ବାୟୁ ପ୍ରଦୂଷଣ ବର୍ଷକୁ ନେଉଛି ଲକ୍ଷେ ଜୀବନ

ସମଗ୍ର ଦେଶରେ ବର୍ତ୍ତମାନ ସମୟରେ ବାୟୁ ପ୍ରଦୂଷଣ ବୃଦ୍ଧି ହେବାର ଲାଗିଛି । ବାୟୁ ପ୍ରଦୂଷଣକୁ ରୋକିବାକୁ ହେଲେ ବହୁତ କିଛି କାମ କରିବାକୁ ପଡିଥାଏ । କିନ୍ତୁ ଆଜି କାଲିର ଲୋକମାନେ ପରିବେଶକୁ ସଫା ରଖିବା ବଦଳରେ, ଅପରିଷ୍କାର କରୁଛନ୍ତି । ଯାହା ଫଳରେ ଅନେକ ରୋଗରେ ମଧ୍ୟ ଆକ୍ରାନ୍ତ ହେବାକୁ ପଡୁଛି । ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ଗାଡି ଧୂଆଁ କଳକାରଖାନରୁ ନିର୍ଗତ ଧୂଆଁ, ଧୂମପାନ ଇତ୍ୟାଦି । ଏହି ସବୁ କାରଣ ପାଇଁ ସାରା ଦେଶରେ ରୋଗର ମାତ୍ରା ବୃଦ୍ଧି ପାଉଛି ।

ଏହା ସହ ଗାଁଗହଳିରେ ଥିବା ନଳ କୂପ, ପୋଖରୀ ଇତ୍ୟାଦିକୁ ମଧ୍ୟ ସଫା ରଖିବା ଉଚିତ୍‌ । ସପ୍ତାହକୁ ପୋଖରୀ କିମ୍ବା ନଳକୂପ ଚାରିପାଖେ ବ୍ଲିଚିଂ ପକାଇବା ନିହାତି ଆବଶ୍ୟକ । ଏହି ସବୁ ଅପରିଷ୍କାରକୁ ଦେଖି ସରକାର ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କଲା ହେଲେ ତା’ର କୌଣସି ପ୍ରକାର ଫଳ ପ୍ରଦ ହେଲା ନାହିଁ । କାରଣ ଲୋକମାନେ ଏବେ ସୁଦ୍ଧା ସଚେତନ ହେଉନାହାଁନ୍ତି, ଯାହା ଫଳରେ ଦିନକୁ ଦିନ ରୋଗାଗ୍ରସ୍ତ ହେଉଛିନ୍ତି । ଏଭଳି ପରିସ୍ଥିତିରେ କେତେକ ଲୋକଙ୍କର ଜୀବନ ମଧ୍ୟ ଚାଲି ଯାଉଛି । ଲାନସେଟ୍‌ କମିସନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୯ ମସିହାରେ ପ୍ରଦୂଷଣ କାରଣରୁ ସାରା ବିଶ୍ୱରେ ପ୍ରାୟ ୯୦ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି । WHOର କହିବା ଅନୁସାରେ, ପରିବେଶ ବିଶାକ୍ତ କାରଣରୁ ପ୍ରତିବର୍ଷ ପ୍ରାୟ ୧.୨୬ କୋଟି ଲୋକଙ୍କର ମୃତ୍ୟୁ ହେଉଛି । ଏହା ସହ ସମଗ୍ର ବିଶ୍ୱରେ ବାୟୁ ପ୍ରଦୂଷଣ ହେତୁ ପ୍ରାୟ ୭୦ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ସେହିପରି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ୨୦୨୧ ମସିହାରେ ବାୟୁ ପ୍ରଦୂଷଣ ହେତୁ ୮୧ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏଥିରୁ ଆପଣ ସ୍ପଷ୍ଟ ଭାବରେ ଜାଣିପାରୁଥିବେ ଯେ ପ୍ରଦୂଷଣ କେତେ କ୍ଷତିକାରକ ।

ଯଦି ସମଗ୍ର ଦେଶ ପ୍ରଦୂଷଣ ମୁକ୍ତ ହୋଇଯାଏ ତେବେ ପ୍ରତିବର୍ଷ ପ୍ରାୟ ୯୦ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ । ପରିବେଶକୁ ସଫା ରଖିଲେ ବହୁତ ପ୍ରକାର ରୋଗରୁ ଅାରୋଗ୍ୟ ମିଳିପାରିବ ଯେମିତିକି, ଡେଙ୍ଗୁ, ମ୍ୟାଲେରିଆ, ଟାଇଫଏଡ୍‌, ଡାଇରିଆ, ହଇଜା ଇତ୍ୟାଦି । ଏହା ବ୍ୟତୀତ ଏହି ସବୁ ରୋଗ ଛୋଟ ଛୋଟ ପିଲାମାନଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ଦେଖାଯିବା ସହ ସେମାନଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ । ଯଦି ସମଗ୍ର ଦେଶ ପରିଷ୍କାର ହୋଇଯାଏ, ତେବେ ଭାରତରେ ଶିଶୁ ମୃତ ହାର ଯଥେଷ୍ଟ ହ୍ରାସ ହୋଇପାରିବ । ତେବେ ସବୁ ସମୟରେ ମନେ ରଖିବା ଉଚିତ୍‌ ଯେ ପରିବେଶକୁ ସଫା ସୁତୁରା ରଖିଲେ କେତେକ ରୋଗରୁ ମୁକ୍ତି ପାଇବା ସହ ଅନେକ ଲୋକଙ୍କ ଜୀବନ ମଧ୍ୟ ବଞ୍ଚିଯିବ ।ତେବେ ଏଥିପ୍ରତି ସଚେତନ ହେବା ନିହାତି ଆବଶ୍ୟକ ।