୍ୟ ନିଜ ଫଟୋକୁ ନାନୋ ବାନାନା ଫଟୋ କରି ଅପଲୋଡ କରୁଥିବା ଦେଖିବାକୁ ମିଳିଛି। ଏପରିକି ଭାରତ ସରକାରଙ୍କ କୃଷି ଓ କୃଷକ ସଶକ୍ତ ବିଭାଗ ପକ୍ଷରୁ ମଧ୍ୟ ଏଭଳି ଥ୍ରୀଡି ଇମେଜ୍‌‌ କରି ପୋଷ୍ଟ କରାଯାଇଥିବା ଦେଖିବାକୁ ମିଳିଛି।

ଆପଣଙ୍କ ଡାଟା ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ

ତେବେ ଏହାଦ୍ୱାରା ମୋବାଇଲ ହ୍ୟାକ୍‌‌ ହେବା ସହ ଗୁରୁତ୍ୱୂପୂର୍ଣ୍ଣ ଡାଟା କେତେ ସୁରକ୍ଷିତ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ସାଇବର ଏକ୍ସପର୍ଟ କହିଛନ୍ତି ଯେ, କିଛି ନୂଆକରି ଅନ୍ୟକୁ ଦେଖାଇବା ହେଉଛି ବର୍ତ୍ତମାନର ସମାଜର ଟ୍ରେଣ୍ଡ। ଭିନ୍ନ ଭାବେ ନିଜକୁ ପର୍ଯ୍ୟବଶିତ କରିବା କିମ୍ବା ଏକ୍ସପୋଜର କରିବା ଦ୍ୱାରା ନିଜର ସୁରକ୍ଷାକୁ ଆମେ ହରାଇ ବସୁଛନ୍ତି। ଯାହାର ଅନ୍ୟ ଏକ ମାଧ୍ୟମ ହେଉଛି ସାମାଜିକ ଗଣମାଧ୍ୟମ। ତେବେ ଜେମ୍‌‌ନି ହେଉଛି ଏକ ଏଆଇ ଇଣ୍ଟଗ୍ରେଟେଡ୍‌‌ ଆପ୍ଲିକେସନ୍‌‌। ବିଗତ ଦିନରେ ଅନଲାଇନ୍‌‌ କିମ୍ବା ଅଫଲାଇନରେ ଅପଲୋଡ ହୋଇଥିବା ଡାଡାକୁ ଆନଲାଇଜ୍‌‌ କରି ଏଆଇ ଦର୍ଶାଇଥାଏ।

ଆମେ ବିଗତ ୧୦ ବର୍ଷ ଧରି ଯେଉଁ ଆକ୍ଟିଭିଟିଜ୍‌‌ କରିଛନ୍ତି ତାହା ଉପରେ ୧୧ବର୍ଷର ଆକ୍ଟିଭିଟିଜ୍‌‌ଗୁଡ଼ିକ ପର୍ଯ୍ୟବଷିତ ହୁଏ। ଯେତେବେଳେ ଜେମ୍‌‌ନିରେ ନିଜର ଫଟୋ ଅପଲୋଡ ହେଉଛି ସେତେବେଳେ ଫଟୋ ସହିତ ଡିଟେଲ ଗ୍ୟାଲେରୀର ଆକସେସ୍‌‌ ପରମିସନ୍‌‌ ମାଗିଥାଏ। ଏହାକୁ ପରିମିସନ୍‌‌ ନ ଦେଲେ ଫଟୋ ଅପଲୋଡ ହୋଇ ନ ଥାଏ। ପରମିସନ୍‌‌ ଦେବା ଦ୍ୱାରା ଏଆଇ ଗ୍ୟାଲେରୀକୁ ସମ୍ପୂର୍ଣ୍ଣ ଭାବେ ଆକସେସ୍‌‌ କରିପାରିବ। ଭବିଷ୍ୟତରେ ମୋବାଇଲରେ ଥିବା ବ୍ୟକ୍ତିଗତ ଫଟୋ, କୌଣସି ବ୍ୟାଙ୍କ ଟ୍ରାଞ୍ଜାକସନ୍‌‌ ଡିଟେଲସ୍‌‌ ଆଦି ଅନେକ ଡାଟାର ଅପବ୍ୟବହାର ସହ କୌଣସି ପ୍ରକାର ସାଇବର ଆଟାକ୍‌‌ ହେବାର ଆଶଙ୍କା ରହିଛି। ତେଣୁ ଏସବୁକୁ ଏଡ଼ାଇଦେବା ଉଚିତ୍‌‌ ।

ଗୁଗଲ୍‌‌ର ଭାଇସ ପ୍ରେସିଡେଣ୍ଟଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ବିଶ୍ୱବ୍ୟାପୀ ୨୦୦ ମିଲିୟନରୁ ଅଧିକ ଏଡିଟେଡ ଇମେଜ୍‌‌ ଜେନେରେଟ କରିଛନ୍ତି ୟୁଜର୍ସ। ସେମାନଙ୍କ ମଧ୍ୟରୁ ୧୦ମିଲିୟନ୍‌‌ ଲୋକେ ଜେମ୍‌‌ନି ଆପ୍‌‌କୁ ନୂଆ କରି ଆସିଛନ୍ତି ବା ଡାଉନଲୋଡ କରିଛନ୍ତି। ଚାର୍ଟ ଜିପିଟି, ଗ୍ରୋକ୍‌‌ ଭଳି ଲୋକପ୍ରିୟ ପ୍ଲାର୍ଟଫର୍ମକୁ ଚ୍ୟାଲେଞ୍ଜ କରି ଏବେ ଭାଇରାଲ ହେଉଛି ଗୁଗଲ୍‌‌ ଜେମନି ଏଆଇର ଏହି ନାନୋ ବାନାନା ଟ୍ରେଣ୍ଡ। ଗୁଗଲ ଏଆଇ ଷ୍ଟୁଡିଓକୁ ଯାଇ ସେଠାରେ ଟ୍ରାଇ ନାନୋ ବାନାନା ଆପ୍‌‌ରେ ନିଜର ଫଟୋ ଦେବା ପରେ ଏହା ହେଉଛି। ନିକଟରେ ଗିଭଲି ଆପ୍‌‌ରେ ଏକ କାର୍ଟୁନ ଭଳି ଫଟୋ କରାଯାଉଥିଲା।ଯାହାକି ସାମାଜିକ ଗଣମାଧ୍ୟରେ ଟ୍ରେଣ୍ଡ ପାଲଟିଥିଲା।